ନୂଆଦିଲ୍ଲୀ,୨୦।୪: ବାଂଲାଦେଶରେ ହିନ୍ଦୁ ନେତା ଭାବେଶ ଚନ୍ଦ୍ର ରାୟଙ୍କୁ ତାଙ୍କ ଘରୁ ଅପହରଣ ପରେ ହତ୍ୟା। ଏହି ଘଟଣାକୁ ନେଇ ବାଂଲାଦେଶକୁ ନେଇ ଭାରତରେ ଜୋରଦାର ଆକ୍ରୋଶ ରହିଛି। ଭାରତ ଏହି ଘଟଣାକୁ ଖୁବ୍ ଜଘନ୍ୟ ବୋଲି କହିଛି। ଏହା ସହ ବାଂଲାଦେଶ ସରକାରଙ୍କ ବିଶେଷ ଭାବରେ ହିନ୍ଦୁଙ୍କ ସଂଖ୍ୟାଲଘୁ ହିନ୍ଦୁ ସୁରକ୍ଷା ସୁନିଶ୍ଚିକ କରିବାକୁ କହିଛି ଭାରତ। ୟୁନୁସ ସରକାରଙ୍କୁ ଚେତାବନୀ ଦିଆଯାଇଛି ଯେ, ବାହାନା କରିବା ବନ୍ଦ କର। ଏହା ଭିତରେ ବାଂଲାଦେଶର ଲେଖିକା ତସଲିମା ନସରିନ୍ ୟୁନୁସ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ କରିବା ସହ ତାଙ୍କୁ କ୍ଷମତାରୁ ହଟାଇବାକୁ ଦାବି କରିଛନ୍ତି। ତସଲିମା କହିଛନ୍ତି, ବାଂଲାଦେଶରେ ହିନ୍ଦୁ ସେତେବେଳେ ବଞ୍ଚିବେ, ଯେତେବେଳେ ୟୁନୁସ ବିଦା ହେବେ।
ଗତ ସପ୍ତାହ ବାଂଲାଦେଶର ଦିନାଜପୁର ଜିଲ୍ଲା ବିରାଲ ଉପଜିଲ୍ଲାରେ ହିନ୍ଦୁ ସମ୍ପ୍ରଦାୟର ବଡ଼ ନେତା ଭାବେଶ ଚନ୍ଦ୍ରଙ୍କୁ କଠୋରପନ୍ଥୀମାନେ ଅପହରଣ କରି ନେଇଥିଲେ। ଏହାପରେ ସେମାନେ ଅତି ନିର୍ମମ ଭାବରେ ପିଟିପିଟି ହତ୍ୟା କରିଥିଲେ। ଭାବେଶ ଶତଗ୍ରାମ ୟୁନିୟନ ଅନ୍ତର୍ଗତ ବାସୁଦେବପୁର ଗାଁର ନିବାସୀ ଥିଲେ ଓ ବରାଲ ୟୁନିଟ୍ର ବାଂଲାଦେଶ ପୂଜା ଉଦ୍ଜାପନ ପରିଷଦର ଉପାଧ୍ୟକ୍ଷ ଭାବରେ କାମ କରୁଥିଲେ। ସେ ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ଜଣେ ସମ୍ମାନିତ ନେତା ଥିଲେ।
ଭାବେଶ ଚନ୍ଦ୍ରଙ୍କ ନୃଶଂସ ହତ୍ୟାକୁ ନେଇ ଲେଖିକା ତସଲିମା ନସରିନ ବାଂଲାଦେଶ ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ହିନ୍ଦୁ ନେତା ଭାବେଶ ଚନ୍ଦ୍ର ରୟଙ୍କୁ ତାଙ୍କ ଘରୁ ଅପହଣ କରି ନେଇଯାଇଥିଲେ। ଏହାପରେ ତାଙ୍କୁ ପିଟିପିଟି ମାରି ଦେଇଥିଲେ। ଆମେ ନିଶ୍ଚିତ ଭାବରେ ଅନୁମାନ କରିପାରିବା ଯେ, ହତ୍ୟାକାରୀ କିଏ ? ୟୁନୁସ୍ ହିନ୍ଦୁଙ୍କ ହତ୍ୟା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ। ସେ ପ୍ରଚାର କରନ୍ତି ଯେ, ହିନ୍ଦୁମାନେ ଠିକଠାକ୍ ଅଛନ୍ତି ଓ ହିନ୍ଦୁଙ୍କୁ ଉତ୍ପୀଡନର ସବୁ ଖବର ମିଛ। ଏସବୁ ଗୁଜବ ଓ ଭାରତ ଦ୍ବାରା ମନଗଢା କାହାଣୀ। ଯଦି ୟୁନୁସ କ୍ଷମତାରେ ରୁହନ୍ତି ତେବେ ଦେଶରେ ହିନ୍ଦୁ ଖାଲି କରିଦେବେ। ହିନ୍ଦୁଙ୍କୁ ବଞ୍ଚାଇବା ପାଇଁ ୟୁନୁସ୍ଙ୍କୁ କ୍ଷମତାରୁ ହଟାଇବାକୁ ହେବ।