ପ୍ରମୂଖ ଖବର
  • ଦିବ୍ୟ ଦେବସ୍ନାନ ପୂର୍ଣ୍ଣିମା; ସ୍ନାନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂରତୀ, ଭକ୍ତମୟ ବଡ଼ଦାଣ୍ଡ
  • ||
  • ଯାଜପୁର : ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟିଲା ଟ୍ରାକ୍ଟର: ଜଣେ ମୃତ, ୨ ଗୁରୁତର
  • ||
  • ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ, ଭକ୍ତମୟ ଶ୍ରୀକ୍ଷେତ୍ର, ଜନସମୁଦ୍ର ବଡ଼ଦାଣ୍ଡ
  • ||
  • ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ୧୦୮ ଗରା ସୁବାସିତ ଜଳରେ କରିବେ ଦିବ୍ୟସ୍ନାନ, ଗଜାନନ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂରତୀ
  • ||
  • ଘୁଞ୍ଚି ଘୁଞ୍ଚି ଯାଉଛି ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା, ଆକ୍ସିଓମ ମିଶନ୍-୪ ପୁଣି ବ୍ରେକ
  • ||
  • ପାର୍ଟ ପ୍ଲଟ୍‌ ବିକ୍ରି ବ୍ୟବସ୍ଥାରେ ସଂଶୋଧନ, ବିନା ଲେ-ଆଉଟରେ ବିକ୍ରି କରିହେବ ୫୦୦ ବର୍ଗମିଟରରୁ କମ୍‌ ଜମି
  • ||

ବିଶ୍ୱ ପାଳୁଛି ମହାସାଗର ଦିବସ, ଚଳିତ ବର୍ଷର ଥିମ୍‌-‘ୱାଣ୍ଡର୍‌: ସଷ୍ଟେନ୍‌ ହ୍ୱାଟ୍‌ ସଷ୍ଟେନ୍‌ ଅସ୍‌’

Published By : Krishna Priya | June 8, 2025 8:32 AM

ନୂଆଦିଲ୍ଲୀ ୦୮/୦୬: ଅନୁସନ୍ଧାନ ଓ ବିଜ୍ଞାନ ମୁତାବକ ସମଗ୍ର ବିଶ୍ୱର ୭୧ ପ୍ରତିଶତ ଜଳାର୍ଣ୍ଣବ । ସେଥିରୁ ପୁଣି ୯୬ ଭାଗରୁ ବି ଉର୍ଦ୍ଧ୍ୱ ଜଳ ମହାସାଗରରେ ରହିଛି । ଗଭୀର ନୀଳ ସାଗର ଯେ ନିଜ ମଧ୍ୟରେ କେବଳ ରହସ୍ୟ ଲୁଚାଇ ରଖିଛି ସେପରି ନୁହଁ, ନୀଳ ସାଗରର ଅତଳ ଜଳ ତଳେ ଲୁଚିଯାଉଛି ଟନ୍‌ ଟନ୍‌ ପ୍ରଦୂଷକ । ମହାସାଗରର ପ୍ରାଚୁର୍ଯ୍ୟ ଓ ସୁନ୍ଦରତାକୁ ପାଳନ କରିବା ତଥା ଏହା ଉପରକୁ ଆସୁଥିବା ବିପତ୍ତି ଉପରେ ଆଲୋକପାତ କରିବାର ଯଥାର୍ଥ ଆବଶ୍ୟକତା ରହିଛି । ଏହି ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ ମାସ ୮ ତାରିଖରେ ପାଳନ କରାଯାଉଛି ବିଶ୍ୱ ମହାସାଗର ଦିବସ । ଏହି ଦିବସ ପ୍ରତ୍ୟେକଙ୍କ ଜୀବନରେ ମହାସାଗରର ଗୁରୁତ୍ୱ ମନେ  ପକାଇଦିଏ । ମିଳିତ ଜାତିସଂଘ ପକ୍ଷରୁ ଏହି ଦିବସକୁ ପାଳନ କରାଯାଉଥିବାରୁ ଏହାକୁ ୟୁଏନ୍‌ ମହାସାଗର ଦିବସ ମଧ୍ୟ କୁହାଯାଏ ।

ଚଳିତ ବର୍ଷ ଫ୍ରାନ୍ସଠାରେ ମହାସାଗର  ଦିବସ ପାଳିତ ହେଉଛି । ୮ ଜୁନ ରୁ ୧୩ ଜୁନ ଯାଏ ବିଶ୍ୱବ୍ୟାପୀ  ବିଭିନ୍ନ ଦେଶମାନଙ୍କୁ ଏହି ଅବସରରେ ଆୟୋଜିତ ହେଉଥିବା କନଫରେନ୍ସରେ ଭାଗ ନେବାକୁ ଆହ୍ୱାନ ଦିଆଯାଇଛି । ଚଳିତ ବର୍ଷ ପାଇଁ ‘ୱାଣ୍ଡର୍‌: ସଷ୍ଟେନ୍‌ ହ୍ୱାଟ୍‌ ସଷ୍ଟେନ୍‌ ଅସ୍‌’ ବିଷୟବସ୍ତୁ ରଖାଯାଇଛି । ୧୯୯୨ରେ ପ୍ରଥମ ଥର ପାଇଁ ମହାସାଗର ଦିବସ ପାଳନ କରାଯାଇଥିଲା । ୨୦୦୮ରୁ ଏହାକୁ ଜାତିସଂଘ ତରଫରୁ  ପୃଷ୍ଠପୋଷକତା ମିଳିଥିଲା । ୨୦୦୯ରେ ଆମ ସମୁଦ୍ର ଆମ ଦାୟିତ୍ୱ  ନାମକ ଏକ ସ୍ଲୋଗାନ ସହ ଜାତିସଂଘ ତରଫରୁ ପ୍ରଥମ ଥର  ବିଶ୍ୱସ୍ତରୀୟ ମହାସାଗର ଦିବସ ପାଳନ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.