ପ୍ରମୂଖ ଖବର
  • ବଲାଙ୍ଗୀର : ଜଙ୍ଗଲରୁ ୨ କ୍ଷତାକ୍ତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଗଜପତି : ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ
  • ||
  • ଢେଙ୍କାନାଳ : କଷ୍ଟ ସହି ନପାରି ରେଲ୍‌ ୱେ ଟ୍ରାକ୍‌ରେ ଜୀବନ ହାରିଲେ ପୂଜକ, ଉଦ୍ଧାର ହେଲା ମୃତଦେହ
  • ||
  • ଢେଙ୍କାନାଳ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ଏକକାଳୀନ ୯ଟି ସ୍ଥାନରେ ଚଢାଉ
  • ||
  • ବରଗଡ଼ : ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ଜଣେ ଗୁରୁତର
  • ||
  • ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ, ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ଭୁବନେଶ୍ୱର : ଟ୍ରାକ୍ଟରକୁ ପିଟିଲା ଟ୍ରାଭେଲର୍, ୨ ଆହତ
  • ||

ଜାପାନରେ ବଢୁଛି ବୟସ୍କଙ୍କ ସଂଖ୍ୟା , ଜନସଂଖ୍ୟାର ଏକ ତୃତୀୟାଂଶ ୬୫ରୁ ଅଧିକ

Published By : Prameya | April 15, 2025 10:50 PM

ଟୋକିଓ : ଜାପାନର ଜନସଂଖ୍ୟାରେ ଲଗାତାର ୧୪ତମ ବର୍ଷ ହ୍ରାସ ରେକର୍ଡ କରାଯାଇଛି। ଜନ୍ମହାରର ହ୍ରାସର ସଙ୍କଟ ଦେଇ ଗତି କରୁଥିବା ଜାପାନ ପାଇଁ ଏହି ସ୍ଥିତି ଚିନ୍ତାଜନକ । ଜାପାନ ସରକାର ଜନ୍ମହାରରେ ବୃଦ୍ଧି ପାଇଁ ଏକ ପୃଥକ ମନ୍ତ୍ରଣାଳୟ ଗଠନ କରିଛନ୍ତି ଏବଂ ଯୁବକଙ୍କୁ ସମ୍ୱନ୍ଧ ରଖିବା ଏବଂ ବିବାହ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଏହା ସତ୍ତ୍ୱେ ବି ଯୁବ ବର୍ଗରେ ପରିବାର ବଢାଇବାକୁ ନେଇ ଉଦାସୀନତାର ସ୍ଥିତି ରହିଛି। ୨୦୨୪ର ଯେଉଁ ତଥ୍ୟ ଆସିଛି , ଏହି ମୁତାବିକ ଦେଶରେ ୬୫ ବର୍ଷ ବୟସରୁ ଅଧିକ ବୟସ୍କ ଲୋକଙ୍କ ସଂଖ୍ୟା ୨୯.୩ ପ୍ରତିଶତ ରହିଛି। ଜାପାନର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଏହି ତଥ୍ୟ ଜାରି କରାଯାଇଛି। ଅକ୍ଟୋବରର ତଥ୍ୟ ଅନୁସାରେ ଜାପାନର ମୋଟ ଜନସଂଖ୍ୟା ଜାପାନୀ ଓ ସେଠାରେ ରହୁଥିବା ବିଦେଶୀଙ୍କୁ ମିଶାଇ ୧୨.୩ କୋଟି ଅଛି । ଏହି ତଥ୍ୟ ଗତ ବର୍ଷ  ତୁଳନାରେ ୫ ଲକ୍ଷ ୫୦ ହଜାର କମ୍‌ ଅଛି। 

ଜାପାନର ଜନସଂଖ୍ୟାରେ ୨୦୧୧ ପର ଠାରୁ ଲଗାତାର କମିବାରେ ଲାଗିଛି। ପ୍ରତିବର୍ଷ ଜାପାନର ଜନସଂଖ୍ୟାରେ ଅନେକ ଲକ୍ଷର ହ୍ରାସ ଘଟୁଛି। ଜାପାନର ଜନସଂଖ୍ୟା ୨୦୦୮ରେ ନିଜର ଶୀର୍ଷ ସ୍ତରରେ ଥିଲା। ଜାପାନ ପାଇଁ ମୁସ୍କିଲ ସ୍ଥିତି ଏହା ଯେ, ବୟସ୍କଙ୍କ ସଂଖ୍ୟା ଲଗାତାର ବଢୁଛି , ଯାହାକି ଯୁବବର୍ଗଙ୍କ ସଂଖ୍ୟା ଲଗାତାର ହ୍ରାସ ଘଟୁଛି। ସ୍ଥିତିର ଅନ୍ଦାଜା ଏଥିରୁ ଲଗାଯାଇ ପାରେ ଯେ, ୧୫ ବର୍ଷରୁ କମ୍‌ ବୟସର ଲୋକଙ୍କ ସଂଖ୍ୟା ଏବେ ଦେଶରେ ୧୧ ପ୍ରତିଶତ ହିଁ ରହିଛି। ଏହି ସଂଖ୍ୟା ଗତ ବର୍ଷ ତୁଳନାରେ ୩ ଲକ୍ଷ ୪୩ ହଜାର କମ୍ ଅଛି। ଜାପାନାରେ ଯୁବବର୍ଗଙ୍କ ସଂଖ୍ୟାରେ ୧୯୭୫ରୁ ହିଁ ଲଗାତାର ହ୍ରାସ ଘଟି ଚାଲିଛି। ଆଶ୍ଚର୍ଯ୍ୟଜନକ ଭାବେ ଜାପାନରେ ବୟସ୍କଙ୍କ ସଂଖ୍ୟା ୩୬.୨୩ ମିଲିୟନ ହୋଇ ଯାଇଛି। ଗତ ବର୍ଷ ତୁଳନାରେ ବୟସ୍କଙ୍କ ଜନସଂଖ୍ୟା ରେ ୧୭ ହଜାରର ବୃଦ୍ଧି ହୋଇଛି। 

ଏବେ କେବଳ ଜାପାନୀ ବଂଶୋଦ୍ଭବଙ୍କ କଥା ଯଦି କହିବା ତ ତାଙ୍କ ଜନସଂଖ୍ୟା କେବଳ ୧୨ କୋଟି ହିଁ ରହିଛି। ଗତ ବର୍ଷ ତୁଳନାରେ ଏବି ଲୋକଙ୍କ ସଂଖ୍ୟାରେ ପାଖାପାଖି ୯ ଲକ୍ଷର ହ୍ରାସ ଘଟିଛି। ଏହା ସ୍ପଷ୍ଟ ଯେ ଯଦି ବିଦେଶୀ ଲୋକଙ୍କ ଜନସଂଖ୍ୟା ଜାପାନରୁ ହଟାଇ ଦିଆଯାଏ ତ ହ୍ରାସର ହାର ଆହୁରି ଅଧିକ ରହିବ। ବିଦେଶୀ ଲୋକଙ୍କ କଥା ଯଦି କହିବା ତ ଦେଶରେ ୩ ଲକ୍ଷ ୪୦ ହଜାର ଲୋକ ବାହାରୁ ଆସି ଗତ ବର୍ଷେ ହେବ ଏଠାରେ ରହିଛନ୍ତି। 

ତଥ୍ୟ ଅନୁସାରେ, ଜାପାନର ରାଜଧାନୀ ଟୋକିଓ ଓ ସାଟାମାରେ ଜନସଂଖ୍ୟାରେ ବୃଦ୍ଧି ହୋଇଛି। ଏହାର କାରଣ ଜନ୍ମହାର ବଢିବା ନୁହେଁ , ଅନ୍ୟ ଅଞ୍ଚଳରୁ ଆସି ଏଠାରେ ଲୋକଙ୍କ ବସତି ସ୍ଥାପନ।। କହି ରଖୁଛୁ କି , ଜାପାନ , ରୁଷ୍‌ , ଇଟାଲୀ , ଦକ୍ଷିଣ କୋରିଆ ଭଳି ଦେଶରେ ଜନସଂଖ୍ୟାର ସଙ୍କଟ ଖୁବ୍‌ ସଙ୍ଗୀନ। ଏହି ସବୁ ଦେଶର ଯୁବବର୍ଗଙ୍କ ପରିବାର ବ୍ୟବସ୍ଥାରେ ରୁଚି କମ୍‌ ଦେଖିବାକୁ ମିଳିଛି। ସାଉଥ୍‌ କୋରିଆ ମଧ୍ୟ ପରିବାର ବଢାଇବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବାର ଉଦ୍ଦେଶ୍ୟରେ ମନ୍ତ୍ରଣାଳୟର ଗଠନ କରିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.