ପ୍ରମୂଖ ଖବର
  • କେନ୍ଦୁଝର : ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ, ଚାଲିଗଲା ନାବାଳକର ଜୀବନ
  • ||
  • ରାଉରକେଲା : ରେଳ ଲାଇନ୍‌କୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ: ମୃତଦେହ ରଖି କ୍ଷତିପୂରଣ ଦାବି, ୧୮ ଘଣ୍ଟା ହେଲାଣି ଉଠୁନି ଶବ
  • ||
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ବୁଦ୍ଧିମତା ଓ ବୁଝମଣା ଦ୍ୱାରା ହିଁ ବିଶ୍ୱରେ ଶାନ୍ତି ବଜାୟ ରଖାଯାଇପାରିବ : ସ୍ପେନ୍ ରାଷ୍ଟ୍ରଦୂତ

Published By : Prameya | April 19, 2025 8:15 PM

ଭୁବନେଶ୍ୱର, ୧୯/୪ : ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ବୁଦ୍ଧିମତା ଓ ଉତ୍ତମ ବୁଝାମଣାର ଆବଶ୍ୟକତା ରହିଛି । ଶାନ୍ତି ବଜାୟ ରଖିବା ନିମନ୍ତେ ପ୍ରକୃତ ବୁଝାମଣା, ବୁଦ୍ଧିମତା ଏବଂ ଉତ୍ତମ ପରିଚାଳନାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ପେନ୍‌ର ରାଷ୍ଟ୍ରଦୂତ ମହାମହିମ ଜୁଆନ୍ ଆନ୍‌ଟୋନିଓ ମାର୍ଚ ପୁଜୋଲ ।

ସ୍ପେନର ରାଷ୍ଟ୍ରଦୂତ ଭାବେ ସେ ଏକାସଂଗେ ଭାରତ, ଭୁଟାନ, ନେପାଳ, ଶ୍ରୀଲଙ୍କା ଏବଂ ମାଳଦ୍ୱୀପ ଲାଗି ନିଯୁକ୍ତ ହୋଇଥିବା ଶ୍ରୀ ପୁଜୋଲ ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବା ସହ ଆଲୋଚନା କରିଥିଲେ। ଏହି ଅବସରରେ ନିଜ ଅନୁଭୂତି ବଖାଣି ଶ୍ରୀ ପୁଜୋଲ କହିଥିଲେ ଯେ, ବିଫଳତା ହିଁ ସଫଳତାର ବାଟ ଦେଖାଇଥାଏ । ୧୦ବର୍ଷ ବୟସରେ ୟୁନାଇଟେଡ୍ କିଙ୍ଗଡମ୍‌ରେ ପାଠ ପଢ଼ିବା ସମୟରେ ହିଁ ଜଣେ କୁଟନୀତିଜ୍ଞ ହେବେ ବୋଲି ମନ ସ୍ଥିର କରିଥିଲେ ବୋଲି ସେ କହିଛନ୍ତି । 

କୋଭିଡ ମହାମାରୀ ଓ ଲକ୍ ଡାଉନ୍ ମଣିଷକୁ ଅନେକ ଶିକ୍ଷା ଦେଇଥିବାବେଳେ ମଣିଷ ଏହି ସମୟ ମଧ୍ୟରେ ନିଜର ଆତ୍ମଚିନ୍ତନ ମଧ୍ୟ କରିବାରେ ସକ୍ଷମ ହୋଇପାରିଛି ବୋଲି ଶ୍ରୀ ପୁଜୋଲ କହିଛନ୍ତି । ଏଥି ସହିତ କରୋନା ମହାମାରୀ ମଣିଷକୁ ପ୍ରକୃତି ସହ ମଧ୍ୟ ଯୋଡ଼ି ପାରିଛି ବୋଲି ସେ କହିଛନ୍ତି । ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପୁଜୋଲ କହିଥିଲେ ଯେ, ଶିକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ ତେବେ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ନିଜକୁ ସଠିକ୍ ଭାବେ ପରିଚାଳନା କରିବା । ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ ବର୍ତ୍ତମାନ ମଣିଷ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିବା ବେଳେ ଏହା ଉପରେ ଅଧିକ ନିର୍ଭରଶୀଳ ନ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ସେ ଉପଦେଶ ଦେଇଥିଲେ । 

ସୋଆକୁ ଉଚ୍ଚ ପ୍ରଶଂସା କରି ଶ୍ରୀ ପୁଜୋଲ କହିଛନ୍ତି ଯେ, ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ଏଥିରେ ଡାକ୍ତରୀ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ଏହା ମାନବ ସମାଜ ପାଇଁ ଖୁବ୍ ବଡ଼ ଅବଦାନ ବୋଲି ସେ କହିଛନ୍ତି । କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ ନନ୍ଦ ଅଧ୍ୟକ୍ଷତା କରି ସୋଆରେ ଏକ ସେଂଟର ଫର୍ ଲାଙ୍ଗୁଏଜ୍ ଷ୍ଟଡିଜ୍ ଆରମ୍ଭ କରାଯାଇଥିବାର ସୂଚନା ଦେଇଥିଲେ । ଏଠାରେ ଭାରତୀୟ ଭାଷା ସହ ସ୍ପାନିଶ, ଜାପାନିଓ, ଜର୍ମାନ, ଫ୍ରେଂଚ ଏବଂ ମାଣ୍ଡାରିନ୍ ଭାଷାରେ ଶିକ୍ଷା ପ୍ରଦାନ କରାଯିବ ବୋଲି ସେ କହିଥିଲେ । 

ସୋଆର ଉପକୁଳପତି ପ୍ରଫେସର ନୀତା ମହାନ୍ତି ଏଥିରେ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସୋଆର ବିଭିନ୍ନ ଅନୁଷ୍ଠାନର ଡିନ୍‌, ନିର୍ଦ୍ଦେଶକ ଓ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.