ନୂଆଦିଲ୍ଲୀ,୨୦/୦୪: ଜାମ୍ମୁକାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଦିଲ୍ଲୀ ଯାତ୍ରା ନେଇ ଇଣ୍ଡିଗୋ ଫ୍ଲାଇଟ୍ରେ ଶନିବାର ରାତିରେ ଉଡ଼ାଣ ଭରିଥିଲେ । ଫ୍ଲାଇଟ୍ଟି ଦିଲ୍ଲୀ ପରିବର୍ତ୍ତେ ଜୟପୁରକୁ ଡାଇଭର୍ଟ ହୋଇଥିଲା । ଫଳରେ ଗୋଟିଏ ରାତି ଫସି ରହିଥିଲେ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ଏହାକୁ ନେଇ ଦିଲ୍ଲୀ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ।
ରାତି ପ୍ରାୟ ୧ଟାରେ ସୋସିଆଲ ମିଡ଼ିଆ ଏକ୍ସରେ ସେଲ୍ଫି ସହିତ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା କହିଛନ୍ତି, '' ଜାମ୍ମୁ କାଶ୍ମୀରରୁ ଦିଲ୍ଲୀ ଆସୁଥିବା ବିମାନକୁ ଦିଲ୍ଲୀ ବିମାନବନ୍ଦର ସ୍ଥିତି ଖରାପ ପାଇଁ ଜୟପୁରକୁ ଡାଇଭର୍ଟ କରାଯାଇଥିଲା । ଫଳରେ ବିଲମ୍ବିତ ରାତି ଯାଏ ଏୟାରପୋର୍ଟରେ ଫସି ରହିଥିଲି । ଦିଲ୍ଲୀ ଏୟାରପୋର୍ଟ ଏକ ବ୍ଲଡ଼ି ସିଟ୍ ( କ୍ଷମା କରିବେ ମୋର ଭାଷା ପାଇଁ କିନ୍ତୁ ମୁଁ ବିନମ୍ର ହେବାର ମୁଡ଼ରେ ନାହିଁ) । ଜମ୍ମୁରୁ ଉଡାଣ ଭରିବାର ୩ ଘଣ୍ଟା ପରେ ଫ୍ଲାଇଟ୍ ଜୟପୁରକୁ ଡାଇଭର୍ଟ ହୋଇଛି । ଏବେ ରାତି ୧ଟା ହେଲାଣି ମୁଁ ଜାଣିନି ଏଠୁ କେତେବେଳେ ବାହାରିବୁ ।''
Delhi airport is a bloody shit show (excuse my French but I’m in no mood to be polite). 3 hours in the air after we left Jammu we get diverted to Jaipur & so here I am at 1 in the morning on the steps of the plane getting some fresh air. I’ve no idea what time we will leave from… pic.twitter.com/RZ9ON2wV8E
— Omar Abdullah (@OmarAbdullah) April 19, 2025
ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କ ଏହି ଟ୍ବିଟ୍ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । କିଛି ୟୁଜର୍ସ ଦିଲ୍ଲୀ ଏୟାରପୋର୍ଟର ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି । କିଛି ପାଣିପାଗକୁ ଦୋଷ ଦେଇଥିବା ବେଳେ କିଛି ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଏବଂ ଯୋଗଯୋଗର ଅଭାବକୁ ଟାର୍ଗେଟ କରିଛନ୍ତି । ଏବେ ଯାଏ ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରୁ ଫ୍ଲାଇଟ୍ ଡାଇଭର୍ଟ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ । ଖରାପ ପାଣିପାଗ ପାଇଁ ପ୍ଲେନ୍ ଦିଗ ବଦଳାଇଥିବା ସୁତ୍ରରୁ ଜଣାପଡିଛି । ଶନିବାର ଭୋର ୩ଟାରେ ପ୍ଲେନଟି ଜୟପୁରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଜଣାପଡିଛି ।