ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ୟେମେନର ରାସ୍ ଇସା ତୈଳ ବନ୍ଦର ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍, ୭୪ ମୃତ, ୧୭୧ ଆହତ…

Published By : Prameya | April 18, 2025 9:41 PM

ନୂଆଦିଲ୍ଲୀ: ୟେମେନର ରାସ୍ ଇସା ତୈଳ ବନ୍ଦର ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଅତି କମରେ ୭୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୭୧ ଜଣ ଆହତ ହୋଇଛନ୍ତି। ୟେମେନରେ ସକ୍ରିୟ ହୁଥି ବିଦ୍ରୋହୀ ମାନେ ଏହି ସୂଚନା ଦେଇଛନ୍ତି। କୁହାଯାଉଛି କି, ଗୁରୁବାର ବିଳମ୍ବିତ ରାତିରେ ଲୋକମାନେ ବନ୍ଦରରେ କାମ କରୁଥିବା ସମୟରେ ଏହି ଆକ୍ରମଣ କରାଯାଇଥିଲା।

ଆମେରିକା ସେନାର ସେଣ୍ଟ୍ରାଲ କମାଣ୍ଡ (CENTCOM) ଏହି ଆକ୍ରମଣକୁ ନିଶ୍ଚିତ କରିଛି ଏବଂ କହିଛି ଯେ, ଏହାର ଲକ୍ଷ୍ୟ ହୁଥି ବିଦ୍ରୋହୀଙ୍କ ଇନ୍ଧନ ଏବଂ ଆର୍ଥିକ ସମ୍ବଳକୁ ଦୁର୍ବଳ କରିବା। ଅଲ-ଜଜିରା ରିପୋର୍ଟ ଅନୁଯାୟୀ, ଆକ୍ରମଣରେ ବନ୍ଦର ଏବଂ ଏହାର ଆଖପାଖ ଅଞ୍ଚଳ ଗୁଡ଼ିକୁ ବିଶେଷ ଭାବରେ ଟାର୍ଗେଟ କରାଯାଇଥିଲା। ବନ୍ଦର କର୍ମଚାରୀ ଏବଂ ଟ୍ରକ୍ ଡ୍ରାଇଭର ମାନେ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି।

ସୂଚନାଥାଉକି, ରାସ୍ ଇସା ବନ୍ଦର ୟେମେନର ଅର୍ଥନୀତି ଏବଂ ମାନବିକ ସହାୟତା ଯୋଗାଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦେଶର ଆମଦାନୀର ୭୦ ପ୍ରତିଶତରୁ ଅଧିକ ଏବଂ ମାନବିକ ସହାୟତାର ୮୦ ପ୍ରତିଶତ ସେଠାରୁ ଆସେ । ଆକ୍ରମଣ ପରେ ଅଞ୍ଚଳରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଛି।

ତେବେ ଆକ୍ରମଣ ପରର ଏକ ଭିଡିଓରେ ଜଳୁଥିବା ଟ୍ରକ୍, ଭଗ୍ନାବଶେଷ ଏବଂ ସାଧାରଣ ଲୋକଙ୍କ ମୃତଦେହ ଦୃଶ୍ୟମାନ ହେଉଛି। ରିପୋର୍ଟ ଅନୁସାରେ, ଆକ୍ରମଣରେ ଅନେକ ବନ୍ଦର କର୍ମଚାରୀ ଆହତ ହୋଇଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.