ପ୍ରମୂଖ ଖବର
  • ବାଲେଶ୍ୱର : କାଳ ସାଜିଲା ଅନଲାଇନ୍‌ ଖେଳ, ୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହରାଇ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଘଟଗାଁ ମା' ତାରିଣୀଙ୍କୁ ଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶକ୍ତିକାନ୍ତ ଦାସ, ସମାଜର ପାଇଁ କଲେ ମଙ୍ଗଳ କାମନା
  • ||
  • ନବମ ଥର ପାଇଁ ନବୀନ ବିଜେଡି ମୁଖିଆ, ସାଙ୍ଗଠନିକ ନିର୍ବାଚନରେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • IPL 2025: ଆଜି ରାଜସ୍ଥାନ ରୟାଲ୍ସ- ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ଟକ୍କର, ବିଜୟ ପାଇଁ ବ୍ୟାକୁଳ ପରାଗ ବାହିନୀ
  • ||
  • ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି, ଶୋକ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ମେ ୭ ଯାଏ ୟୁଜିସି ନେଟ୍‌ ଆବେଦନ ସୁଯୋଗ, ଜୁନ୍‌ ୨୧ରୁ ୩୦ ମଧ୍ୟରେ ପରୀକ୍ଷା
  • ||
  • IPL 2024: ଆଜି କ୍ୟାପିଟାଲ୍ସକୁ ଭେଟିବ ଟାଇଟନ୍ସ, ଅହମ୍ମଦାବାଦରେ ସ୍ପିନ ଲଢ଼େଇ
  • ||
  • କଂଗ୍ରେସକୁ ଦୁର୍ବଳ କରିବାକୁ ସରକାରୀ କଳର ଅପବ୍ୟବହାରକୁ ବିରୋଧ, ଆଜି ଇଡି ଅଫିସ ଘେରିବ ଯୁବ କଂଗ୍ରେସ
  • ||
  • ସମ୍ୱଲପୁର : ଯାତ୍ରୀବାହୀ ବସ୍‌କୁ ପଛରୁ ପିଟିଲା ଟ୍ରକ୍‌, ଜଣେ ଆହତ
  • ||
  • ଯାଜପୁର : ବରଯାତ୍ରୀ ଗୋଷ୍ଠୀ ମଧ୍ୟରେ ଗାଡ଼ି ସାଇଡ୍‌ ମରାକୁ ନେଇ ବଚସା, ଫାଙ୍କା ଗୁଳିଚାଳନା କଲେ ଦୁର୍ବୃତ୍ତ
  • ||
  • ଶନିବାରଠୁ କମିବ କାଳବୈଶାଖୀ ବର୍ଷା, ୬ ଜିଲ୍ଲାକୁ ୨ ଦିନ ଯାଏ ବର୍ଷା ଆଲର୍ଟ: କେନ୍ଦ୍ରୀୟ ଓଡ଼ିଶାରେ ବଢ଼ିବ ତାତି
  • ||

ୟୁକ୍ରେନର ଭାରତୀୟ ଔଷଧ ଗୋଦାମ ଉପରେ ଆକ୍ରମଣ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କଲା ଋଷ

Published By : prameya | April 18, 2025 12:09 PM

ନୂଆଦିଲ୍ଲୀ,୧୮/୦୪: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ  ଜାରି ରହିଛି। ଏହି ଯୁଦ୍ଧରେ ଅନେକ ଦେଶ  ସହୁଛନ୍ତି କ୍ଷତି। ଏହାରି ମଧ୍ୟରେ ୟୁକ୍ରେନର ରାଜଧାନୀ କିଭ୍‌ରେ ଥିବା ଭାରତୀୟ ଔଷଧ ଗୋଦାମ ଉପରେ ଆକ୍ରମଣ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ରୁଷ। ରୁଷର ସେନା ପକ୍ଷରୁ କୌଣସି ବୋମା କି କ୍ଷେପଣାସ୍ତ୍ର ଭାରତୀୟ ଔଷଧ ଗୋଦାମରେ ପକାଇଯାଇନଥିବାର କହିଛି ରୁଷ। କୁହାଯାଇଛି, ବୋଧହୁଏ ୟୁକ୍ରେନର ଏୟାର ଡିଫେନସ ମିସାଇଲ୍ ସିଷ୍ଟମର କୌଣସି କ୍ଷେପଣାସ୍ତ୍ର ଔଷଧ ଗୋଦାମରେ ପଡ଼ିଯାଇଛି। ଏହା ପରେ ହେଲଥ କେୟାରର ଗୋଦାମରେ ନିଆଁ ଲାଗି ଯାଇଥିଲା। 

ତେବେ ଗତ ଏପ୍ରିଲ ୧୨ ତାରିଖରେ ଏହି ଘଟଣା ଘଟିଥିଲା। କିଭ୍‌ର ପୂର୍ବ ଭାଗରେ ଥିବା କୁସୁମ୍ ହେଲ୍‌ଥ କେୟାରର ଔଷଧ ଦୋକାନ ଉପରେ ଆକ୍ରମଣ କରାଯାଇଥିଲା। କିନ୍ତୁ ରୁଷିଆ ସ୍ପଷ୍ଟ କରିଛି ଏହି ଆକ୍ରମଣ କରି ରୁଷର ସେନା ତରଫରୁ ହୋଇନଥିଲା, ଏପରିକି ଆକ୍ରମଣ କରିବାର ଯୋଜନା ବି କରାଯାଇନଥିଲା। ଭାରତରେ ଥିବା ୟୁକ୍ରେନର ଦୂତାବାସ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ, ରୁଷିଆ ଏକ ପ୍ରମୁଖ ଭାରତୀୟ ଔଷଧ କମ୍ପାନୀ କୁସୁମର ଗୋଦାମ ଉପରେ ଆକ୍ରମଣ କରିଥିଲା। ମସ୍କୋ ଜାଣିଶୁଣି ଭାରତୀୟ ବ୍ୟବସାୟଗୁଡ଼ିକୁ ଟାର୍ଗେଟ କରୁଛି –ପିଲା ଏବଂ ବୟସ୍କମାନଙ୍କ ପାଇଁ ଉଦ୍ଦିଷ୍ଟ ଔଷଧ ନଷ୍ଟ କରୁଛି।

ଏହା ମଧ୍ୟ ପଢନ୍ତୁ-  ଟ୍ରମ୍ପଙ୍କୁ ସୁପ୍ରିମ ଝଟକା; ନାଗରିକତା ନିଷ୍ପତ୍ତି ଉପରେ ରୋକ, ମେ ୧୫ରେ ପରବର୍ତ୍ତୀ ଶୁଣାଣି

 ହେଲେ ଏହାକୁ ଖଣ୍ଡନ କରି ରୁଷ ଦୂତାବାସ କହିଛି ଯେ ଏପ୍ରିଲ ୧୨ ତାରିଖରେ ୟୁକ୍ରେନର ମିଲିଟାରି ବିମାନ କଂପ୍ଲେକ୍‌ସ, UAV ଆସେମ୍ବଲି କର୍ମଶାଳାକୁ ଧ୍ଵଂସ କରାଯାଇଥିଲା। କିନ୍ତୁ କୁସୁମ ହେଲଥ କେୟାର ଉପରେ ଆକ୍ରମଣ କରାଯାଇନଥିଲା।ସ୍ୱତନ୍ତ୍ର ସାମରିକ ଅଭିଯାନ ସମୟରେ ରୁଷ ସଶସ୍ତ୍ର ବାହିନୀ କେବେବି ବେସାମରିକ ସୁବିଧାଗୁଡ଼ିକୁ ଟାର୍ଗେଟ କରିନାହିଁ। ମସ୍କୋରୁ ଆସିଥିବା ଏକ ରିପୋର୍ଟ ଅନୁସାରେ ଏହା ଏକ ୟୁକ୍ରେନୀୟ କ୍ଷେପଣାସ୍ତ୍ର ଥିଲା ଯାହା ଭୁଲରେ ଫାୟାର ହୋଇଥିଲା କାରଣ ଏପରି ଘଟଣା ପୂର୍ବରୁ ଘଟିଛି। ଯେତେବେଳେ ଭୁଲ ଅଗ୍ନିକାଣ୍ଡ ହୁଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.