ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

Tesla: ଏଲନ ମସ୍କଙ୍କ ସହ କଥା ହେଲେ ପିଏମ ମୋଦି; ଭାରତକୁ ଜଲଦି ଆସିବ ଟେସଲା

Published By : Bijay Swain | April 18, 2025 5:05 PM

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଟେଲିଫୋନ ଯୋଗେ ଟେସଲା ଓ ସ୍ପେସଏକ୍ସର ମାଲିକ ଏଲନ ମସ୍କଙ୍କ ସହ କଥା ହୋଇଛନ୍ତି। ବୈଷୟିକ ଜ୍ଞାନ ଓ ଉଦ୍ଭାବନ କ୍ଷେତ୍ରରେ ଭାରତ ଏବଂ ଆମେରିକା ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବାକୁ ପାରସ୍ପରିକ ଆଗ୍ରହ ରହିଛି ବୋଲି ମୋଦୀ କହିଛନ୍ତି। ଗୋଟିଏ ପଟେ ଭାରତୀୟ ଇଲେକ୍ଟ୍ରିକ୍ ଯାନ ବଜାରରେ ପ୍ରବେଶ କରିବା ପାଇଁ ଟେସଲା ସୁଯୋଗ ଖୋଜୁଥିବା ବେଳେ ମୋଦୀଙ୍କ ଆଲୋଚନା ଆଗକୁ ଫଳପ୍ରଦ ହୋଇପାରେ ବୋଲି ଅନୁମାନ କରାଯାଉଛି। 

ଚଳିତ ବର୍ଷ ୱାଶିଂଟନ ଡିସିରେ ହୋଇଥିବା ପୂର୍ବ ବୈଠକକୁ ଆଧାର କରି ମସ୍କଙ୍କ ଓ ମୋଦୀଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା।  ଭାରତର ଦ୍ରୁତ ଗତିରେ ବିକଶିତ ହେଉଥିବା ଟେକ୍ ଇକୋସିଷ୍ଟମ ଏବଂ ମସ୍କଙ୍କ ଉଦ୍ୟମରେ ହେଉଥିବା କଟିଂ ଏଜ୍ ଇନୋବେସନ ଉପରେ ଆଲୋକପାତ କରାଯାଇଥିଲା। 

ଆଲୋଚନା ଉପରେ ସବିଶେଷ ସୂଚନା ଦେଇ ମୋଦୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି  “ଏଲନ ମସ୍କଙ୍କ ସହ କଥା ହୋଇ ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା କଲି, ଚଳିତ ବର୍ଷ ଆରମ୍ଭରେ ୱାଶିଂଟନ ଡିସିରେ ଆମର ବୈଠକ ସମୟରେ ଆମ ଆଲୋଚିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିଛୁ। ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ସହଯୋଗର ଅପାର ସମ୍ଭାବନା ଉପରେ ଆଲୋଚନା କଲୁ। ଭାରତ ଏହି କ୍ଷେତ୍ରଗୁଡ଼ିକରେ ଆମେରିକା ସହିତ ଆମର ସହଭାଗୀତାକୁ ଆଗକୁ ବଢ଼ାଇବା ପାଇଁ ପ୍ରତିବଦ୍ଧ।”

ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ଆମେରିକା ଗସ୍ତ ସମୟରେ ଏଲନ ମସ୍କଙ୍କୁ ଭେଟିଥିଲେ। ମସ୍କଙ୍କ ସମେତ ତାଙ୍କର ୩ ସନ୍ତାନ - ଏକ୍ସ, ଷ୍ଟ୍ରାଇଡର ଏବଂ ଆଜ୍ୟୁର ମଧ୍ୟ ଏହି ସମ୍ମିଳନିରେ ଉପସ୍ଥିତ ଥିଲେ। ସାକ୍ଷାତ ସମୟରେ ଏଲନ ମସ୍କ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ଷ୍ଟାରସିପ୍ ହେକ୍ସାଗୋନାଲ୍ ହିଟ୍ସିଲ୍ଡ ଟାଇଲ୍ ଉପହାର ମଧ୍ୟ ଦେଇଥିଲେ। 

ଟେସଲା ଭାରତରେ ଏଣ୍ଟ୍ରି ମାରିବା ଅପେକ୍ଷାରେ ରହିଛି। ଆସନ୍ତା କିଛି ମାସ ମଧ୍ୟରେ ଟେସ୍‌ଲା ଆମେରିକାରୁ କେତେ ହଜାର କାର୍‌ ଆମଦାନୀ କରି ଭାରତରେ ନିଜ ଆଉଟଲେଟ ପ୍ରତିଷ୍ଟା କରିବା ଦିଗରେ କାମ କରୁଛି। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଚଳିତ ବର୍ଷର ତୃତୀୟ ତ୍ରୈମାସିକ ସୁଦ୍ଧା ମୁମ୍ବାଇ, ଦିଲ୍ଲୀ ଏବଂ ବାଙ୍ଗାଲୋରରେ କମ୍ପାନୀ କାର ବିକ୍ରୟ ଆରମ୍ଭ କରିବାକୁ ଯୋଜନା କରୁଛି। ଏନେଇ କମ୍ପାନି ଭାରତରେ ଶୋ-ରୁମ ଓ କାରର ଡେଲିଭରି ପାଇଁ ନିଯୁକ୍ତି ଦେବା ଆରମ୍ଭ କରିଦେଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.