ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ବଢିଲା ମାର୍କ ଜୁକରବର୍ଗଙ୍କ ଅଡ଼ୁଆ, ମେଟା ଉପରେ କୋର୍ଟ ଟ୍ରାୟାଲ୍ ଆରମ୍ଭ

Published By : Rasmita Pradhan | April 15, 2025 9:58 AM

ନୂଆଦିଲ୍ଲୀ,୧୫/୦୪: ବଢିଲା ମାର୍କ ଜୁକରବର୍ଗଙ୍କ ଅଡ଼ୁଆ। ମେଟା ବିରୋଧରେ ସାଙ୍ଘାତିକ ଅଭିଯୋଗ। ବଜାରରେ ପ୍ରତିଯୋଗିତା ଶେଷ କରିବା ଏବଂ ଏକଚାଟିଆ ଆଧିପତ୍ୟ ବିସ୍ତାର ଲାଗି ଇନଷ୍ଟାଗ୍ରାମ ଏବଂ ହ୍ଵାଟସଆପ୍ କିଣିଥିଲା ମେଟା। ଏନଇ ଅଭିଯୋଗ ଆଣିଛନ୍ତି ଆମେରିକାର ପ୍ରତିସ୍ପର୍ଦ୍ଧା ଏବଂ ଖାଉଟି ନିୟାମକ। ୱାଶିଂଟନରେ ଆଣ୍ଟି ଟ୍ରଷ୍ଟ ମାମଲାର ଶୁଣାଣି ଆରମ୍ଭ। 

ଆମେରିକାର ପ୍ରତିସ୍ପର୍ଦ୍ଧା ଏବଂ ଖାଉଟି ନିୟାମକ ଅଭିଯୋଗ ଆଣିଛି ଯେ, ଜାରରେ ପ୍ରତିଯୋଗିତା ଶେଷ କରିବା ଏବଂ ଏକଚାଟିଆ ଆଧିପତ୍ୟ ବିସ୍ତାର ଲାଗି ମେଟା ଇନଷ୍ଟାଗ୍ରାମ ଏବଂ ହ୍ଵାଟସଆପ୍ କିଣିଥିଲା। ୨୦୧୨ରେ ମେଟା ଇନଷ୍ଟାଗ୍ରାମକୁ ୧ ବିଲିୟନ ଡଲାର ଏବଂ ୨୦୨୪ରେ ହ୍ୱାଟସଆପକୁ ୨୨ ବିଲିୟନ ଡଲାରରେ କିଣିଥିଲା। ଏହି ଡିଲ୍‌କୁ ଫେଡେରାଲ ଟ୍ରେଡ କମିଶନ(ଏଫ୍‌ଟିସି) ଅନୁମତି ଦେଇଥିଲା। ନିୟମ ଅନୁସାରେ ଏହି ଡିଲର ପରିଣାମକୁ ତର୍ଜମା କରିବା ଦାୟିତ୍ଵ ହେଉଛି ଏଫଟିସିର। ଏହି ଆଧାରରେ ଏବେ ଏଫଟିସି ମେଟା ବିରୋଧରେ ମାମଲା ରୁଜୁ କରିଛି। ଯଦି ଏଫ୍‌ଟିସି ଏହି ମାମଲା ଜିତେ ତେବେ ଫେସବୁକ ପ୍ରତିଷ୍ଠାତା ଇନଷ୍ଟାଗ୍ରାମ, ହ୍ୱାଟସଆପ୍‌କୁ ବିକ୍ରି କରିବାକୁ ବାଧ୍ୟ ହେବେ। ତେବେ ଶୁଣାଣି କାହା ସପକ୍ଷରେ ହେବ ତାହା ଏବେଠୁ କହିବା ମୁସ୍କିଲ୍।  

ସେପଟେ ମେଟା କହିଛି ଯେ, ବଜାରରେ ପ୍ରତିଯୋଗିତା ଶେଷ ହେବାର ପ୍ରଶ୍ନ ଉଠୁନି। କାରଣ ଟିକଟକ୍, ସ୍ନାପଚାଟ୍, ଏବଂ ରେଡଇଟ୍ ଭଳି କମ୍ପାନୀ ସହ ଚାଲିଛି ପ୍ରତିଯୋଗିତା। ଏମିତିରେ ଆକଳନା କରାଯାଉଛି ଯେ, ମାମଲାରେ ମେଟାର ପଲ୍ଲା ଭାରି ରହିପାରେ। ସେପଟେ ଆମେରିକାର ଆଣ୍ଟି ଟ୍ରଷ୍ଟ ଆଇନ ଖୁବ୍ କଠୋର। ସେଠାରେ ବଜାରରେ ପ୍ରତିଯୋଗିତା ଶେଷ କରି ଆଧିପତ୍ୟ ବିସ୍ତାର କରିବା ଆଇନ ଅନୁଯାୟୀ ଅପରାଧ। ତେବେ ଦେଖିବାକୁ ବାକି ରହିଲା କାହା ସପକ୍ଷରେ ଆସିବ ରାୟ ? କଣ ୨ ଫ୍ଲାଟଫର୍ମ ହ୍ୱାଟ୍‌ସଆପ ଏବଂ ଇନଷ୍ଟାଗ୍ରାମକୁ ବିକିବାକୁ ବାଧ୍ୟ ହେବ ମେଟା ? 


ଏହି ଖବରଟିକୁ ପଢନ୍ତୁ-ବାଣିଜ୍ୟ ଯୁଦ୍ଧ, ମାନ୍ଦାବସ୍ଥା ଆଶଙ୍କା ଯୋଗୁ ବଢ଼ୁଛି ସୁନା ଦର, ବର୍ଷକରେ ବଢିଲାଣି ୧୭ ହଜାରରୁ ଅଧିକ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.