ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଶାକାହାରୀଙ୍କୁ କଟାକ୍ଷ କରିବା ସ୍ୱରାଙ୍କୁ ପଡିଲା ମହଙ୍ଗା, ସୋସିଆଲ୍ ମିଡିଆରେ ହେଲେ ଟ୍ରୋଲ୍‌

ମୁମ୍ବାଇ ୧୮/୦୬: ବେପରୁଆ ବୟାନବାଜି ପାଇଁ ସର୍ବଦା ଚର୍ଚ୍ଚାରେ ଥାନ୍ତି ସ୍ୱରା ଭାସ୍କର । ବକରିଦ୍‌ ଅବସରରେ ସୋସିଆଲ ମିଡିଆ ସାଇଟ୍‌ ଏକ୍ସରେ ସେ ଏକ ପୋଷ୍ଟ୍‌ ଶେୟାର କରିବା ପରେ ୟୁଜର୍‌ ତାଙ୍କୁ ସମାଲୋଚନା କରୁଛନ୍ତି । ସ୍ୱରା ଜଣେ ଫୁଡ୍‌ ବ୍ଲଗର୍‌ଙ୍କ ଟ୍ୱିଟ୍‌କୁ ପୁନଃ ଟ୍ୱିଟ୍‌ କରି ଶାକାହାରୀ ଲୋକଙ୍କ ବିରୋଧରେ ପୋଷ୍ଟ୍‌ କରିଛନ୍ତି । ନଳିନୀ ଉନାଗର ନାମ୍ନୀ ଜଣେ ଫୁଡ୍‌ ବ୍ଲଗର୍‌ ବିଭିନ୍ନ ପ୍ରକାର ବ୍ୟଞ୍ଜନର ଫଟୋ ଶେୟାର କରନ୍ତି । ଏଥର ସେ ଏକ ଖାଦ୍ୟ ପ୍ଲେଟ୍‌ର ଫଟୋ ଶେୟାର କରି ଲେଖିଛନ୍ତି ‘ମୁଁ ଶାକାହାରୀ ହୋଇଥିବାରୁ ଗର୍ବିତ । ମୋ ପ୍ଲେଟ୍‌ ଲୁହ, କ୍ରୂରତା ଓ ପାପରୁ ମୁକ୍ତ ।’ 




ସ୍ୱରା ଏହି ପୋଷ୍ଟ୍‌କୁ ପୁନଃ ଶେୟାର କରି ଲେଖିଛନ୍ତି ‘ସତ କଥା ହେଉଛି... ମୁଁ ଶାକାହାରୀ ଲୋକଙ୍କର ଗୋଟିଏ କଥା ବୁଝିପାରେ ନାହିଁ । ଆପଣଙ୍କ ପୂରା ଖାଦ୍ୟ ବାଛୁରୀକୁ ତା’ ମା’ କ୍ଷୀରଠୁ ଦୂରେଇ ରଖିବା, ଗାଈକୁ ଜବରଦସ୍ତି ଗର୍ଭପାତ କରାଇବା, ତା’ପରେ ସେମାନଙ୍କୁ ନିଜ ଛୁଆଠୁ ଅଲଗା କରିବା ଏବଂ କ୍ଷୀର ଚୋରି କରିବା ଦ୍ୱାରା ପ୍ରସ୍ତୁତ ହୋଇଥାଏ । ସେତିକି ନୁହେଁ, ଆପଣମାନେ ମୂଳଥିବା ପରିବା ଖାଆନ୍ତି, ଯାହା ଦ୍ୱାରା ପୂରା ଗଛ ନଷ୍ଟ ହୋଇଯାଏ । ଆରାମ କରନ୍ତୁ, ବହୁତ ବେଶି ପ୍ରଶ୍ନୋତ୍ତର କରିବା ଆବଶ୍ୟକ ନାହିଁ । କାରଣ ଆଜି ବକରିଦ୍‌ ।’ ସ୍ୱରାଙ୍କର ଏହି ପୋଷ୍ଟ୍‌କୁ ଅନେକ ୟୁଜର ପସନ୍ଦ କରୁନାହାନ୍ତି । ସେଥିପାଇଁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ମୁଁ ମାନୁଛି ଯେ ବାଛୁରୀକୁ ତା’ ମା’ କ୍ଷୀରଠୁ ଦୂରେଇବା ଭୁଲ । କିନ୍ତୁ ଲକ୍ଷ ଲକ୍ଷ ଜନ୍ତୁଙ୍କ ହତ୍ୟାକୁ କ’ଣ ଆପଣ ଏଭଳି ଭାବେ ନ୍ୟାୟୋଚିତ ବୋଲି କହିବେ ।

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.