ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

EU: ଭାରତ ଓ ବାଂଲାଦେଶ ସହ କରି ୭ଟି ଦେଶକୁ 'ନିରାପଦ' ତାଲିକାରେ ରଖିଲା ଇଉରୋପିୟ ସଂଘ; ଜାଣନ୍ତୁ କ’ଣ ରହିଛି ପୁରା ଘଟଣା...

Published By : Bijay Swain | April 18, 2025 6:14 PM

Image courtesy: indiatoday

ନୂଆଦିଲ୍ଲୀ: ଇଉରୋପୀୟ ସଂଘ (ଇୟୁ) ଭାରତ ଓ ବାଂଲାଦେଶ ସମେତ ସାତୋଟି ଦେଶକୁ 'ସୁରକ୍ଷିତ ଦେଶ' ଭାବେ ଚିହ୍ନିତ କରିଛି। ଏହାର ଲକ୍ଷ୍ୟ ହେଉଛି ଏହି ଦେଶମାନଙ୍କରୁ ଆସୁଥିବା ଶରଣାର୍ଥି ଆବେଦନକାରୀଙ୍କ ମାମଲାକୁ ତିନି ମାସ ମଧ୍ୟରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତ୍ୱରାନ୍ୱିତ ଭାବେ ଶରଣ ପ୍ରଦାନ କରିବା। ତେବେ ଚିହ୍ନିତ ହୋଇଥିବା ଅନ୍ୟ ଦେଶଗୁଡ଼ିକ ମଧ୍ୟରେ କୋସୋଭୋ, କଲମ୍ବିଆ, ଇଜିପ୍ଟ, ମରୋକୋ ଏବଂ ଟ୍ୟୁନିସିଆ ରହିଛି।

ଇଉରୋପୀୟ କମିଶନ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ନିଷ୍ପତ୍ତି ଇୟୁର ମାଇଗ୍ରେସନ ଓ ଶରଣାର୍ଥୀ ନୀତିର ଏକ ଅଂଶ ଅଟେ। ଯାହା ୨୦୨୬ ଜୁନ୍ ମାସଠାରୁ ଇଉରୋପରେ ପୂର୍ଣ୍ଣ ରୂପେ ଲାଗୁ କରାଯିବାର ଯୋଜନା ରହିଛି। ବର୍ତ୍ତମାନ ପାଇଁ ଏହି ତାଲିକାକୁ ନେଇ ଇୟୁ କାର୍ଯ୍ୟ କରୁଛି। ତେବେ ଦେଶଗୁଡ଼ିକର ପରିସ୍ଥିତି ଅନୁଯାୟୀ ଏହାକୁ ପର୍ଯ୍ୟାୟକ୍ରମେ ସମୀକ୍ଷା କରାଯାଇ ଆବଶ୍ୟକ ହେଲେ ଏଥିରେ ପରିବର୍ତ୍ତନ କରାଯାଇପାରେ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। 

ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ ହେଉଛି ଇୟୁ ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ବଢୁଥିବା ଶରଣାର୍ଥୀ ଆବେଦନର ସଂଖ୍ୟା ହ୍ରାସ କରିବା। ଇୟୁର ଆଭ୍ୟନ୍ତରୀଣ ବ୍ୟାପାର ଓ ମାଇଗ୍ରେସନ କମିଶନର ମାଗ୍ନସ୍ ବ୍ରୁନର କହିଛନ୍ତି ଯେ, "ଅନେକ ସଦସ୍ୟ ରାଷ୍ଟ୍ରଙ୍କ ନିକଟରେ ବହୁ ସଂଖ୍ୟାରେ ଶରଣାର୍ଥୀ ଆବେଦନ ପଡି ରହିଛି। ଏଣୁ ଏହାକୁ ସହଜ ଓ ସରଳ କରିବା ପାଇଁ ଇୟୁ ଏହି ନିଷ୍ପତ୍ତି ଗ୍ରହଣ କରିଛି। ଯାହାଦ୍ୱାରା ଆମେ ତ୍ୱରିତ ନିଷ୍ପତ୍ତି ଗ୍ରହଣ କରି, ଏହି ମାମଲାରେ ତ୍ୱରିତ ବେଗରେ ଆଗେଇ ପାରିବୁ।" 

ତେବେ, ଏହି ନିଷ୍ପତ୍ତିକୁ ଇଉରୋପର ଅନେକ ମାନବାଧିକାର ସଂଗଠନମାନେ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି। ଇଉରୋମେଡ୍ ରାଇଟ୍ସ ଭଳି ସଂଗଠନ କହିଛି ଯେ ଏହି ତାଲିକାରେ ଥିବା କିଛି ଦେଶରେ ମାନବାଧିକାର ଉଲ୍ଲଂଘନ ଏବଂ ସୁରକ୍ଷାର ଘୋର ଅଭାବ ରହିଛି। ଯେଉଁଥିପାଇଁ ଏହି ଦେଶ ଗୁଡିକୁ 'ନିରାପଦ' ବୋଲି କହିବା ଇଉରୋପ ପାଇଁ ଭୁଲ୍ ଏବଂ ବିପଜ୍ଜନକ ହୋଇପାରେ। 

ଇଟାଲୀର ସରକାର ଏହି ତାଲିକାକୁ ସ୍ୱାଗତ କରିଛନ୍ତି। ଇଟାଲୀର ଆଭ୍ୟନ୍ତରୀଣ ମନ୍ତ୍ରୀ ମାତେଓ ପିଆଣ୍ଟେଡୋସି ଏହାକୁ ଇଟାଲୀ ପାଇଁ ଏକ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି। ବିଶେଷକରି ଭାରତ, ବାଂଲାଦେଶ, ଇଜିପ୍ଟ ଓ ଟ୍ୟୁନିସିଆକୁ ଭଳି ଦେଶକୁ ଏହି ତାଲିକାରେ ସାମିଲ କରାଯିବାକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି। 

ଏହି ପ୍ରସ୍ତାବକୁ ଇଉରୋପୀୟ ପାର୍ଲାମେଣ୍ଟ ଏବଂ ସଦସ୍ୟ ରାଷ୍ଟ୍ରମାନଙ୍କ ଅନୁମୋଦନର ଆବଶ୍ୟକତା ରହିଛି। ଏହା ଇୟୁର ଶରଣାର୍ଥୀ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.