ପ୍ରମୂଖ ଖବର
  • କୋରାପୁଟ : କାମ କରିବାକୁ ଯାଇ ନିଖୋଜ ହେଲେ ସ୍ୱାମୀ; ଖୋଜିଖୋଜି ଆତ୍ମହରା ହେଲେ ସ୍ତ୍ରୀ, ମାସେ ପରେ କରିଲେ ଅଭିଯୋଗ
  • ||
  • ବାଲିପାଟଣା : ନଦୀରେ ଭାସୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ସାଲେପୁର : ଝରକା ତାଡ଼ି ୩ ଘରୁ ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଞ୍ଜାମ : ୧୧କେଭି ତାର ଲାଗି ଜଣେ ମୃତ, ଜଣେ ଗୁରୁତର
  • ||
  • ବାଲେଶ୍ଵର : ବାଇକ୍‌କୁ ଧକ୍କା ଦେଲା ମାଲବାହୀ ଟ୍ରକ୍; ଜଣେ ମୃତ,୨ ଗୁରୁତର
  • ||
  • ସୁନ୍ଦରଗଡ଼ : ପୂଜା ଦେଖିବାକୁ ଆସିଥିବା ବେଳେ ଯୁବତୀଙ୍କୁ ଗଣଦୁଷ୍କର୍ମ, ୩ ଅଟକ
  • ||
  • ଉଦଳା : ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ , ଚିକିତ୍ସା ଅଭାବରୁ ଚାଲିଗଲା ଶିଶୁକନ୍ୟାର ଜୀବନ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ବ୍ରହ୍ମପୁର : ନକଲି ଗୁଟଖା କମ୍ପାନିରେ ଚଢାଉ; ନକଲି ଗୁଟଖା, ଗୁଟଖା ସାମଗ୍ରୀ ଏବଂ ମେସିନ ଠାବ
  • ||
  • ଦିଗପହଣ୍ଡି : ବାର୍ଦ୍ଧକ୍ୟ ଭତ୍ତା ଆଣିବାକୁ ଯାଇ କେନାଲରେ ଭାସିଗଲେ ବୃଦ୍ଧା,୧୦ ଘଣ୍ଟା ପରେ ମୃତଦେହ ଉଦ୍ଧାର
  • ||
  • ଆସ୍କା : ଟ୍ରକ୍‌କୁ ପିଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଗୁରୁବାରଠୁ ଭାରତ- ବାଂଲାଦେଶ ପ୍ରଥମ ଟେଷ୍ଟ: ଚିପକ୍‌ରେ ରାଜୁତି କରିବେ ସ୍ପିନର୍‌, ଫେରିବେ ପନ୍ତ ଏବଂ ରାହୁଲ
  • ||
  • ମୋହନାରେ ଟ୍ରକ୍‌-ବାଇକ୍‌ ଧକ୍କା, ୨ ବାଇକ୍‌ ଆରୋହୀ ମୃତ
  • ||
  • ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼; ସିସିଟିଭିରେ କଏଦ ହେଲା ଦୃଶ୍ୟ, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ
  • ||
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ସଚିନଙ୍କ ପାଇଁ ଶୁଭ ମନାସୀଲେ ସୀମା, କଲେ ନିର୍ଜଳା ବ୍ରତ : ସିନ୍ଦୂର , ବିନ୍ଦି ଓ ଶାଢୀ ପିନ୍ଧି ପାଳିଲେ ହରିଆଲି ତିଜ୍‌ ଉତ୍ସବ

ନୋଏଡା – ପାକିସ୍ତାନୀ ମହିଳା ସୀମା ହାଇଦର ଲଗାତାର ଚର୍ଚ୍ଚାରେ ରହିଛନ୍ତି । ସେ ପ୍ରତିଦିନ କୌଣସି ନା କୌଣସି କାରଣକୁ ନେଇ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛନ୍ତି । ଏବେ ଶନିବାର ହରିଆଲି ତିଜ୍‌ର ଅବସରରେ ସୀମା ହାଇଦରଙ୍କ ଏକ ଭିଡ଼ିଓ ସାମନାକୁ ଆସିଛି। ଏଥିରେ ସେ ପୂଜାଅର୍ଚ୍ଚନା କରିବାର ଦେଖିବାକୁ ମିଳୁଛି। ତାଙ୍କର ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଛି । ଏଥିରେ ସୀମା ହାଇଦର ହିନ୍ଦୁ ମହିଳାଙ୍କ ପରି ସବୁଜ ରଙ୍ଗର ଶାଢୀ ପିନ୍ଧି ମଥାରେ ସିନ୍ଦୂର , ବିନ୍ଦି ଓ ତୁଳସୀ ପୂରା କରିବାର ନଜର ଆସିଛି।

ଏହାସହ ମଧ୍ୟ ପଢ଼ନ୍ତୁ - ଏବେ ସୀମାଙ୍କୁ ଆଉ ଚାହୁଁ ନାହାନ୍ତି ଗୁଲାମ ହାଇଦର ? ପିଲାଙ୍କୁ ନେବାକୁ ଆସିବେ ଭାରତ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଭିଡ଼ିଓରେ ସୀମା ହାଇଦର ଜୟ ଶ୍ରୀରାମ କହିଛନ୍ତି । ଭିଡ଼ିଓରେ ସୀମା ହାଇଦର ସର୍ବ ପ୍ରଥମେ ହାତ ଯୋଡ଼ି ଜୟ ଶ୍ରୀରାମ  କହୁଛନ୍ତି , ଏବଂ ଏହା ବି କହୁଛନ୍ତି ଆଜି ସେ ହରିଆଲି ତିଜ୍‌ର ଉତ୍ସବ ନିଜ ପରିବାର ସହ ପାଳୁଛନ୍ତି । ନିଜ ସ୍ୱାମୀଙ୍କୁ  ଦୀର୍ଘାୟୁ ପାଇଁ ପୂଜା କରୁଛନ୍ତି। ସୀମା ହାଇଦର କହିଛନ୍ତି ,ମୁଁ ନିଜର ପୂରା ପରିବାର ସହ ଦେଶର ସୁଖ ଓ ସମୃଦ୍ଧିର କାମନା କରୁଛି ଏବଂ ବିଶ୍ୱାସ କରୁଛି କି ମାନନୀୟ ମୋଦି ଜି ଓ ଯୋଗୀଜୀଙ୍କ  ପରିଚାଳନାରେ ଦେଶ ଆଗେଇବ ଓ ସୁଖଶାନ୍ତି ବିରାଜମାନ କରିବ । ଏହାପରେ  ସୀମା ହାଇଦର ପୂରା ଭାରତକୁ ପର୍ବର ଶୁଭ କାମନା ଦେଉଛି ଏବଂ ଶେଷରେ ଭାରତ ଜିନ୍ଦାବାଦ , ଜୟ ଶ୍ରୀ ରାମର ଜୟଜୟକାର ଲଗାଇଛନ୍ତି।

ଏହାସହ ମଧ୍ୟ ପଢ଼ନ୍ତୁ - ଏହା ମୋର ବ୍ୟକ୍ତିଗତ ମାମଲା , ଏହାର ଆଲୋଚନା କରନାହିଁ : ସୀମା ହାଇଦର

ହେଲେ ପ୍ରଥମ ଥର ନୁହେଁ , ଯେବେ ସୀମା ହାଇଦର ଭାରତ ଜିନ୍ଦାବାଦ ନାରା ଲଗାଇଛନ୍ତି। ଏହା ପୂର୍ବରୁ ମଧ୍ୟ ସ୍ୱାଧିନତା ଦିବସ ଅବସରରେ ସୀମା ହାଇଦର ନିଜ ଘରର ଛାତରେ ତ୍ରିରଙ୍ଗା ପତାକା ଉଡ଼ାଇ ଥିଲେ ଏବଂ ଭାରତ ମାତା କି ଜୟ ନାରା ଲଗାଇ ଥିଲେ । ଏହି ଦିନ ମଧ୍ୟ ସୀମା ତ୍ରିରଙ୍ଗା ରଙ୍ଗରେ ଶାଢୀ ପିନ୍ଧି ଥିବାର ଦେଖିବାକୁ ମିଳିଥିଲା ।

ଏହାସହ ମଧ୍ୟ ପଢ଼ନ୍ତୁ - ଦେଖାଇଲେ ଦେଶଭକ୍ତି… ଅଞ୍ଜୁ ପାକିସ୍ତାନରେ​‌ ପାଳନ କଲେ ୧୪ ଅଗଷ୍ଟ,ଭାରତରେ ସୀମା ଉଡାଇଲେ ତ୍ରୀରଙ୍ଗା

wp:html /wp:html

ଉଲ୍ଲେଖନୀୟ ଯେ, ୨୦୧୯ ମସିହାର ପବଜୀ ଖେଳୁ ଖେଳି ସୀମାଙ୍କର ବନ୍ଧୁତା ରବୁପୂରା ନିବାସୀ ସଚିନ ମିଣାଙ୍କ ସହ ହୋଇଥିଲା । ସୀମା ଓ ସଚିନଙ୍କର ୧୦ ମାର୍ଚ୍ଚ ୨୦୨୩ ରେ ନେପାଳରେ ସାକ୍ଷାତ ହୋଇଥିଲା । ସୀମା ୧୩ ମେ’ରେ ପାକିସ୍ତାନରୁ ଦୁବାଇ ମଧ୍ୟଦେଇ  ପୁଣି ଥରେ ନେପାଳ ଆସିଥିଲେ ଏବଂ ସେଠାରୁ  ବସ୍‌ ଧରି ରବୁପୂରାରେ ପହଞ୍ଚି ଥିଲେ । ତାଙ୍କ ସହ କାଙ୍କର ୪ ଜଣ ପିଲା ବି ଥିଲେ । ପୁଲିସ ୪ଜୁଲାଇରେ ସୀମା, ସଚିନ ଓ ସଚିନଙ୍କ ପିତାଙ୍କୁ ଗିରଫ କରିଥିଲା । ୩ଜଣଙ୍କୁ କୋର୍ଟରୁ ୮ ଜୁଲାଇରେ ଜାମିନ ମିଳିଥିଲା । ଏହାପରେ ସଚିନଙ୍କ ରବୁପୂରା ସ୍ଥିତ ଘରେ ସୀମା ରହୁଛନ୍ତି ।

ଅଞ୍ଜୁଙ୍କ ପରି ସ୍ୱାମୀ-ପିଲାଙ୍କୁ ଛାଡ଼ି କୁଏତ ପଳାଇଲେ ଦୀପିକା, ପ୍ରେମିକ ଇରଫାନ ହାଇଦରଙ୍କ ସହ ଫଟୋ ଭାଇରାଲ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.