ପ୍ରମୂଖ ଖବର
  • ସମ୍ବଲପୁର ହନୁମାନ ଜୟନ୍ତୀ ଶୋଭାଯାତ୍ରା : ଫ୍ଲାଗମାର୍ଚ୍ଚରେ ପୁଲିସ୍‌ର ଶକ୍ତି ପ୍ରଦର୍ଶନ, ୩୦ ପ୍ଲାଟୁନ ପୁଲିସଙ୍କୁ ନେଇ ସହର ପରିକ୍ରମା
  • ||
  • ମିଆଁମାରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ଼
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ସମ୍ବଲପୁରରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ପରାଧି ସୀତାରାମ ଷଡ଼ଙ୍ଗୀର ଗୋଡ଼ରେ ବାଜିଲା ଗୁଳି
  • ||
  • ବିଧେୟକକୁ ରାଜ୍ୟପାଳଙ୍କ ସ୍ୱୀକୃତି, ଓଡ଼ିଶାରେ ଲାଗୁହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ
  • ||
  • ଏଥର ରାଜ୍ୟରେ ଠିକ୍‌ ସମୟରେ ପହଞ୍ଚିବ ମୌସୁମୀ ବାୟୁ: ଜୁନ୍‌ରେ ସ୍ୱାଭାବିକ ବର୍ଷା, ଜୁଲାଇ ଅଧାରୁ ଅଗଷ୍ଟ ଅଧା ଯାଏ ବର୍ଷା କମିବ
  • ||
  • ଭୁବନେଶ୍ୱର : ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ, ଅଳ୍ପକେ ବର୍ତ୍ତିଲେ ସାଙ୍ଗ
  • ||
  • ବ୍ରହ୍ମପୁର : ଟ୍ରେ ଗୋଦାମରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||

ବ୍ଲକ ଉପାଧ୍ୟକ୍ଷ ପାଇଁ ଉପନିର୍ବାଚନ ; ନୃସିଂହ ଚରଣ ମିଶ୍ର ନିର୍ବାଚିତ

Published By : Prameya | April 11, 2025 4:22 PM

ନିଶ୍ଚିନ୍ତକୋଇଲି,୧୧/୪ :  ନିଶ୍ଚିନ୍ତକୋଇଲି ବ୍ଲକ ଉପାଧ୍ୟକ୍ଷ ପାଇଁ ଉପନିର୍ବାଚନରେ ମାହାଙ୍ଗା ସ୍ବାଧୀନ ବିଧାୟକ ଶାରଦା ପ୍ରଧାନଙ୍କ ସମର୍ଥିତ ପ୍ରାର୍ଥୀ ତଥା ଫୋଗଳ ପଂଚାୟତର ସମିତି ସଭ୍ୟ ନୃସିଂହ ଚରଣ ମିଶ୍ର ନୂତନ ଉପାଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଛନ୍ତି। ତାଙ୍କର ନିକଟତମ ବିଜେପି ସମର୍ଥିତ ପ୍ରାର୍ଥୀ ତଥା ମହମ୍ମଦପୁର ପଂଚାୟତ ସମିତି ସଭ୍ୟ ରଞ୍ଜନ କୁମାର ପାତ୍ରଙ୍କ ଠାରୁ ସେ ୮ ଖଣ୍ଡ ଭୋଟ ଅଧିକ ପାଇଛନ୍ତି । 

ରଞ୍ଜନ କୁମାର ପାତ୍ର ୧୬ ଟି ଭୋଟ୍ ପାଇଥିବା ବେଳେ ନୃସିଂହ ଚରଣ ମିଶ୍ର ୨୪ ଖଣ୍ଡ ଭୋଟ ପାଇଛନ୍ତି। ସୂଚନା ଅନୁଯାୟୀ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା ନିଜର ବ୍ୟକ୍ତିଗତ କାରଣରୁ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବାରୁ ହୋଇଥିଲା ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.