ପ୍ରମୂଖ ଖବର
  • କେନ୍ଦୁଝର : ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ, ଚାଲିଗଲା ନାବାଳକର ଜୀବନ
  • ||
  • ରାଉରକେଲା : ରେଳ ଲାଇନ୍‌କୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ: ମୃତଦେହ ରଖି କ୍ଷତିପୂରଣ ଦାବି, ୧୮ ଘଣ୍ଟା ହେଲାଣି ଉଠୁନି ଶବ
  • ||
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ଜମ୍ମୁକାଶ୍ମୀରରେ ବଡ଼ ଭୂସ୍ଖଳନ; ୩ ମୃତ, ଭାଙ୍ଗିଲା ଘର

Published By : Ankita S | April 20, 2025 11:03 AM

ଶ୍ରୀନଗର,୨୦/୦୪: ଭୂସ୍ୱର୍ଗରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଜମ୍ମୁକାଶ୍ମୀର ରାମବନ ଜିଲ୍ଲାରେ ବାଦଲ ଫଟା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଫ୍ଲାସ ଫଡ୍ ସ୍ଥିତି ଉପୁଜିଛି । ଏକାଧିକ ଘର ଭାଙ୍ଗିଯିବା ସହିତ ଯାନବାହାନ ପୋତି ହୋଇଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । କାଦୁଆ ମାଟି ତଳେ ଏକାଧିକ ଘର ପୋତି ହୋଇ ରହିଛି । ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଜମ୍ମୁକାଶ୍ମୀର ଶ୍ରୀନଗର ରାମବନ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଯାନବାହାନ ସହ ରାସ୍ତାଘାଟ ପୋତି ହୋଇଛି । ଜାତୀୟ ରାଜପଥରେ ପଥର ଖଣ୍ଡ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ରାଜରାସ୍ତା ପଥର ଓ କାଦୁଅମୟ ହୋଇଛି । ଭୂସ୍ଖଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘର ଭାଙ୍ଗିବା ସହ ଯାନବାହାନ ନଷ୍ଟ ହୋଇଛନ୍ତି ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଅଧିକ ପଢନ୍ତୁ...Bihar: ବିହାରର ଦରଭଙ୍ଗାରେ ଆଶ୍ଚର୍ଯ୍ୟଜନକ ଘଟଣା: ୭୦ ଦିନ ପରେ ଘରକୁ ଫେରିଲା ମୃତ ଘୋଷିତ ନାବାଳକ

ଯାନବାହାନଗୁଡ଼ିକ କାଦୁଅରେ ପୋତି ହୋଇ ରହିଛି । ରାସ୍ତାରେ ବଡ଼ ବଡ଼ ପଥର ପଡିଥିବା ଦେଖିବାକୁ ମିଳିଛି । ରାମବନରେ ବାଦଲଫଟା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଫଳରେ ଯାନବାହାନ ଗୁଡିକ ଘାଟିକୁ ଖସି ପଡିଥିଲା । ସୌଭାଗ୍ୟବଶତଃ ରାସ୍ତା କଡରେ ପାର୍କ ହୋଇଥିବା ଗାଡିର କିଛି କ୍ଷୟକ୍ଷତି ହୋଇନଥିବା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ପଥରଖଣ୍ଡକୁ ରାସ୍ତାରୁ ହଟାଇ ଯୋଗାଯୋଗ ସ୍ବଭାବିକ କରିବାକୁ କାର୍ଯ୍ୟ ଜାରି ରହିଛି । ରାସ୍ତା ସଫା କବିବା ସହିତ ଯାତ୍ରୀମାନଙ୍କୁ ସାହାଯ୍ୟ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛୁ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.