ନୂଆଦିଲ୍ଲୀ – ବନ୍ଦେ ଭାରତ ସ୍ଲିପରକୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲୱେ ଆଉ ଏକ ବୈପ୍ଲବିକ ପଦକ୍ଷେପ ଉଠାଇବାକୁ ଯାଉଛି, ଯେଉଁଥିରେ ରାଜଧାନୀ ଏକ୍ସପ୍ରେସ୍ ଓ ଦୁରାନ୍ତୋ ଭଳି ପ୍ରିମିୟମ ଟ୍ରେନ ଗୁଡ଼ିକର ଶ୍ରେଷ୍ଠତାକୁ ଚ୍ୟାଲେଞ୍ଜ କରିବ। ଏମିତି କୁହାଯାଉଛି ଯେ , ଖୁବ୍ ଶୀଘ୍ର ଦିଲ୍ଲୀରୁ ହାୱଡା ମଧ୍ୟରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଚାଲିବା ନଜର ଆସିବ।
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବିକ , ଏହି ଟ୍ରେନ୍ ଦେଶର ଅନେକ ମହତ୍ତ୍ୱପୂର୍ଣ୍ଣ ରୁଟ୍ରେ ଆରମ୍ଭ ହେବାକୁ ଯାଉଛି , ଯେଉଁଥିରେ ଦିଲ୍ଲୀ- ହାୱଡାର ରୁଟ୍ ମଧ୍ୟ ସାମିଲ ଅଛି। ଉଲ୍ଲେଖନୀୟ ଯେ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେପ୍ଟେମ୍ୱର ୨୦୨୪ରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ରୁ ପରଦା ଉଠାଇ ଥିଲେ।
ଦିଲ୍ଲୀରୁ ହାୱଡା ଯାଏ ମୋଟ ଦୂରତା ୧୪୪୯ କିଲୋମିଟର, ଯାହାକୁ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ପାଖାପାଖି ୧୫ ଘଣ୍ଟାରୁ କମ୍ ସମୟରେ ଅତିକ୍ରମ କରିବ। ଏହାର ଟପ୍ ସ୍ପିଡ୍ ୧୬୦ କିଲୋମିଟର ପ୍ରତି ଘଣ୍ଟା ହେବ, ଯାହା ଏହି ରୁଟ୍ର ସବୁଠୁ ଦ୍ରୁତ ଟ୍ରେନ୍ ହେବ। ଏମିତି କି, ରାଜଧାନୀ ଓ ଦୁରାନ୍ତୋ ଏକ୍ସପ୍ରେସ୍ ଠାରୁ ମଧ୍ୟ ଆଗରେ।
ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ମଧ୍ୟ ମୋଟ ୧୬ଟି କୋଚ୍ ହେବ, ଯେଉଁଥିରେ ୧୧ଟି ଏମିତି ଥାର୍ଡ ଟିୟର, ୪ ଏସି ସେକେଣ୍ଡ ଟିୟର ଓ ୧ ଫାର୍ଷ୍ଟ କ୍ଲାସ ଏସି କୋଚ୍ ହେବ। ଭଡ଼ା କଥା ଯଦି କହିବା ତ ଏସି ୩-ଟିୟରର ଆନୁମାନିକ ଭଡ଼ା ୩ ହଜାର ଟଙ୍କା , ଏସି ୨-ଟିୟର ୪ହଜାର ଟଙ୍କା , ଓ ଫାର୍ଷ୍ଟ କ୍ଲାସ୍ ଏସି ୫୧୦୦ଟଙ୍କାର ପାଖାପାଖି ହେବ।
ଦିଲ୍ଲୀରୁ ଏହି ଟ୍ରେନ୍ ସନ୍ଧ୍ୟା ୫ଟା ସମୟରେ ପ୍ରସ୍ଥାନ କରିବ ଏବଂ ପରଦିନ ସକାଳ ୮ଟା ସମୟରେ ହାୱଡାରେ ପହଞ୍ଚିବ। ଫେରିବା ଯାତ୍ରାରେ ହାୱଡାରୁ ସନ୍ଧ୍ୟା ୫ଟା ସମୟରେ ଚାଲିବ ଏବଂ ପରଦିନ ସକାଳ ୮ଟାରେ ଦିଲ୍ଲାରେ ପହଞ୍ଚିବ। ଏହି ଟ୍ରେନର ରୁଟ୍ ମଧ୍ୟ ସ୍ୱତନ୍ତ୍ର ହେବ। ଯାତ୍ରା ବେଳେ ଏହି ଟ୍ରେନ୍ କାନପୁର ସେଣ୍ଟ୍ରାଲ , ପ୍ରୟାଗରାଜ ଜଙ୍କସନ, ଦିନଦୟାଲ ଉପାଧ୍ୟାୟ ଜଙ୍କସନ, ଗୟା, ଧନବାଦ ଓ ଆସନସୋଲ ଭଳି ବଡ଼ ବଡ଼ ଷ୍ଟେସନରେ ଅଟକିବ।