କଟକ, ୧୭/୪ : ହାଇକୋର୍ଟରେ ସାମୁଦ୍ରିକ ବିବାଦ ସମ୍ପର୍କିତ ମାମଲାରେ ପାରାଦୀପ ବନ୍ଦରରେ ଗିରଫ ହୋଇଥିବା ଜାହାଜକୁ ଛାଡ଼ି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାରାଦୀପ ବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବ ପାନାମା କାରଗୋ ଜାହାଜ । ବକେୟା ପରିଶୋଧ ପରେ ଏବେ ଜାହାଜକୁ ପାରାଦୀପ ପୋର୍ଟରୁ ଛାଡ଼ିବକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜିଓସର୍ଭି ଏନର୍ଜୀ ଟ୍ରାନ୍ସପୋର୍ଟ ଡିଏମସିସି ପକ୍ଷରୁ ଦାୟର ମାମଲାରେ ବଙ୍କର ଫୁଏଲ ବକେୟା ଥିବାରୁ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ଶନିବାର ଏହି ମାଲବାହୀ ଜାହାଜକୁ ଗିରଫ କରାଯାଇଥିଲା । ପାରାଦୀପ ବନ୍ଦରରେ ଏମଭି ଟେଲେରିଏମ ଜାହାଜ ଥିବାବେଳେ ଗିରଫ ହୋଇଥିଲା ।
କିନ୍ତୁ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ବକେୟା ଅର୍ଥକୁ ନେଇ ହୋଇଥିବା ବିବାଦର ଆପୋଷ ସମାଧାନ ହୋଇଥିବାରୁ ସମ୍ପୃକ୍ତ ଜାହାଜକୁ ରିଲିଜ କରିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥର ପାରାଦୀପରୁ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇପାରିବ ଏମଭି ଟେଲେରିଏମ କାରଗୋ ଜାହାଜ। ଏହି ମାମଲାର ଆସନ୍ତା ଶୁଣାଣି ମେ ୭କୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ।