ପ୍ରମୂଖ ଖବର
  • କେନ୍ଦୁଝର : ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ, ଚାଲିଗଲା ନାବାଳକର ଜୀବନ
  • ||
  • ରାଉରକେଲା : ରେଳ ଲାଇନ୍‌କୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ: ମୃତଦେହ ରଖି କ୍ଷତିପୂରଣ ଦାବି, ୧୮ ଘଣ୍ଟା ହେଲାଣି ଉଠୁନି ଶବ
  • ||
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଲୋକଙ୍କ ସମସ୍ୟା ବୁଝିଲେ ପୱନ କଲ୍ୟାଣ, ପୂରା ଗାଁରେ ବାଣ୍ଟିଲେ ଚପଲ

Published By : Prameya | April 20, 2025 11:39 AM

ନୂଆଦିଲ୍ଲୀ ୨୦/୦୪: ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ଓ ଜନ ସେନା ପାର୍ଟି ଅଧ୍ୟକ୍ଷ ପୱନ କଲ୍ୟାଣ ଅଲ୍ଲୁରି ସୀତାରାମ ରାଜୁ ଜିଲ୍ଲାର ସମସ୍ତ ଗ୍ରାମବାସୀଙ୍କୁ ଚପଲ ପଠାଇଛନ୍ତି । ଗାଁର ବୃଦ୍ଧ ମହିଳାଙ୍କ ସମେତ ଅନେକ ଲୋକଙ୍କୁ ଖାଲି ପାଦରେ ଚାଲୁଥିବା ଦେଖି ପୱନ ଏପରି କରିଛନ୍ତି । ପୱନ ନିକଟରେ ଦୁଇ ଦିନିଆ ଅରାକୁ ଓ ଡୁମ୍ବ୍ରିଗୁଡ଼ା କ୍ଷେତ୍ର ଗସ୍ତରେ ଡୁମ୍ବ୍ରିଗୁଡ଼ା ମଣ୍ଡଳର ପେଡାପଦୁ ଗାଁ ପରିଦର୍ଶନ କରିଥିଲେ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା ବୁଝିଥିଲେ । ଗାଁ ଲୋକଙ୍କ ସହ କଥା ହେବା ସମୟରେ ପୱନ ପାଙ୍ଗୀ ମିଠୁ ନାମ୍ନୀ ଜଣେ ବୟସ୍କ ମହିଳାଙ୍କ ସଂସ୍ପର୍ଶରେ ଆସିଲେ । ବୃଦ୍ଧାଙ୍କ ପାଦରେ ଜୋତା ନ ଥିଲା । ଗାଁର ଅନେକ ଲୋକ ମଧ୍ୟ ଖାଲିପାଦରେ ଥିବା ସେ ଲକ୍ଷ୍ୟ କଲେ । ଏହି ଦୃଶ୍ୟ ତାଙ୍କ ମନକୁ ଆନ୍ଦୋଳିତ କଲା । 

ସେ ସଙ୍ଗେସଙ୍ଗେ ଗାଁର ଲୋକସଂଖ୍ୟା ବିଷୟରେ ଜାଣିବାକୁ ଚାହିଁଲେ । ଗାଁରେ ପ୍ରାୟ ୩୫୦ ଲୋକ ବାସ କରୁଥିବା ଜାଣିବା ପରେ ସମସ୍ତଙ୍କ ପାଇଁ ଚପଲର ବ୍ୟବସ୍ଥା କରିବାକୁ ନିଜ କାର୍ଯ୍ୟାଳୟକୁ କହିଲେ । ଉପ-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ଚପଲ ଗାଁରେ ପହଞ୍ଚିଲା ଏବଂ ସମସ୍ତ ଗ୍ରାମବାସୀଙ୍କୁ ବଣ୍ଟାଗଲା । ଏ ନେଇ ଗାଁର ଜଣେ ବାସିନ୍ଦା କହିଛନ୍ତି, ପୱନ ସାର୍‌ ଆସିଲେ ଏବଂ ଆମ ସମସ୍ୟାକୁ ବୁଝିଲେ । ଅନ୍ୟ କୌଣସି ନେତା ଗାଁକୁ ଆସିନଥିଲେ କିମ୍ବା ଆମ ସମସ୍ୟାକୁ ବୁଝିନଥିଲେ । ଡୁମ୍ବ୍ରିଗୁଡ଼ା ମଣ୍ଡଳ ଗସ୍ତ ପାଇଁ ପୱନଙ୍କୁ ଗ୍ରାମବାସୀ ଧନ୍ୟବାଦ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.