ପ୍ରମୂଖ ଖବର
  • ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼
  • ||
  • ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି
  • ||
  • ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର
  • ||
  • ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ
  • ||
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

ପାକିସ୍ତାନ ସହ ଲଢିବାକୁ ଯାଉଥିବା ଯବାନଙ୍କ ଠାରୁ ନେଲେ ଫାଇନ୍‌ , ଟିଟିଆଇଙ୍କ ଉପରେ ରେଲୱର କାର୍ଯ୍ୟାନୁଷ୍ଠାନ

Published By : Prameya | May 10, 2025 6:25 PM

ଇନ୍ଦୋର : ପାକିସ୍ତାନ ସହ ଉତ୍ତେଜନା କାରଣରୁ ହଠାତ୍ ଡ୍ୟୁଟିକୁ ଡକା ଯାଉଥିବା କିଛି ଯବାନ ଅଭିଯୋଗ କରିଛନ୍ତି। ଟ୍ରେନ୍‌ରେ ଟିଟିଆଇ ତାଙ୍କ ଠାରୁ ଲାଞ୍ଚ ନେଇଛନ୍ତି ଏବଂ ତାଙ୍କ ସହ ଦୁର୍ବ୍ୟବହାର କରିଛନ୍ତି। ସୈନିକ ମଧ୍ୟ ପ୍ରଦେଶର ଇନ୍ଦୋରରୁ ଜମ୍ମୁ ଯାଉଥିଲେ। ଘଟଣା ବିଷୟରେ ଜଣାପଡ଼ିବା ପରେ ଅଭିଯୁକ୍ତ ସଂପୃକ୍ତି ଟିଟିଇଙ୍କୁ ସସପେଣ୍ଡ କରି ଦିଆ ଯାଇଛି ଏବଂ ମାମଲାର ଯାଞ୍ଚ ଆରମ୍ଭ ହୋଇଛି। ଟିଟିଆଇ ଓ ଯବାନଙ୍କ ମଧ୍ୟରେ ଯୁକ୍ତିତର୍କର ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ରେଲୱେ କର୍ମଚାରୀ ଟଙ୍କା ନେବାର ଅଭିଯୋଗକୁ ଅସ୍ୱୀକାର କରୁ ଥିବାର ଶୁଣିବାକୁ ମିଳୁଛି।

ସୁବେଦାର ବିନୋଦ କୁମାର ଦୁବେ ଫୋନ୍‌ରେ କହିଛନ୍ତି କି, ତାଙ୍କୁ ୮ ତାରିଖ ବୁଧବାର ରାତି ୧୦ଟା ସମୟରେ ମେସେଜ ଆସିଥିଲା ଯେ, ଛୁଟି ରଦ୍ଦ କରି ଅର୍ଜେଣ୍ଟ ଜମ୍ମୁରେ ପହଞ୍ଚିବାର ଅଛି। ସେ ନିଜ ଜିନିଷ ପ୍ୟାକ୍‌ କରି ୧୧ଟା ସମୟରେ ରେଲୱେ ଷ୍ଟେସନରେ ପହଞ୍ଚି ଯାଇଥିଲେ। ସେ ଇନ୍ଦୋରରୁ ଜମ୍ମୁ ଯାଉଥିବା ମାଲୱା ଏକ୍ସପ୍ରେସ୍‌(୧୨୯୧୯)ରେ ବସିଯାଇ ଥିବା ସୁବେଦାର କହି ଥିଲେ କି, ହଠାତ୍‌ ଯିବା କାରଣରୁ ସେ ରିଜର୍ଭେସନ କରି ପାରି ନଥିଲେ। ଏକ ଜେନେରାଲ ଟିକେଟ୍‌ ନେଇ ଏସ୍‌ -୧ କୋଚ୍‌ରେ ଚଢି ଯାଇ ଥିଲେ। ସାରାରାତି ସେ ଏକ ଖାଲି ସିଟ୍‌ରେ ଶୋଇ ପଡ଼ିଲେ। 

ସୁବେଦାର ବିନୋଦ କୁମାର କହିଛନ୍ତି ଶୁକ୍ରବାର ସକାଳେ ୯ଟା ସମୟରେ ଯେବେ ଟ୍ରେନ୍‌ ସୋନିପତ-ପାନିପତ ମଧ୍ୟରେ ଯାଉଥିଲେ। ଦଳଜିତ ସିଂହ ନାମକ ଜଣେ ଟିଟିଆଇ ଆସିଲେ। ତାଙ୍କର ସିଟ୍‌ ପାଖରେ ଜଣେ ଅଗ୍ନିବୀର ଜହିର ଖାନ ଓ ହାବଲଦାର ରାଜକୁମାର ଭଦୌରିଆ ମଧ୍ୟ ବସି ଥିଲେ। ଟିଟିଆଇ ଦଳଜିତ ସିଂହ ପ୍ରଥମେ ଅଗ୍ନିବୀରଙ୍କୁ ଟିକେଟ୍ ମାଗିଲେ ତ ସେ ଜେନେରାଲ ଟିକେଟ୍‌ ଦେଖାଇଲେ। ଟିଟିଆଇ କହିଲେ, ପେନାଲଟି ଦେବାକୁ ହେବ। ଯବାନ ନିଜର ଆଇ କାର୍ଡ ଦେଖାଇ କହିଲେ ,ଅର୍ଜେଣ୍ଟ ଜମ୍ମୁ ଡକା ଯାଇଛି। ଏହାପର ସେ ଜହିର ଖାନଙ୍କ ଠାରୁ ୧୫୦ ଟଙ୍କା ନେଲେ ଓ ଚାଲିଗଲେ।

ଅଭିଯୋଗ ଯେ , ରସିଦ ମାଗିବାରୁ ଟିଟିଆଇ କିଛି ବି ଦେବାକୁ ମନା କରିଥିଲେ ଏବଂ କହିଥିଲେ କି, ସେ ଆଗ ଯାଏ ଟ୍ରେନ୍‌ରେ ରହିବେ। ସୁବେଦାର କହିଥିଲେ କି , ଏହାପରେ ତାଙ୍କୁ ମଧ୍ୟ ଟିଟିଆଇ ଲାଞ୍ଚ ମାଗିଥିଲେ। ନଦେବାରୁ ତାଙ୍କୁ ଜେନେରାଲ ଡିବାକୁ ଯିବାକୁ କହିଥିଲେ। ସୁବେଦାର ବିନୋଦ କହିଛନ୍ତି ଯେ,  ଯାତ୍ରା ଲମ୍ୱା ଏବଂ ଜମ୍ମୁ ଯାଇ ବର୍ଡରରେ ଡ୍ୟୁଟି କରିବାର ଅଛି। ସେ ଟିଟିଆଇଙ୍କ ଉପରେ ନିଜ ସହ ଦୁର୍ବ୍ୟବହାରର ଅଭିଯୋଗ ଲଗାଇ ଥିଲେ। ସେ ମିଡ଼ିଆକୁ ନିଜ ସହ ଘଟିଥିବା ଘଟଣା ବିଷୟରେ କହିଥିଲେ। ୯ମ ବାଟାଲିୟନ ପଦସ୍ଥ ହାବିଲଦାର ରାଜକୁମାର ଭଦୌରିଆ ନେଭି ଅଭଦ୍ରତାର ଅଭିଯୋଗ କରିଛନ୍ତି। 

ମିଡ଼ିଆରେ ଏହି ଖବର ଆସିବା ପରେ ଅଭିଯୁକ୍ତ ଟିଟିଆଇଙ୍କୁ ସସପେଣ୍ଡ କରିଦିଆ ଯାଇଛି। ରେଲୱେ ସେବାର ଏକ୍ସ ହ୍ୟାଣ୍ଡଲରେ କୁହାଯାଇଛି, ସମ୍ୱନ୍ଧିତ ଷ୍ଟାଫ୍‌ (ଟିଟିଆଇ / ଏଲଡିଏଚ)ଙ୍କୁ ସସପେଣ୍ଡ କରିଦିଆ ଯାଇଛି ଏବଂ ଯାଞ୍ଚ ଆରମ୍ଭ କରିଦିଆ ଯାଇଛି। ଯାଞ୍ଚ ପୂରା ହେବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.