ନୂଆଦିଲ୍ଲୀ : ସାରା ବିଶ୍ୱରେ ଅନେକ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ନିଜର ଦିବ୍ୟ ଶକ୍ତିରେ ଭବିଷ୍ୟତକୁ ଦେଖିବାର ଶକ୍ତି ହାସଲ କରିଛନ୍ତି। ଏଥିରେ ନାଷ୍ଟ୍ରେଡାମସ , ବାବା ଭେଙ୍ଗା ଆଦିଙ୍କ ନାଁ ସର୍ବପ୍ରଥମେ ଆସେ। ବାବା ଭେଙ୍ଗାଙ୍କର ଅନେକ ଭବିଷ୍ୟବାଣୀ ସଠିକ୍ ସାବ୍ୟସ୍ତ ହୋଇଛି। ତାଙ୍କୁ ବାଲକନର ନାଷ୍ଟ୍ରେଡାମସ ମଧ୍ୟ କୁହାଯାଏ। ସେ ଆଖିରେ ଦେଖି ପାରୁ ନଥିଲେ, ହେଲେ ତାଙ୍କର ଭବିଷ୍ୟବାଣୀ ଗୁଡ଼ିକ ସତ ପ୍ରମାଣିତ ହେଉଥିଲା। ଆସନ୍ତା ବର୍ଷ ଗୁଡ଼ିକ ପାଇଁ ସେ ଅନେକ ଅନେକ କଥା କହିଛନ୍ତି , ଯେଉଁଥିରୁ ଅନେକ ଖୁବ୍ ଭୟଙ୍କର। ବାବା ଭେଙ୍ଗା ଦାବି କରିଛନ୍ତି କି, ୨୦୬୬ ମସିହାରେ ଆମେରିକା ଏକ ଏମିତି ଅସ୍ତ୍ରର ଆବିଷ୍କାର କରିବ , ଯାହାକି ପରିବେଶ ପାଇଁ ଖୁବ୍ ବିନାଶକାରୀ ବିବେଚନା କରାଯିବ । ଏହି ଅସ୍ତ୍ରର ଆବିଷ୍କାର ଆମେରିକା ଏବେଠାରୁ ପାଖାପାଖି ୪୧ ବର୍ଷ ପରେ କରିବ।
ବାବା ଭେଙ୍ଗାଙ୍କ ମୃତ୍ୟୁ ୧୯୯୬ରେ ହୋଇଥିଲା ,କିନ୍ତୁ ସେପର୍ଯ୍ୟନ୍ତ ସେ ୫୦୭୯ ପର୍ଯ୍ୟନ୍ତ ବର୍ଷ ପାଇଁ ଭବିଷ୍ୟବାଣୀ ସବୁ କରିଦେଇ ଥିଲେ। ଏଥିରୁ ଏହା ମନେକରାଯାଏ କି, ଏହା ସେହି ବର୍ଷ ହେବ , ଯେବେ ପୃଥିବୀ ଓ ବ୍ରହ୍ମାଣ୍ଡର ଅସ୍ତିତ୍ୱ ଶେଷ ହୋଇ ପାରେ। ସେ ଆମେରିକାରେ ଅଶ୍ୱେତ ରାଷ୍ଟ୍ରପତି ହେବା, ସେକେଣ୍ଡ ୱାର୍ଲ୍ଡ ୱାର, ୯/୧୧ ଆତଙ୍କୀ ହମଲା ,୨୦୦୪ରେ ଆସିଥିବା ସୁନାମୀ ସମେତ ଅନେକ ଘଟଣାର ପ୍ରଥମରୁ ହିଁ ସଠିକ୍ ଭବିଷ୍ୟବାଣୀ କରିଦେଇ ଥିଲେ। ତାଙ୍କର ଅନ୍ୟ ସବୁ ଭବିଷ୍ୟବାଣୀ କଥା ଯଦି କହିବା ତ ସେ କହିଥିଲେ କି,୨୦୪୩ ସୁଦ୍ଧା ୟୁରୋପର ୪୪ ଟି ଦେଶରେ ମୁସଲିମ୍ ଶାସନ ସ୍ଥାପିତ ହୋଇ ଯିବ।
୨୦୩୩ରେ କ୍ଲାଇମେଟ୍ ପରିବର୍ତ୍ତନର କାରଣରୁ ସମୁ୍ଦ୍ରର ଜଳସ୍ତର ବଢିବାକୁ ଲାଗିବ, ଯାହାକି ବଡ଼ ଜନସଂଖ୍ୟା ପାଇଁ ବିପଦ ସଦୃଶ୍ୟ। ଏହା ବ୍ୟତୀତ , ୨୦୪୬ରେ କୃତ୍ରିମ୍ ଅଙ୍ଗ ଗୁଡ଼ିକର ବଡ଼ ସ୍ତରରେ ଉତ୍ପାଦନ କରାଯିବ। ୨୦୭୬ରେ ସାମାଜିକ ଜାତି ବ୍ୟବସ୍ଥାର ପତନ ହେବ। ୨୦୮୪ରେ ପ୍ରକୃତି ନିଜକୁ ପୁନର୍ଜୀବିତ କରିବା ଆରମ୍ଭ କରିବ। ଏହା ବ୍ୟତୀତ ୨୦୮୮ରେ ଏକ ଭାଇରସ ଦ୍ରୁତ ଗତିରେ ବାର୍ଦ୍ଧକ୍ୟର କାରଣ ସାଜିବ ଏବଂ ପୁଣି ୨୦୯୭ରେ ଭାଇରସ ନିପାତ ହେବା ଆରମ୍ଭ କରିବ।