ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ଶନିବାରଠୁ କମିବ କାଳବୈଶାଖୀ, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି

Published By : Prameya | April 19, 2025 7:35 AM

ଭୁବନେଶ୍ୱର,୧୯/୦୪: ସାରା  ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା  ହୋଇଛି । ଭୁବନେଶ୍ୱର, କଟକ ସମେତ  ପୁରୀ, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ମୟୂରଭଞ୍ଜ, ବାଲେଶ୍ୱର,  ବାରିପଦା, ଭଦ୍ରକ, ଯାଜପୁର, କେନ୍ଦୁଝର,  ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ ଆଦି ଅଞ୍ଚଳରେ ବର୍ଷା ହୋଇଛି । ଅନେକ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି । ଅନେକ ଚାଳ ଛପର ଘର ଛାତ ଉଡ଼ିଯାଇଛି । ବର୍ଷା ଯୋଗୁ  ତାପମାତ୍ରା କିନ୍ତୁ ହ୍ରାସ ହୋଇଛି । ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ,  କଟକ, ଗଞ୍ଜାମ, ରାୟଗଡ଼ା ଆଦି  ଅଞ୍ଚଳରେ ଶୁକ୍ରବାର ସକାଳ ସମୟରେ  ବର୍ଷା ହୋଇଥିଲା । ପ୍ରବଳ ବର୍ଷା ସହ  ଘଡ଼ଘଡ଼ି ବିଜୁଳି ମାରିଥିଲା । 

ସେହିପରି  ସଂଧ୍ୟାରେ କେନ୍ଦୁଝର, ମୟୂରଭଞ୍ଜ,  ଭଦ୍ରକ, ନବରଙ୍ଗପୁର, ଗଜପତି ଜିଲ୍ଲାର  କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ  ବିଜୁଳି ଘଡ଼ଘଡି଼ ସହ ପବନ ଘଣ୍ଟା ପ୍ରତି  ବେଗ ୫୦ରୁ ୬୦ କିଲୋମିଟର ବହିଛି । କିଛି ଅଞ୍ଚଳରେ କୁଆପଥର ବର୍ଷା ମଧ୍ୟ  ହୋଇଛି । ପୁରୀ ଜିଲ୍ଲା ବଳଙ୍ଗା ଅଞ୍ଚଳରେ  ବଜ୍ରପାତ ଯୋଗୁ ବିଲରେ କାମ କରୁଥିବା  ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ  ବାପା ଓ ବଡ଼ ଭାଇ ଗୁରୁତର ଆହତ  ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ରେମୁଣାରେ  ଜଣେ ଲୋକ ବଜ୍ରପାତରେ ମୃତ୍ୟୁବରଣ  କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ବିଜୁଳିରେ ଜୀବନ ଯାଇଛି । ସେହିପରି  ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକରେ  ବଜ୍ରପାତରେ ୬ଟି ଗାଈ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱର ଓ କଟକ ସହର ଘଣ୍ଟାଏ  ବର୍ଷାରେ ବେହାଲ୍‌ ହୋଇ ପଡିଥିଲା । ୩୦ରୁ ୪୦  କିମି ପବନରେ ଗଜପତି ନଗର, ଲକ୍ଷ୍ମୀସାଗର, ଖଣ୍ଡଗିରି, ଏଜି କଲୋନୀ, ଗୋପବନ୍ଧୁ  ଛକରେ ଗଛ ଭାଙ୍ଗି ରାସ୍ତାରେ ପଡିଥିଲା । ଅଧିକାଂଶ  ଅଞ୍ଚଳରେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଥିଲା ।  ସେହିପରି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ  ଅନେକ ଟିଣ ଛପର ଘର ଉଡ଼ି ଯାଇଥିଲା । 

ଶନିବାରଠୁ ରାଜ୍ୟରେ କାଳବୈଶାଖୀ  ବର୍ଷା କମିବ । ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲା ଯଥା  କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ  ଓ ବାଲେଶ୍ୱରରେ ଆସନ୍ତା ୨ ଦିନ ପାଇଁ ଯାଏ ବର୍ଷା  ସମ୍ଭାବନା ରହିଛି । 

ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ  ପଶୁପାଳକ ପୂର୍ବାନୁମାନ କରିଛନ୍ତି ଯେ,ସୁନ୍ଦରଗଡ଼,  ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼,  ସୋନପୁର, ବଲାଙ୍ଗିର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି,  ଅନୁଗୁଳ, ଢେଙ୍କାନାଳରେ ତାପମାତ୍ରା ବଢ଼ିବ । ବଲାଙ୍ଗିରର  ସୋନପୁର ଓ ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨  ଡିଗ୍ରୀ ଉପରେ ରହିବ । ୨୩ ତାରିଖରେ ତାପମାତ୍ରାରେ  ପରିବର୍ତ୍ତନ ହେବା ସହ ୨୮ ତାରିଖରୁ ପ୍ରାୟ ୩ରୁ ୪  ଡିଗ୍ରୀ କମିବ । ୨୮ରୁ ବଙ୍ଗୋପସାଗରୀୟ ସାମୁଦ୍ରିକ ପବନ ସାରା ଓଡ଼ିଶାରେ ବହିବ । 

ସମସ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ ଅଞ୍ଚଳରେ  ସାମୁଦ୍ରିକ ପବନ ବହିବା ଯୋଗୁ ତାପମାତ୍ରା କମ୍‌  ରହିବ । ଭୁବନେଶ୍ୱରରେ ଶନିବାରରେ ତାପମାତ୍ରା ପ୍ରାୟ ୨ ଡିଗ୍ରୀ ବଢ଼ିବ । ଏହାପରେ ୨୭ ଯାଏ ୩୬ରୁ ୩୮  ଡିଗ୍ରୀ ସେଲ୍‌ସିୟସ୍‌ ଓ ୨୮ରେ ତାପମାତ୍ରା କମି ୩୪ରୁ  ୩୫ ଡିଗ୍ରୀ ହୋଇପାରେ ବୋଲି ପୂର୍ବାନୁମାନ କରିଛନ୍ତି  ଡ. ପଶୁପାଳକ । 

ସେହିପରି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର  ପୂର୍ବାନୁମାନ କରିଛି, ୨୦ ତାରିଖରେ ମୟୂରଭଞ୍ଜ,  ବାଲେଶ୍ୱର, ଭଦ୍ରକ, ମାଲକାନାଗିରି, କୋରାପୁଟ,  ରାୟଗଡ଼ାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ବିଜୁଳି  ଘଡ଼ଘଡ଼ି ସମ୍ଭାବନା ରହିଛି । ୨୧ ତାରିଖରେ ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଗଜପତି, ଗଞ୍ଜାମ ଜିଲ୍ଲାର  କିଛି ସ୍ଥାନରେ ବର୍ଷା, ୫୦ରୁ ୬୦ କିଲୋମିଟର ବେଗରେ  ପବନ ସହ ବିଜୁଳି, ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।  ମୟୂରଭଞ୍ଜର କିଛି ସ୍ଥାନରେ ୪୦ରୁ ୫୦ କିଲୋମିଟର  ବେଗରେ ପବନ ହେବ । କାଳବୈଶାଖୀ ବର୍ଷା  ହେବ । ୨୨ ତାରିଖରେ ମାଲାକାନାଗିରି, କୋରାପୁଟ,  ଗଜପତି, ଗଞ୍ଜାମ, ରାୟଗଡ଼ା, ନୟାଗଡ଼, କନ୍ଧମାଳରେ  କାଳବୈଶାଖୀର ପୂର୍ବାନୁମାନ କରାଯାଇଛି । ୨୩ ଓ ୨୪  ତାରିଖରେ ମାଲକାନାଗିରିର କିଛି ସ୍ଥାନରେ ହାଲୁକାରୁ  ମଧ୍ୟମ ଧରଣର ବର୍ଷାର ପୂର୍ବାନୁମାନ କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.