ପ୍ରମୂଖ ଖବର
  • କେନ୍ଦୁଝର : ଶୋଇଥିବା ବେଳେ କାମୁଡ଼ିଲା ବିଷଧର ସାପ, ଚାଲିଗଲା ନାବାଳକର ଜୀବନ
  • ||
  • ରାଉରକେଲା : ରେଳ ଲାଇନ୍‌କୁ ବିରୋଧ ବେଳେ ଯୁବକଙ୍କ ମୃତ୍ୟୁର ପ୍ରତିବାଦ: ମୃତଦେହ ରଖି କ୍ଷତିପୂରଣ ଦାବି, ୧୮ ଘଣ୍ଟା ହେଲାଣି ଉଠୁନି ଶବ
  • ||
  • ମୟୂରଭଞ୍ଜରୁ ଅପହରଣ ଯାଜପୁରରୁ ୪ ବର୍ଷର ଶିଶୁକନ୍ୟା ଉଦ୍ଧାର, ଠକ କିନ୍ନର ଏବଂ ସହଯୋଗୀ ଗିରଫ
  • ||
  • ସୋମବାର ହେବ ମହାପ୍ରଭୁଙ୍କ ପଇତାଲାଗି ନୀତି, ୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ
  • ||
  • ଦେବଗଡ଼ : ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅର୍ଚ୍ଚନା-ଜଗବନ୍ଧୁ ସମ୍ପର୍କରେ ନୂଆ ମୋଡ଼, ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ
  • ||
  • ୨୧ରେ ମହାପ୍ରଭୁଙ୍କ ପଇତା ଲାଗି ଓ ୨୩ରେ ବନକଲାଗି ନୀତି, ଶ୍ରୀମନ୍ଦିରରେ ଦର୍ଶନ କଟକଣା
  • ||
  • କଟକ : ଦୋକାନକୁ ମାଡ଼ିଗଲା ଟ୍ରାକ୍ଟର, ଅଳ୍ପକେ ବଞ୍ଚିଗଲେ ପାନ ଦୋକାନୀ
  • ||
  • ଭୁବନେଶ୍ୱର : ପୂର୍ବ ଶତ୍ରୁତାକୁ ନେଇ ଫୁଟିଲା ଗୁଳି, ଯୁବକ ଆହତ
  • ||
  • ଆସନ୍ତା ୨୪ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

ପଶ୍ଚିମବଙ୍ଗର ଅନେକ ଅଞ୍ଚଳ ଜଳୁଛି, ସୁପ୍ରିମକୋର୍ଟଙ୍କ ଆଖି ବନ୍ଦ: ବିଜେପି ସାଂସଦ ମନନ କୁମାର ମିଶ୍ରା

Published By : prameya | April 20, 2025 8:21 AM

ନୂଆଦିଲ୍ଲୀ,୨୦/୦୪: ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ନିକଟରେ ସେ ସୁପ୍ରିମକୋର୍ଟ ଏବଂ ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ସମ୍ପର୍କରେ ଏକ ମନ୍ତବ୍ୟ ଦେଇଥିଲେ। ଆଉ ସେବେଠାରୁ କେବଳ ବିରୋଧୀ ତାଙ୍କୁ ଟାର୍ଗେଟ କରୁନାହାନ୍ତି ବରଂ ତାଙ୍କ ନିଜ ଦଳ ଅର୍ଥାତ୍ ବିଜେପିର ନେତାମାନେ ମଧ୍ୟ ପ୍ରତିବାଦ କରୁଛନ୍ତି।  ଏହାରି ମଧ୍ନିୟରେ ଶିକାନ୍ତ ଦୁବେଙ୍କ ବିବାଦୀୟ ବୟାନ ପରେ,ବିଜେପି ସାଂସଦ ମନନ କୁମାର ମିଶ୍ରା କହିଛନ୍ତି,ପଶ୍ଚିମବଙ୍ଗର ଅନେକ ଅଞ୍ଚଳ ଜଳୁଛି ସୁପ୍ରିମକୋର୍ଟଙ୍କ ଆଖି ବନ୍ଦ ହୋଇଯାଇଛି।

ନିଶିକାନ୍ତ ଦୁବେଙ୍କ ବୟାନ ଉପରେ,ବିଜେପିର ରାଜ୍ୟସଭା ସାଂସଦ ଏବଂ ବରିଷ୍ଠ ଆଇନଜୀବୀ ମନନ କୁମାର ମିଶ୍ରା କହିଛନ୍ତି,ସେ ନିଶ୍ଚିତ ଭାବରେ ରାଗିଯାଇ ସଞ୍ଜୀବ ଖାନ୍ନାଙ୍କ ନାଁ ଉଠାଇଥିବେ ।  ସୁପ୍ରିମକୋର୍ଟ ଯେକୌଣସି ବିଷୟରେ ନିଷ୍ପତ୍ତି ନିଅନ୍ତି, କୌଣସି ବିଚାରପତି କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ। ଯେତେବେଳେ କଥା ମଣିପୁର ବିଷୟରେ ଥିଲା, ସୁପ୍ରିମକୋର୍ଟ ସ୍ୱତଃସ୍ପୃତ ଭାବରେ ଏହାର ବିଚାର କରିଥିଲେ। ସମଗ୍ର ପଶ୍ଚିମବଙ୍ଗ ପ୍ରାୟ ଜଳୁଛି ଏବଂ ସୁପ୍ରିମକୋର୍ଟଙ୍କ ଆଖି ବନ୍ଦ ହୋଇଯାଇଛି, ତେଣୁ ସମଗ୍ର ଦେଶର ନଜର କେବଳ ସୁପ୍ରିମକୋର୍ଟ ଉପରେ ରହିଛି।

ବିଜେପି ସାଂସଦ ମନନ କୁମାର ମିଶ୍ରା ଆହୁରି ମଧ୍ୟ କହିଛନ୍ତି, ସୁପ୍ରିମକୋର୍ଟ ୩ ମାସର ଅବଧି ଧାର୍ଯ୍ୟ କରିଛନ୍ତି। ସମ୍ବିଧାନ ନିର୍ମାତାମାନେ ମଧ୍ୟ ଏହା କରିପାରିଥାନ୍ତେ। ସେମାନେ ଦେଶକୁ ଏତେ ଭଲ ସମ୍ବିଧାନ ଦେଇଥିଲେ କିନ୍ତୁ ରାଜ୍ୟପାଳ ଏବଂ ରାଷ୍ଟ୍ରପତିଙ୍କ ପାଇଁ ସମୟ ସୀମା ସ୍ଥିର କରିନଥିଲେ। ଏହା ପଛରେ ନିଶ୍ଚୟ କିଛି କାରଣ ଅଛି। ସେ ଆହୁରି କହିଛନ୍ତି, ଏହି ପ୍ରମୁଖ ଘଟଣାଗୁଡ଼ିକ ଉପରେ ସୁପ୍ରିମକୋର୍ଟ ନୀରବ। ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ଉପରେ ଏକ ବଡ଼ ନିଷ୍ପତ୍ତି ନେବା ଉଚିତ ଥିଲା, କିନ୍ତୁ କୋର୍ଟ କିଛି କଲେ ନାହିଁ। ସୁପ୍ରିମକୋର୍ଟଠାରୁ ଦେଶର ଆଶାକୁ କୋର୍ଟ ପୂରଣ କରିବା ଉଚିତ। ଆଇନ ତିଆରି କରିବା ସଂସଦର କାମ। ଏହାକୁ କିପରି ବ୍ୟାଖ୍ୟା କରାଯିବ ତାହା ଆମ କୋର୍ଟର ଦାୟିତ୍ୱ। ସୁପ୍ରିମକୋର୍ଟକୁ ଟିକେ ସନ୍ତୁଳିତ ପଥ ଅନୁସରଣ କରିବାକୁ ପଡିବ ଯାହା ଦ୍ଵାରା ଏହାକୁ ସମାଲୋଚନା କରା ନ ଯାଏ, ଲୋକମାନେ କୋର୍ଟ ଉପରେ ଅନାବଶ୍ୟକ ମନ୍ତବ୍ୟ ନ ଦିଅନ୍ତି। ପ୍ରକାଶ ଥାଉକି, ବିଜେପି ସାଂସଦ ନିଶିକାନ୍ତ ଦୁବେ ନିକଟରେ ଏକ ବିବୃତ୍ତି ଦେଇଥିଲେ। ସେ କହିଥିଲେ, ଏହି ଦେଶର ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା ସାହେବ ଏହି ଦେଶରେ ହେଉଥିବା ସମସ୍ତ ଗୃହଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ଭାବରେ ଦାୟୀ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.