ପ୍ରମୂଖ ଖବର
  • ବିଜେଡି ସଭାପତି ପଦ ପାଇଁ ଗୁରୁବାର ନାମାଙ୍କନ ଭରିବେ ନବୀନ, ୧୯ରେ ଘୋଷଣା
  • ||
  • ବଲାଙ୍ଗୀର : ଜଙ୍ଗଲରୁ ୨ କ୍ଷତାକ୍ତ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ
  • ||
  • ଗଜପତି : ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ
  • ||
  • ଢେଙ୍କାନାଳ : କଷ୍ଟ ସହି ନପାରି ରେଲ୍‌ ୱେ ଟ୍ରାକ୍‌ରେ ଜୀବନ ହାରିଲେ ପୂଜକ, ଉଦ୍ଧାର ହେଲା ମୃତଦେହ
  • ||
  • ଢେଙ୍କାନାଳ : ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ, ଏକକାଳୀନ ୯ଟି ସ୍ଥାନରେ ଚଢାଉ
  • ||
  • ବରଗଡ଼ : ହାତୀ ଆକ୍ରମଣରେ ଜଣେ ମହିଳା ମୃତ, ଜଣେ ଗୁରୁତର
  • ||
  • ମାଲକାନଗିରି : ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ, ବନ୍ଧୁକ ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ଭୁବନେଶ୍ୱର : ଟ୍ରାକ୍ଟରକୁ ପିଟିଲା ଟ୍ରାଭେଲର୍, ୨ ଆହତ
  • ||

ଅଜବ ଘଟଣା, ପିଲାଙ୍କଠୁ ଆଇପ୍ୟାଡ୍‌ ଚୋରି ନେବା ମାମଲାରେ ମା' ଗିରଫ

Published By : Prameya | April 15, 2025 9:04 AM

ନୂଆଦିଲ୍ଲୀ ୧୫/୦୪: ମାତାପିତାଙ୍କୁ ପିଲାଙ୍କର ସବୁଠୁ ବଡ଼ ଶୁଭଚିନ୍ତକ କୁହାଯାଏ । ସେମାନଙ୍କ ଗାଳି ଓ ଶାସନ ପଛରେ ମହତ ଉଦ୍ଦେଶ୍ୟ ଥାଏ । ଏହି କ୍ରମରେ ପିଲାଙ୍କୁ ମୋବାଇଲ ଓ ଡିଜିଟାଲ ଡିଭାଇସ୍‌ଠୁ ଦୂରରେ ରଖିବା ଅଭିଭାବକଙ୍କ ପାଇଁ ବଡ଼ ଚିନ୍ତାର ବିଷୟ । କିନ୍ତୁ ଏଥିପାଇଁ ଯଦି ଅଭିଭାବକଙ୍କୁ ଥାନାକୁ ଯିବାକୁ ପଡ଼େ? ବ୍ରିଟେନରେ ଏଭଳି ଏକ ଆଶ୍ଚର୍ଯ୍ୟକର ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମା’ ନିଜ ଝିଅଙ୍କଠୁ ଆଇପ୍ୟାଡ୍‌ ନେଇଯିବାରୁ ଚୋରି ସନ୍ଦେହରେ ତାଙ୍କୁ ଗିରଫ କରାଗଲା । ବ୍ରିଟେନର ସରେ ବାସିନ୍ଦା ୫୦ ବର୍ଷୀୟା ଭନେସା ବ୍ରାଉନ୍‌ ଜଣେ ଇତିହାସ ଶିକ୍ଷୟିତ୍ରୀ । ତାଙ୍କ ଝିଅମାନେ ଡିଜିଟାଲ ଡିଭାଇସ୍‌ଠୁ ଦୂରରେ ରୁହନ୍ତୁ ଏବଂ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ । ସେ କେବଳ ଏତିକି ଚାହିଁଥିଲେ । କିନ୍ତୁ ଏହି କଠୋର ଆଚରଣ ତାଙ୍କୁ ଥାନାରେ ପହଞ୍ଚାଇଦେଲା । 

ନିକଟରେ ଥାନାକୁ ଏକ ଫୋନ୍‌ ଆସିଲା, ଯେଉଁଥିରେ ଜଣେ ବ୍ୟକ୍ତି ସୁରକ୍ଷାକୁ ନେଇ ଚିନ୍ତିତ ଥିବା ଜଣାଇଲେ । ପୁଲିସ ଯେତେବେଳେ ଭନେସାଙ୍କ ଘରେ ପହଞ୍ଚିଲା, ତେବେ ସେଠାରେ ଉପସ୍ଥିତ ଜଣେ ୪୦ ବର୍ଷୀୟ ବ୍ୟକ୍ତି ଦୁଇଟି ଆଇପ୍ୟାଡ୍‌ ଚୋରି ହୋଇଥିବା କହିଲେ । ଏହା ପରେ ପୁଲିସ ଟ୍ରାକିଂ ସିଷ୍ଟମ୍‌ ଜରିଆରେ ଆଇପ୍ୟାଡ୍‌ଗୁଡ଼ିକୁ ଚିହ୍ନଟ କଲା ଏବଂ ଭନେସାଙ୍କ ପାଖରେ ପହଞ୍ଚିଗଲା ।

ଭନେସା ପ୍ରଥମେ ଡିଭାଇସ୍‌ ବିଷୟରେ କହିବାକୁ ମନାକଲେ । କିନ୍ତୁ ପୁଲିସ ଯେତେବେଳେ ଆଇପ୍ୟାଡ୍‌ର ଲୋକେସନ୍‌ ଟ୍ରାକ୍‌ କରି ସେଗୁଡ଼ିକୁ ହସ୍ତାନ୍ତର କରିବାକୁ କହିଲା, ଭନେସା ମନା କରିଦେଲେ । ଏହା ପରେ ତାଙ୍କୁ ଘଟଣାସ୍ଥଳରେ ହିଁ ଆଇପ୍ୟାଡ୍‌ ଚୋରି ସନ୍ଦେହରେ ପୁଲିସ ଗିରଫ କଲା । ଏକ ଗଣମାଧ୍ୟମ ସହ ଆଲୋଚନା କରି ଭନେସା ସମଗ୍ର ଘଟଣାକୁ ଆଶ୍ଚର୍ଯ୍ୟଚକିତ ବୋଲି କହିଲେ । ସେ କହିଲେ, ମୁଁ ମୋ ମା’ଙ୍କ ଘରକୁ କଫି ପିଇବାକୁ ଯାଇଥିଲି । ସେଠାରେ ପୁଲିସ ମୋତେ ଅପରାଧୀ ଭଳି ବ୍ୟବହାର କଲା । ଏହାର କାରଣ ମୁଁ କିଛି ସମୟ ପାଇଁ ମୋ ଝିଅଙ୍କ ଆଇପ୍ୟାଡ୍‌ ନେଇଯାଇଥିଲି । 

ଏଥିପାଇଁ ପୁଲିସ ଭନିସାଙ୍କୁ ୭ ଘଣ୍ଟା ଥାନାରେ ଅଟକ ରଖିଲା । ତାଙ୍କର ୮୦ ବର୍ଷୀୟା ମା’ଙ୍କୁ ମଧ୍ୟ ଖରାପ ବ୍ୟବହାର ପ୍ରଦର୍ଶନ କଲା ବୋଲି ସେ କହିଛନ୍ତି । ଏହି ସମୟରେ ତାଙ୍କର ଫିଙ୍ଗରପ୍ରିଣ୍ଟ୍‌ ନିଆଗଲା । ମେଡିକାଲ ଯାଞ୍ଚ୍‌ କରାଗଲା ଏବଂ ପ୍ରଥମ ୩ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ନିଜ ଓକିଲ ସହ କଥା ହେବାକୁ ଦିଆଗଲା ନାହିଁ । ଭନେସାଙ୍କୁ ଜାମିନିରେ ଛଡ଼ାଗଲା, କିନ୍ତୁ ସର୍ତ୍ତ ରଖାଗଲା ଯେ ମାମଲାରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କ ସହ ସେ କଥା ହେବେ ନାହିଁ । ଏମିତିକି ନିଜ ଝିଅଙ୍କ ସହ ମଧ୍ୟ । ତେବେ ପର ଦିନ ପୁଲିସ ନିଜର ଭୁଲ ସ୍ୱୀକାର କଲା ଏବଂ ମାମଲାକୁ ରଦ୍ଦ କଲା । କାରଣ ଯାଞ୍ଚ୍‌ରୁ ସ୍ପଷ୍ଟ ହେଲା ଯେ ଆଇପ୍ୟାଡ୍‌ ତାଙ୍କ ପିଲାଙ୍କର ଥିଲା ଏବଂ ଏହାକୁ ଅକ୍ତିଆର କରିବାର ପୂରା ଅଧିକାର ମା’ଙ୍କର ଅଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.