ନୂଆଦିଲ୍ଲୀ,୧୬ /୦୪: ଆମେରିକା ଓ ଚୀନ ମଧ୍ୟରେ ଟାରିଫ୍ ୱାର ଜାରି ରହିଛି । ଦୁଇଦେଶ ପରସ୍ପର ଉପରେ ଶୁଳ୍କ ଲଦା ଲଦି ହେଉଛନ୍ତି । ଏ ନେଇ ଆମେରିକା ସହ ଚୀନର ତିକ୍ତତା ଦେଖିବାକୁ ମିଳିଛି । ଟମ୍ପଙ୍କ ସହ ସମ୍ପର୍କ ବିଗିଡ଼ିବ ପରେ ଚୀନ ଭାରତ ସହ ଘନିଷ୍ଠତା ବଢାଇବେ ଚେଷ୍ଟା କରୁଛି । ଚୀନ ୮୫,୦୦୦ ଭାରତୀୟ ନାଗରିକଙ୍କ ପାଇଁ ଭିସା ଜାରି କରିଛି । ଟ୍ରମ୍ପଙ୍କୁ ଚେକ୍ ଦେବାକୁ ଚୀନ ଏହି ତରିକା ଆପଣେଇଥିବା ଚର୍ଚ୍ଚା ହେଉଛି ।
ଭାରତରେ ଚୀନ ଦୂତାବାସ ଜାନୁଆରୀ ୧ରୁ୯ ଏପ୍ରିଲ ୨୦୨୫ ଯାଏ ୮୫ ହଜାରରୁ ଅଧିକ ଭାରତୀୟ ନାଗରିକଙ୍କଉ ଭିସା ଜାରି କରିଛି । ଚୀନ ଏପରି କରିବା ଦୁଇ ଦେଶ ଲୋକଙ୍କ ମଧ୍ୟରେ ସମ୍ପର୍କରେ ଘନିଷ୍ଠତା ଆଣିବାକୁ ପ୍ରୟାସ ବୋଲି କୁହାଯାଉଛି । ଭାରତରେ ଚୀନ ଦୂତବାସ ଶୁ ଫେହାଗ୍ନ ଅଧିକରୁ ଅଧିକ ଭାରତୀୟ ଚୀନ ଆସନ୍ତୁ ଶାନ୍ତ, ସୁରକ୍ଷିତ ମାହୋଲକୁ ଉପଭୋଗ କରନ୍ତୁ ବୋଲି ନିମନ୍ତ୍ରଣ କରିଛନ୍ତି ।
ସୋସିଆଲ ମିଡ଼ିଆ ପୋଷ୍ଟରେ ସେ କହିଛନ୍ତି କି, ଏପ୍ରିଲ ୯, ୨୦୨୫ ଯାଏଁ ଭାରତରେ ଚୀନ ଦୂତାବାସ ଏବଂ କନସ୍ୟୁଲେଟ ଚୀନ ଗସ୍ତ କରିବାକୁ ଥିବା ଭାରତୀୟ ନାଗରିକଙ୍କୁ ୮୫ ହଜାର ଅଧିକ ଭିସା ଜାରି କରିଛି । ଚୀନ ଆସିବାକୁ ଥିବା ଭାରତୀୟ ବନ୍ଧୁଙ୍କୁ ସ୍ବାଗତ ।'' ଗତବର୍ଷ ଚୀନ ୧୮୦,୦୦୦ ଭାରତୀୟଙ୍କ ପାଇଁ ଭିସା ଜାରି କରିଥିଲା । ଏହା ସହିତ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ କିଛି ସୁବିଧା କରିଛି ଚୀନ । ସେଥିରେ ଭିସା ଆବେଦନ କରୁଥିବା ଭାରତୀୟଙ୍କୁ ଏବେ ଅନଲାଇନ ଅପଡେଟେସନ ନେବାର ଆବଶ୍ୟକତା ନାହିଁ । ଏହା ଦ୍ୱାରା ଭିସା ଆପ୍ଲିକେସନ ପ୍ରକ୍ରିୟା ଆହୁରି ସହଜ ହେବ ।
ଅଧିକ ପଢନ୍ତୁ...ଆମେରିକାକୁ ଝଟ୍କା: ବୋଇଙ୍ଗ୍ ଉପରେ ରୋକ୍ ଲଗାଇଲା ଚୀନ, ଅର୍ଡର ଦେଇ ବିମାନ ନେବାକୁ ମନା କଲା
ଉଲ୍ଲେଖ୍ୟନୀୟ, ଟାରିଫ୍ ଯୁଦ୍ଧର ଆରମ୍ଭ ଯଦିଓ ଆମେରିକା କରିଛି, ଚୀନ୍ ବି ନଛୋଡବନ୍ଧା । ଲଗାତାର ଆମେରିକା ଉପରେ ପାଲଟା ହମ୍ଲା କରି ଚାଲିଛି ଡ୍ରାଗନ । ଉଭୟ ଦେଶ ମଧ୍ୟରେ ଘମାଘୋଟ ହୋଇଛି ବାଣିଜ୍ୟ ଯୁଦ୍ଧ । ଚୀନ୍ ମାଷ୍ଟର୍ଷ୍ଟ୍ରୋକ୍ ଚଳାଇ ଆମେରିକୀୟ କମ୍ପାନି ବୋଇଙ୍ଗ୍ ବିମାନର ଡେଲିଭରୀ ନେବେ ନାହିଁ ବୋଲି ବିମାନ କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଡୋନାଲ୍ଡ ଟ୍ରମ୍ପ ଚୀନ୍ ସାମଗ୍ରୀ ଉପରେ ୧୪୫ ପ୍ରତିଶତ ଶୁକ୍ଳ ଲଗାଇବା ପରେ ଡ୍ରାଗନ୍ ଆମେରିକା ଉପରେ ୧୨୫ ପ୍ରତିଶତ ଶୁଳ୍କ ଲଗାଇଛି ।