ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

' ଯାହା ବି ହେଲା ଏଥିପାଇଁ ଦୁଃଖିତ , ହେଲେ କିଛି ପରିବର୍ତ୍ତନ ହେବନି' : ଭିନେଶଙ୍କ ମାମଲାରେ UWW ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ- କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ମାମଲାରେ ଆସିଲା ୟୁନାଇଟେଡ୍‌ ୱାଲର୍ଡ ରେସଲିଂର ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା। ନେନାଦ ଲାଲୋଭିକ୍‌ ଭିନେଶ ଫୋଗାଟଙ୍କୁ ଅଯୋଗ୍ୟ ଘୋଷିତ କରାଯାଇ ଥିବା ମାମଲାରେ ନିଜର ପକ୍ଷ ରଖିଛନ୍ତି। ତାଙ୍କ ଅନୁସାରେ , ଭିନେଶଙ୍କ ସହ ଯାହା ହୋଇଛି ତାହା ନିୟମାନୁସାରେ କରାଯାଇଛି। ସଂସ୍ଥା ନିଜର ନିୟମରେ ପରିବର୍ତ୍ତନର ବିରୋଧରେ।

ୟୁନାଇଟେଡ୍‌ ୱାଲର୍ଡ ରେସଲିଂର ପ୍ରେସିଡେଣ୍ଟ ନେନାଦ ଲାଲୋଭିକ୍‌ ଭିନେଶଙ୍କ ଓଜନ ବିବାଦ ସମ୍ୱନ୍ଧରେ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଭିନେଶଙ୍କୁ ପ୍ୟାରିସ୍‌ ଅଲିମ୍ପିକ ମହିଳା ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ୍‌ କୁସ୍ତିର ଫାଇନାଲ ମୁକାବିଲା ପୂର୍ବରୁ ୧୦୦ ଗ୍ରାମ୍‌ ଓଜନ ଅଧିକ ହେବା କାରଣରୁ ଅଯୋଗ୍ୟ ଘୋଷିତ କରାଯାଇ ଥିଲା , ଯାହା ବିରୋଧରେ ଭିନେଶ ଫୋଗାଟ ବୁଧବାର ସ୍ପୋର୍ଟ୍ସ କୋର୍ଟରେ ଅପିଲ କରିଥିଲେ ଏବଂ ଦାବି କରିଥିଲେ କି, ତାଙ୍କୁ ରୌପ୍ୟ ପଦକ ଦିଆଯାଉ। ଏହି ମାମଲାର ଶୁଣାଣି ପୂରା ହୋଇ ସାରିଛି ଏବଂ ଏବେ ସମସ୍ତଙ୍କୁ ସ୍ପୋର୍ଟ୍ସ କୋର୍ଟଙ୍କ ରାୟକୁ ଅପେକ୍ଷା ରହିଛି। ଯାହାକି ଏବେ ୧୩ ଅଗଷ୍ଟରେ ଶୁଣାଣି ହେବ। 

ଲୋଲୋଭିକ୍‌ ଏନଡିଟିଭି ସହ ସ୍ୱତନ୍ତ୍ର କଥାବାର୍ତ୍ତାରେ ଏହି ପୂରା ଘଟଣ ଉପରେ ନିଜର ସମ୍ୱେଦନା ବ୍ୟକ୍ତ କରିଛନ୍ତି। UWW ପ୍ରମୁଖଙ୍କ ଅନୁସାରେ , ଫଳାଫଳରେ ପରିବର୍ତ୍ତନର ଆଶଙ୍କା ଖୁବ୍‌ କମ୍‌ , କାରଣ କୁସ୍ତି ସଂସ୍ଥା କେବଳ ନିର୍ଦ୍ଧାରିତ ନିୟମର ପାଳନ କରିଥାଏ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.