ୱାଶିଂଟନ,୧୮/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ଲାଗିଛି । ଜନ୍ମରୁ ନାଗରିକାତା ଉପରେ ବ୍ୟାନ ଲଗାଇବା ନେଇ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ରୋକ ଲଗାଇଛନ୍ତି କୋର୍ଟ । ଏହି ମୁଦ୍ଦା ଉପରେ ଶୁଣାଣି କରିବାକୁ ସହମତି କରିଛନ୍ତି କୋର୍ଟ । ଆସନ୍ତା ମେ ରେ ମାମଲା ଉପରେ ଶୁଣାଣି ହେବ ।
ୟୁଏସ ସୁପ୍ରିମକୋର୍ଟ ବର୍ତ୍ତମାନ ଏହା ନିଷ୍ପତ୍ତି ନେଇ ନାହାନ୍ତି କି ଟ୍ରମ୍ପଙ୍କର ଏହି ନିଷ୍ପତ୍ତି ସମ୍ବିଧାନ ମୁତାବିକ ଠିକ୍ କି ଭୁଲ । ବର୍ତ୍ତମାନ କୋର୍ଟ ଆଉ ଏକ ବିଷୟ ଉପରେ ଧ୍ୟାନ ଦେଉଛନ୍ତି ଯାହା ଆଗକୁ ବଡ଼ ପ୍ରଭାବ ପକାଇପାରେ । ତାହା ହେଉଛି ତଳ ଅଦାଲତ ଜଜ୍ଙ୍କୁ ପୁରା ଦେଶରେ ରାଷ୍ଟ୍ରପତିଙ୍କ ନୀତିକୁ ରୋକିବାକୁ ଆଦେଶ ଦେଇ ପାରିବେ ନା ନାହିଁ ।
ରୋକ୍ ଲଗାଇଲେ କୋର୍ଟ- ୩ ଜଣିଆ ଖଣ୍ଡପୀଠ ଅଲଗା ଅଲଗା ନିଷ୍ପତ୍ତିରେ ଟ୍ରମ୍ପଙ୍କର ଉକ୍ତ ଆଦେଶ ଉପରେ ରୋକିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଯେଉଁଥିରେ ଆମେରିକାରେ ଜନ୍ମ ପିଲାଙ୍କ ନାଗରିକତା ଶେଷ କରିବାକୁ କୁହାଯାଇଥିଲା । ଜଜ୍ କହିଛନ୍ତି କି, ଏହି ଆଦେଶ ୧୪ତମ ସଂଶୋଧନର ଉଲ୍ଲଘଂନ କାରଣ ଏହି ସଂଶୋଧନ ପ୍ରାୟ ଆମେରିକାରେ ଜନ୍ମ ସବୁ ଲୋକଙ୍କୁ ନାଗରିକତା ଅଧିକାର ଦେଇଥାଏ ।
୧୫ ମେରେ ହେବ ଶୁଣାଣି- ଜନ୍ମରୁ ନାଗରିକାତା ଉପରେ ବ୍ୟାନ ଲଗାଇବା ନେଇ ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ରୋକ ଲଗାଇଛନ୍ତି ଆମେରିକା ସୁପ୍ରିମକୋର୍ଟ । ପରବର୍ତ୍ତୀ ଶୁଣାଣି ପାଇଁ ରାଜି ହୋଇଛନ୍ତି । ମେ ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ନିର୍ଦ୍ଦେଶରେ କହିଛନ୍ତି କୋର୍ଟ ।
ଟ୍ରମ୍ପ ପ୍ରଶାସନ ଜାରି କରିଥିଲେ ଆଦେଶ- ଟ୍ରମ୍ପ ପ୍ରଶାସନ ତାଙ୍କର ଦ୍ୱିତୀୟ ପାଳିର ପ୍ରଥମ ଦିନରେ ନୂଆ ଆଦେଶ ଜାରି କରିଥିଲେ । ଯେଉଁଥିରେ କୁହାଯାଇଥିଲା ଆମେରିକାରେ ଯେଉଁ ବାପାମାଆ ବିନା ବୈଧ କାଗଜପତ୍ର ବା ଅସ୍ଥାୟୀ ଭିସାରେ ଦେଶରେ ରହୁଛନ୍ତି, ସେମାନଙ୍କ ଜନ୍ମିତ ପିଲାଙ୍କୁ ନାଗରିକତା ଦିଆଯିବ ନାହିଁ । ଏହି ଆଦେଶକୁ ଆଇନ ବିରୋଧ ବୋଲି କୁହାଯାଇଥିଲା । ୧୪ତମ ସଂଶୋଧନରେ କୁହାଯାଇଛି କି ଯେଉଁ ବ୍ୟକ୍ତି ଆମେରିକାରେ ଜନ୍ମ ନେଇଥିଲେ ଆମେରିକା କାନୁନ ଅଧିନରେ ଥିବେ ସେମାନଙ୍କୁ ନାଗରିକ ଭାବେ ସ୍ୱୀକୃତି ମିଳିବ ।