ପ୍ରମୂଖ ଖବର
  • କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ନିକଟରେ ଯୋଗ ଦେଇଛନ୍ତି କଂଗ୍ରେସ ଦଳରେ…
  • ||
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଗୁରୁବାର ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ୬ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ, ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର/ସମ୍ବଲପୁର ୦୮/୦୮: ଗାଙ୍ଗେୟ ପଶ୍ଚିମବଙ୍ଗ ଓ  ସଂଲଗ୍ନ ବାଂଲାଦେଶରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷିଛି । ପ୍ରବଳ ବର୍ଷାରେ ରାଜ୍ୟର  ବିଭିନ୍ନ ସ୍ଥାନ ଉବୁଟୁବୁ ହୋଇଛି । କେଉଁଠି ମନ୍ଦିର ଭିତରେ ପାଣି ପଶିଯାଇଛି ତ  ଆଉ କେଉଁଠି ରାସ୍ତା ଉପରେ ପାଣି ଚାଲିବା ଯୋଗୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଲଘୁଚାପ ରୂପ ନେଇପାରେ । ଏହା ପ୍ରଭାବରେ ପଶ୍ଚିମ ଓଡ଼ିଶା ସମେତ  କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସବୁ ଜିଲ୍ଲାପାଳ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । 

ପାଣିପାଗ ବିଭାଗର ଆକଳନ ଅନୁସାରେ, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ  ଆସନ୍ତା ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଝାଡ଼ଖଣ୍ଡ ଓ ଏହାର  ସଂଲଗ୍ନ ଅଞ୍ଚଳରେ ଏହି ଲଘୁଚାପ  କେନ୍ଦ୍ରୀଭୂତ ହେବ । ଏହା ପ୍ରଭାବରେ  ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ଦେବଗଡ଼ରେ  ଭାରୀ ବର୍ଷା ହୋଇପାରେ । ଆଉ କିଛି  ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା  ସମ୍ଭାବନା ଅଛି । 

ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । କଟକର ବାଙ୍କୀରେ ଅତି ଭୀଷଣ ବର୍ଷା ହୋଇଛି ।ଏଠାରେ ୩୧୭ମିମି ବର୍ଷା ରେକର୍ଡ ହୋଇଛି । ନୟାଗଡ଼ ଭାପୁରରେ ୨୧୦ମିମି ବର୍ଷିଛି ।  ଖୋର୍ଦ୍ଧା ବେଗୁନିଆରେ ୧୯୬ମିମି, ସୋନପୁର ବୀରମହାରାଜପୁରରେ ୧୪୭, ଢେଙ୍କାନାଳ ହିନ୍ଦୋଳରେ  ୧୪୪, ନବରଙ୍ଗପୁର ଡାବୁଗାଁରେ ୧୪୨, ବଲାଙ୍ଗୀର ଓ ବରଗଡ଼ରେ ୧୩୫ମିମି, ନୟାଗଡ଼ ରଣପୁରରେ  ୧୩୨.୪ମିମି ବର୍ଷା ରେକର୍ଡ ହୋଇଛି । ବରଗଡ଼ ଅତାବିରାରେ ୧୩୨, କନ୍ଧମାଳ  ଖଜୁରୀପଡ଼ାରେ ୧୩୦, ବରଗଡ଼ ଭଟ୍‌ଲିରେ ୧୩୦,  ଖୋର୍ଦ୍ଧା ବୋଲଗଡ଼ରେ ୧୩୦, କଳହାଣ୍ଡି ଧର୍ମଗଡ଼ରେ  ୧୨୯.୬ କୋରାପୁଟ କୋଟପାଡ଼ରେ ୧୨୮, କଳାହାଣ୍ଡି  କେସିଙ୍ଗାରେ ୧୨୭, ସୋନପୁର ବିନିକାରେ ୧୨୫, କଳାହାଣ୍ଡି ନର୍ଲାରେ ୧୨୩ମିମି ବର୍ଷା ହୋଇଛି । ବୁଧବାର  ସକାଳରୁ ସନ୍ଧ୍ୟା ଭିତରେ ବଲାଙ୍ଗୀରରେ ୯୨ମିମି,  ପାରଳାଖେମୁଣ୍ଡିରେ ୬୧, ଅନୁଗୁଳରେ ୬୦ମିମି,  ବୌଦ୍ଧ ଓ ନବରଙ୍ଗପୁରରେ ୫୭, କେନ୍ଦୁଝରରେ ୩୭,  ରାଉରକେଲାରେ ୩୬ ଓ ଜଗତ୍‌ସିଂହପୁରରେ ୩୨ମିମି  ବର୍ଷା ହୋଇଛି ।  

ପ୍ରବଳ ବର୍ଷା ଯୋଗୁ କଟକର ଆଠଗଡ଼ ଓ  ବାଙ୍କୀର ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଚାଲିଛି ।  ଅନେକ ଚାଷ ଜମିରେ ପାଣିରେ ବୁଡ଼ି ରହିଛି। ରାସରସିକପୁର ପାଖରେ ଆଠଗଡ଼-ସମ୍ବଲପୁର  ରାସ୍ତା ବୁଡ଼ି ଯାଇଛି । ଆଠଗଡ଼-ସୁବର୍ଣ୍ଣପୁର ରାସ୍ତାର ଅଶୋକନଗର ପାଖରେ ଆଣ୍ଠୁଏ ଉଚ୍ଚାର ପାଣି ଜମିବା  ଯୋଗୁ ଯାତାୟତ ପ୍ରଭାବିତ ହୋଇଛି । ଆଠଗଡ଼  ସହରରେ ଥିବା ଜଗନ୍ନାଥ ମନ୍ଦିର ଭିତରେ ୩ ଫୁଟର  ଜମି ଯାଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦର  ତଳ ମୁଣ୍ଡରେ ପ୍ରବଳ ବର୍ଷିଛି । ତଳମୁଣ୍ଡରେ ସର୍ବାଧିକ  ୮୧.୪୩ ମିମି ବର୍ଷା ହୋଇଛି । ଉପର ମୁଣ୍ଡରେ  ୪୬.୯୭ ମିମି ବର୍ଷା ହୋଇଛି । ତଳମୁଣ୍ଡର ଅଧିକ ବର୍ଷା  ହୋଇଥିବାରୁ ଏହା ହୀରାକୁଦ ଜଳ ପରିଚାଳନା ପାଇଁ  ଅଙ୍କ ବିଗାଡିପାରେ । ତଳମୁଣ୍ଡର ଜିରା ନଦୀ ସମେତ  ତେଲ ଏବଂ ହାତୀ ନଦୀ ଫୁଲିଛି । ଏହି ପାଣି ଆସନ୍ତାକାଲି  ସୁଦ୍ଧା ମହାନଦୀକୁ ଫୁଲାଇବାର ଆଶଙ୍କା ସୃଷ୍ଟି ହୋଇଛି ।  

ବୁଧବାର ରାତି ୯ଟା ସୁଦ୍ଧା ମୁଣ୍ଡୁଳିରେ ୪ ଲକ୍ଷ  ୬୩ ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା । ଗୁରୁବାର ସୁଦ୍ଧା ଏହା ସାଢ଼େ୬ ଲକ୍ଷ ଛୁଇଁବା  ଆକଳନ କରାଯାଉଛି । ଶୁକ୍ରବାର ସୁଦ୍ଧା ଏହା ୭ ଲକ୍ଷ  ଯାଏ ଛୁଇଁପାରେ । ତେଲ ଏବଂ ହାତୀ ନଦୀରୁ ୩ ଲକ୍ଷ  କ୍ୟୁସେକ୍‌ରୁ ଅଧିକ ପାଣି ଆସିବାର ସମ୍ଭାବନା ଥିବାରୁ  ତଳମୁଣ୍ଡରେ ମହାନଦୀ ଫୁଲିପାରେ । ହୀରାକୁଦରୁ  ୧୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଚାଲିଥିଲା । ତଳମୁଣ୍ଡର ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦେଖି କର୍ତ୍ତୃପକ୍ଷ ଆଜି  ୬ଟି ଗେଟ୍‌ ବନ୍ଦ କରିଛନ୍ତି । ରାତି ୯ଟା ସୁଦ୍ଧା ହୀରାକୁଦକୁ  ୧ ଲକ୍ଷ ୯୦ ହଜାର କ୍ୟୁସେକରୁ ଅଧିକ ପାଣି ପଶୁଛି ।  ଶୁକ୍ରବାର ଏହାର ପରିମାଣ ୨ ଲକ୍ଷ ୭୦ ହଜାର  ଏବଂ ଶୁକ୍ରବାର ସୁଦ୍ଧା ୩ ଲକ୍ଷ କ୍ୟୁସେକ୍‌ ଟପିପାରେ । ତଥାପି ହୀରାକୁଦରୁ ଅଧିକ ଗେଟ୍‌ ଖୋଲାଯିବ ନାହିଁ  ବୋଲି ମୁଖ୍ୟଯନ୍ତ୍ରୀ ସୁଶୀଳ କୁମାର ବେହେରା କହିଛନ୍ତି ।  ତଳମୁଣ୍ଡରେ ବନ୍ୟା ଆଶଙ୍କା ନାହିଁ । ଯଦି ତେଲ ଓ ହାତୀ  ନଦୀରୁ ଅଧିକ ପାଣି ଆସେ ତା ହେଲେ ମୁଣ୍ଡୁଳିରେ  ଛୋଟ ଧରଣର ବନ୍ୟା ସ୍ଥିତି ଉପୁଜିପାରେ ବୋଲି ସେ କହିଛନ୍ତି । 

ରାତି ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର  ୬୦୯.୯୧ ଫୁଟ୍‌ ରହିଛି । ଜଳଭଣ୍ଡାରକୁ ୧ ଲକ୍ଷ ୯୦  ହଜାର ୫୩୭ କ୍ୟୁସେକ୍‌ ପାଣି ପ୍ରବେଶ କରୁଛି । ୮ଟି  ଗେଟ୍‌ ସମେତ ବିଭିନ୍ନ କେନାଲ ଏବଂ ପାୱାର୍‌ ଚ୍ୟାନେଲ  ମିଶି ମୋଟ୍‌ ଜଳଭଣ୍ଡାରରୁ ୧ ଲକ୍ଷ ୫୬ ହଜାର ୫୧୧  କ୍ୟୁସେକ୍‌ ନିଷ୍କାସିତ ହେଉଛି । ପ୍ରବଳ ବର୍ଷାରେ ନୟାଗଡ଼  ଜିଲ୍ଲାର ଭାପୁର-କାଳୀଗିରି ରାସ୍ତାରେ ପାଣି ଚାଲିଥିଲା ।  ଭାପୁର-କଳାପଥର ବାଇପାସ୍‌ ରାସ୍ତାରେ ଯାତାୟତ  ପ୍ରଭାବିତ ହୋଇଛି । ଭାପୁର ବ୍ଲକ୍‌ ବାହାଡ଼ା-ବାଘୁଆପଲ୍ଲୀ  ରାସ୍ତାରେ ବି ପାଣି ଜମିଥିଲା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ବଜାର ଓ ସିମୋର ବଜାରରେ ପାଣିର ସୁଅ ଚାଲିଥିଲା ।  

ବରଗଡ଼ କଲେକ୍ଟର ଅଫିସ୍‌, ଭେଟେନାରୀ ଅଫିସ,  ବସ୍‌ଷ୍ଟାଣ୍ଡ ଓ ଏୟାରଟେଲ ଅଫିସରେ ପାଣି ପଶି  ଯାଇଥିଲା । ପୌର ସଂସ୍ଥା ଓ ଅଗ୍ନିଶମ ବାହିନୀ ପାଣି  ନିଷ୍କାସନ କରିଥିଲେ । ବରଗଡ଼ ଚିକିଲି ଉପରମୁଣ୍ଡ ଯାଏ  ବନ୍ୟା ପାଣି ପହଞ୍ଚି ଯାଇଛି । ଅଙ୍ଗ ନଦୀ, ଦନ୍ତା ନଦୀ ଓ ଜିରା ନଦୀରେ ବନ୍ୟା ପାଣି ପ୍ରବେଶ କରିଛି । ଉପର  ମୁଣ୍ଡରେ ୪୬.୯୭ ମିମି ବର୍ଷା ହୋଇଥିବାରୁ ହୀରାକୁଦକୁ  ଜଳପ୍ରବେଶ ମାତ୍ରା ପ୍ରାୟ ୩ ଲକ୍ଷ କ୍ୟୁସେକ୍‌ ଯାଏ  ବଢ଼ିପାରେ । ହୀରାକୁଦରୁ ନିର୍ଗତ ପାଣି ତଳମୁଣ୍ଡର ସ୍ଥିତି  ବିଗାଡ଼ିବାର ଆଶଙ୍କା ରହିଛି । ଏଥିପାଇଁ ହୀରାକୁଦର ୧୪ଟି ଗେଟ୍‌ରୁ୬ଟି ଗେଟ୍‌ ବନ୍ଦ କରାଯାଇଛି । ସୋନପୁର  ବୀରମହାରାଜପୁର-ଆମ୍ରପଲ୍ଲୀ ରାସ୍ତାର ଘୁଙ୍ଗି ନାଳ  ଉପରେ ମୁଣ୍ଡ ଉପରେ ବନ୍ୟା ପାଣି ପ୍ରବାହିତ  ହେଉଥିଲା । ସମ୍ବଲପୁର ଓ ରେଢାଖୋଲ ଭିତରେ  ଯୋଗାଯୋଗ ପ୍ରଭାବିତ ହୋଇଛି । ବଲାଙ୍ଗୀରର  ଆଗଲପୁର ବ୍ଲକ୍‌ ସାଲେଭଟା ଲଚ୍ଛିପୁର ରାସ୍ତାର  ହରଭଙ୍ଗା ଓ ଡୁଙ୍ଗୁରପାଲ୍ଲୀ ମଝିରେ ଥିବା କୋଠି ଯୋର  ପୋଲ ଉପରେ ପାଣି ଚାଲିଥିଲା । ବଲାଙ୍ଗୀର କଣ୍ଟାବାଞ୍ଜି  ରେଳଷ୍ଟେସନ ଜିଆରପି ପୋଷ୍ଟ ଭିତରେ ପାଣି ଜମିଥିଲା ।

  • PrameyaOdia
  • prameya
  • Heavy Rainfall Alert
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.