ନୂଆଦିଲ୍ଲୀ : କିଛି ବର୍ଷ ପୂର୍ବେ ଯେତେବେଳେ ଆଣ୍ଟର୍କଟିକାର ୱିଣ୍ଟର ସାମୁଦ୍ରିକ ବରଫରେ ଏକ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଥିଲା, ଏହାକୁ ଦେଖି ନାସାର ବୈଜ୍ଞାନିକମାନ ବିଶ୍ୱାସ କରିପାରି ନଥିଲେ। ଏହି ଗର୍ତ୍ତ ଅନେକ ମାସ ଧରି ରହିଥିଲା ଏବଂ ବର୍ଷେ ପରେ ସ୍ୱିଜରଲ୍ୟାଣ୍ଡର ଆକାର ପରି ହୋଇଗଲା। ଉପକୂଳ ଠାରୁ ଶହ ଶହ ମାଇଲ ଦୂରତାରେ ଏହି ଗର୍ତ୍ତ ମୌଡ୍ ରାଇଜ୍ ନାମକ ଏକ ଜଳମଗ୍ନ ମାଳଭୂମି ଉପରେ ଅବସ୍ଥିତ ଥିଲା। ଗର୍ତ୍ତଟି ଯେତେବେଳେ ବନ୍ଦ ହୋଇଗଲା, ବୈଜ୍ଞାନିକମାନେ ଏହାକୁ ଅଧ୍ୟୟନ କରିବାକୁ ନିଷ୍ପତ୍ତି ନେଲେ ଏବଂ ଜାଣି ପାଇଲେ ଯେ, ୪,୬୦୦ ଫୁଟ୍ ଉଚ୍ଚ ସମୁଦ୍ରୀ ପର୍ବତ ଏହାକୁ ତିଆରି କରିବାରେ ସାହାଯ୍ୟ କରିଛି , ଯାହାକୁ ପୋଲିନ୍ୟା ମଧ୍ୟ କୁହାଯାଏ।
୧୯୭୦ ଦଶକରେ, ଯେତେବେଳେ ରିମୋଟ୍ ସେନସିଂ ଉପଗ୍ରହ (ସାଟେଲାଇଟ୍ )କୁ ପ୍ରଥମେ ଲଞ୍ଚ କରାଯାଇ ଥିଲା , ତ ସେମାନେ ୧୯୭୪ରୁ ୧୯୭୬ ଯାଏ ମାଉଡ୍ ରାଇଜ୍ ପୋଲିନ୍ୟାକୁ ଦେଖିଥିଲେ , ଏହା ଏକ ନିୟମିତ ବିଶେଷତ୍ୱ ହୋଇ ଗଲା ଏବଂ ବୈଜ୍ଞାନିକମାନେ ଭାବିଲେ କି ଏହା ପ୍ରତି ବର୍ଷ ବିକଶିତ ହେବ। କିନ୍ତୁ ଏମିତି ହେଲା ନାହିଁ। ପୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି, ଆଣ୍ଟାର୍କଟିକା ବରଫ ଚାଦରେ ଏହି ଗର୍ତ୍ତ ପୁଣି ୨୦୧୭ରେ ଦେଖା ଦେଲା। ଉକ୍ତ ଅଧ୍ୟୟନ ସାଇନ୍ସ ଆଡଭାନ୍ସେଜ୍ରେ ପ୍ରକାଶିତ ହୋଇଛି।
ଅଧ୍ୟୟନର ପ୍ରମୁଖ ଲେଖକ , ସାଉଥେମ୍ପଟନ ବିଶ୍ୱବିଦ୍ୟାଳୟର ଆଦିତ୍ୟ ନାରାୟଣ କହିଛନ୍ତି , ୧୯୭୦ ଦଶକ ପରେ ୨୦୧୭ରେ ପ୍ରଥମ ଥର ୱେଡେଲ ସାଗରରେ ଏତେ ବଡ଼ ଓ ଦୀର୍ଘ ପୋଲିନ୍ୟା ଦେଖାଯାଇ ଥିଲା ।
ଆଣ୍ଟାର୍କଟିକାରେ ଗର୍ତ୍ତର କାରଣ ଖୋଜିଲେ ବୈଜ୍ଞାନିକ – ବୈଜ୍ଞାନିକମାନେ ଜାଣିବାକୁ ପାଇଲେ ଯେ, ୱେଡେଲ ଗାଇକ, ୱେଡେଲ ସାଗର ସ୍ଥିତ ଏକ ଗାଇର , ଯାହା କ୍ଲକଲାଇଜ୍ ଘୂରି, ଦୂତ ଗତିରେ ଘୂର୍ଣ୍ଣନ ଆରମ୍ଭ କରିଥିଲା। ଏଥିରେ ଗରମ ଓ ଲୁଣିଆ ପାଣିର ଏକ ଗଭୀର ସ୍ତର ପୃଷ୍ଠଭାଗକୁ ଆସି ଥିଲା ଏବଂ ନିମ୍ନ ଭାଗରୁ ବରଫ ନରମ ହୋଇ ଯାଇ ଥିଲା। ଗୋଥେନବର୍ଗ ବିଶ୍ୱବିଦ୍ୟାଳୟରେ ଭୌତିକ ସମୁଦ୍ର ବିଜ୍ଞାନର ପ୍ରଫେସର ଓ ଗବେଷଣାର ସହ-ଲେଖକ ଫେବିୟନ ରୋକ୍କେଟ୍ କହିଛନ୍ତି , ଏହି ଅପୱେଲିଂ ଏହା ଜାଣିବାରେ ସାହାଯ୍ୟ କରିଥିଲା ଯେ, ସାମୁଦ୍ରିକ ବରଫ କେମିତି ତରଳି ପାରେ। କିନ୍ତୁ ଯେତିକି ଯେତିକି ସାମୁଦ୍ରିକ ବରଫ ତରଳେ , ଏଥିରୁ ପୃଷ୍ଠର ପାଣି ସ୍ୱଚ୍ଛ ହୋଇ ଯାଏ, ଯେଉଁଥିରୁ ମିଶ୍ରଣ ଉପରେ ରୋକ୍ ଲାଗେ।
ଏଥିପାଇଁ ସେମାନଙ୍କର ବିଶ୍ୱାସ ଥିଲା ଯେ, ଆଉ କିଛି ପ୍ରକ୍ରିୟା ମଧ୍ୟ ଚାଲୁଛି ଏବଂ ସେଠାରେ କେଉଁଠାରୁ ନିଶ୍ଚୟ ଲୁଣର ଅତିରିକ୍ତ ଇନପୁଟ୍ ଆସୁଛି। ଏହି ପ୍ରକ୍ରିୟାରେ ଏକଷ୍ଟ୍ରା ଟ୍ରପିକାଲ ଷ୍ଟ୍ରର୍ମ ଗୁଡ଼ିକର ଭୂମିକା ରହିପାରେ। କାରଣ ବାୟୁ ସମୁଦ୍ର ବରଫକୁ ବାହାର ଆଡ଼କୁ ନେଇ ଯାଉଛି ଏବଂ ଲୁଣ ଜଳ ମୌଡ ରାଇଜ୍ ଆଡକୁ ନିର୍ଗତ ହୋଇଛି। ବାୟୁମଣ୍ଡଳୀୟ ନଦୀଗୁଡ଼ିକ ଉପରୁ ଗରମ ପ୍ରଦାନ କରୁଛି। ଅନ୍ତିମ ଫ୍ୟାକ୍ଟର ଏକ ପ୍ରକ୍ରିୟା ଥିଲା ଯାହାକୁ ଏକମ୍ୟାନ ଟ୍ରାନ୍ସପୋର୍ଟ କୁହାଯାଏ।
ଏଥିରେ କୁହାଯାଇଛି ଯେ, ଯେବେ ସମୁଦ୍ରରେ ବାୟୁ ପ୍ରବାହ ହୁଏ , ତ ପୃଥିବୀର ଘୂର୍ଣ୍ଣନ କାରଣରୁ ପୃଷ୍ଠର ପ୍ରବାବ ପାଖାପାଖି ୯୦ ଡିଗ୍ରୀ ଯାଏ ବିକ୍ଷେପିତ ହୋଇ ଯାଏ। ଗବେଷକମାନେ ଏକ ମଡେଲ ତିଆରି କଲେ , ଯିଏକି ଦେଖାଇଲା ପ୍ରବାହର କାରଣରୁ ଲୁଣପୂର୍ଣ୍ଣ ପାଣି ଠିକ୍ ସେହି ସ୍ଥାନକୁ ଆସିଗଲା , ଯେଉଁଠାରୁ ୨୦୧୭ରେ ମୌଡ ରାଇଜ୍ରେ ଗର୍ତ୍ତ ଖୋଲି ଥିଲା। ବରଫକୁ ଗତିଶୀଳ କରିବା ଓ ସଠିକ୍ ସ୍ଥାନରେ ସଠିକ୍ ଜଳ ପହଞ୍ଚାଉ ଥିବା ଷ୍ଟର୍ମ କାରଣରୁ ଗର୍ତ୍ତ ସୃଷ୍ଟି ହେବାର ପ୍ରକ୍ରିୟା ସହଜ ହୋଇଗଲା। ଏହି ଗର୍ତ୍ତ ସେପ୍ଟେମ୍ୱରରେ ପୁଣି ଥରେ ଜମାଟ ବାନ୍ଧିଥିଲା।