ନୂଆଦିଲ୍ଲୀ : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ପୁଣି ଥରେ ନିଜର ଟେକ୍ନିକାଲ କ୍ଷମତାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ଇସ୍ରୋ ୧୮ ମଇ ଅର୍ଥାତ୍ ଆସନ୍ତା କାଲି ନିଜର ବିଶ୍ୱସନୀୟ ପୋଲାର ସାଟେଲାଇଟ୍ ଲଞ୍ଚ ଭାଇକଲ (ପିଏସଏଲଭି-ସି ୬୧) ମାଧ୍ୟମରେ ସ୍ୱତନ୍ତ୍ର ଇଓଏସ୍-୦୯ (RISAT-1B) ସାଟେଲାଇଟ୍କୁ ଳଞ୍ଚ କରିବାକୁ ଯାଉଛି। ଏହି ପ୍ରକ୍ଷେପଣ ସକାଳ ୫.୫୯ଟା ସମୟରେ ଶ୍ରୀହରିକୋଟାର ସତିଶ ଧୱନ ମହାକାଶ କେନ୍ଦ୍ରରେ ହେବ। ଏହି ସାଟେଲାଇଟ୍ ଦ୍ୱାରା ଭାରତର ରାତି ସମୟ ଓ ପ୍ରତି ପାଗର ନିରୀକ୍ଷଣର କ୍ଷମତାରେ ଅଦ୍ଭୁତପୂର୍ବ ବୃଦ୍ଧି ଘଟିବାର ଆଶା ରହିଛି।
ଘନ ବାଦଲରେ ଦେଖିବାର କ୍ଷମତା - ଏହି ଉପଗ୍ରହର ବାଦଲ ଭିତରେ ମଧ୍ୟ ଦେଖିବାର କ୍ଷମତା ରହିଛି । ଏହାସହ ରାତିର ଘନ ଅନ୍ଧକାରରେ ମଧ୍ୟ ହାଇ-ରିଜଲ୍ୟୁସନ ଫଟୋ ଉଠାଇ ପାରିବ। ଏହା ମାଧ୍ୟମରେ ଭାରତର ମହାକାଶରୁ ନିରୀକ୍ଷଣର କ୍ଷମତାକୁ ଆହୁରି ଅଧିକ ମଜବୁତ୍ କରିବ, ବିଶେଷକରି ଏହି ସମୟରେ ଯେବେ ପାକିସ୍ତାନ ସହ ସୀମା ପାର୍ ଏବେ ଶାନ୍ତି ଅଛି , କିନ୍ତୁ ଭାରତ ସବୁ ସ୍ଥିତିକୁ ନେଇ ସତର୍କ ରହିଛି।
ଏହି ସାଟେଲାଇଟ୍ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଇସ୍ରୋର ବିଶ୍ୱସନୀୟ ରକେଟ୍ ପିଏସଏଲଭି ମାଧ୍ୟମରେ ଛଡ଼ା ଯିବ। ଏହା ଇସ୍ରୋର ବର୍ତ୍ତମାନ ସୁଦ୍ଧା ୧୦୧ତମ ବଡ଼ ରକେଟ୍ ଲଞ୍ଚିଂ ହେବ। ଇଓଏସ୍-୯ର ଓଜନ ୧,୬୯୬ କିଲୋଗ୍ରାମ୍ ଅଛି ଏବଂ ଏହାକୁ ପୃଥିବୀ ପୃଷ୍ଠରୁ ପାଖାପାଖି ୫୦୦ କିଲୋମିଟର ଉପର ଶ୍ରେଣୀରେ ସ୍ଥାପିତ କରାଯିବ।
କମ୍ ଆଲୋକରେ ମଧ୍ୟ ସ୍ଥଳ ଭାଗର ସଠିକ୍ ଫଟୋ –
ଏହି ସାଟେଲାଇଟ୍କୁ ଇସ୍ରୋର ୟୁ ଆର୍ ରାଓ ସାଟେଲାଇଟ୍ ସେଣ୍ଟର , ବେଙ୍ଗାଲୁରୁରେ ସଂପୂର୍ଣ୍ଣ ରୂପେ ସ୍ୱଦେଶୀ ଟେକନିକ୍ରେ ପ୍ରସ୍ତୁତ କରାଯାଇଛି। ଏଥିରେ ସି-ବ୍ୟାଣ୍ଡ ସିନ୍ଥେଟିକ୍ ଅପର୍ଚର ରାଡାର (SAR) ଟେକନିକ୍ର ବ୍ୟବହାର କରାଯାଇଛି ,ଯାହା ସବୁ ପ୍ରକାରର ପାଗରେ ଏବଂ କମ୍ ଆଲୋକରେ ମଧ୍ୟ ସ୍ଥଳ ଭାଗର ସଠିକ୍ ଫଟୋ ଉଠାଇବାରେ ସକ୍ଷମ ହେବ। ଏହି ଜାସୁସୀ ସାଟେଲାଇଟ୍ ଭାରତର ସାଟେଲାଇଟ୍ ସିଷ୍ଟମର ଅଂଶ ପାଲଟିବ , ଯେଉଁଥିରେ ପୂର୍ବରୁ ହିଁ ୫୦ରୁ ଅଧିକ ସାଟେଲାଇଟ୍ ମହାକାଶରେ ମୁତୟନ ଅଛି। ଏଥିରୁ ୭ଟି ରାଡାର ସାଟେଲାଇଟ୍ ବିଶେଷ ଭାବେ ସୀମା କ୍ଷେତ୍ରରେ ନିରୀକ୍ଷଣ କାର୍ଯ୍ୟରେ ସକ୍ରିୟ ଅଛି , ଯାହା ଅପ୍ରେଲ ୨୨ରେ ହୋଇଥିବା ପହଲଗାମ ହମଲା ଓ ଏହାପରେ ଉଭୟ ଦେଶ ମଧ୍ୟରେ ହୋଇଥିବା ସେନା କାର୍ଯ୍ୟକଳାପ ବେଳେ ପ୍ରମୁଖ ଭୂମିକାରେ ରହିଛି।
ସୁରକ୍ଷା ଏଜେନ୍ସିକୁ ଖୁବ୍ ସାହାଯ୍ୟ ମିଳିବ –
ଇଓଏସ-୯ ପୂର୍ବରୁ ଭାରତ ପାଖରେ ଯେଉଁ ପ୍ରମୁଖ ଇମେଜିଂ ସାଟେଲାଇଟ୍ Cartosat-3 ଥିଲା , ତାହା ରାତିରେ ଫଟୋ ନେଇ ପାରୁ ନଥିଲା। ଇଓଏସ-୯ ଏହି ଦୁର୍ବଳତାକୁ ଦୂର କରିବ ଏବଂ ଏଥିରୁ ମିଳିଥିବା ଫଟୋ ପୂର୍ବରୁ ଅଧିକ ସ୍ପଷ୍ଟ ଓ ସଠିକ୍ ହେବ, ଯେଉଁଥିରେ ସୁରକ୍ଷା ଏଜେନ୍ସିକୁ ଖୁବ୍ ସାହାଯ୍ୟ ମିଳିବ। ନିକଟରେ ଇସ୍ରୋ ଅଧ୍ୟକ୍ଷ ଡକ୍ଟର ବି. ନାରାୟଣନ ଏହି ସୁଯୋଗରେ କହିଛନ୍ତି, ଅତି କମ୍ରେ ୧୦ ସାଟେଲାଇଟ୍ ଚବିଶ ୨୪ ଘଣ୍ଚା ସୁରକ୍ଷାରେ ଲାଗିଛନ୍ତି। ଭାରତକୁ ନିଜର ୭ହଜାର କିଲୋମିଟର ଲମ୍ୱ ସାମୁଦ୍ରିକ ସୀମା ଓ ପୂରା ଉତ୍ତରୀ କ୍ଷେତ୍ର ନିରୀକ୍ଷଣ କରିବାକୁ ହୋଇଥାଏ। ଏହି ସାଟେଲାଇଟ୍ ଓ ଡ୍ରୋନ୍ ଟେକନିକ୍ ବିନା ସମ୍ଭବ ନୁହେଁ।