ପ୍ରମୂଖ ଖବର
  • ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜୁଆ ଆଡ୍ଡା ଉପରେ ଚଢାଉ; ୩ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜବତ, ୧୮ ଗିରଫ
  • ||
  • ହବିଷ୍ୟାଳିଙ୍କୁ ମିଳିବ ସୁରକ୍ଷା, ମାର୍ଗଶୀର ମାସରୁ ଶୃଙ୍ଖଳିତ ଦର୍ଶନ କରିବେ ଭକ୍ତ
  • ||
  • ଆଠମଲ୍ଲିକରେ ଆଖି ବୁଜିଲା ଆଉ ଏକ ହାତୀ, ୫ ଦିନରେ ୨ ହାତୀଙ୍କ ମୃତ୍ୟୁ
  • ||
  • ରାଜଧାନୀର ୭ ପୂଜା ମଣ୍ଡପକୁ ରାବଣ ପୋଡ଼ି ଲାଗି ଅନୁମତି, ପ୍ରଶାସନର ନିୟମ ମାନିବାକୁ ନିର୍ଦ୍ଦେଶ
  • ||
  • ନୟାଗଡ଼ : ଥାନାରୁ ଅଭିଯୁକ୍ତ ଫେରାର, ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
  • ||
  • ଚନ୍ଦ୍ରଭାଗା ସମୁଦ୍ରରେ ବୁଡି ଯୁବକ ମୃତ, ଅପମୃତ୍ୟୁ ମାମଲା ରୁଜୁ
  • ||
  • ପାଟଣା ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ, ଲୋକେ ଆତଙ୍କିତ
  • ||
  • ଆଜି ମା’ଙ୍କ ବିଜୟାଦଶମୀ, ମା’ଙ୍କୁ ଦର୍ଶନ କରିବା ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼
  • ||
  • ଆସ୍କା : ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୧୫ ରୁ ଉର୍ଦ୍ଧ୍ବ ଦୋକାନ
  • ||

ସେପ୍ଟେମ୍ବର ୧୧ରୁ ସାଫ୍‌ ଜୁନିୟର ଆଥ୍‌ଲେଟିକ୍ସ ଚାମ୍ପିଅନସିପ୍‌, ଭାରତୀୟ ଦଳରେ ଓଡ଼ିଶାରୁ ୪ ଖେଳାଳି

କଟକ,୦୭/୦୯: ଆସନ୍ତା ୧୧ ତାରିଖରୁ ଚେନ୍ନାଇରେ ଦକ୍ଷିଣ ଏସୀୟ ଆଥ୍‌ଲେଟିକ ଫେଡେରେସନ୍‌(ସାଫ୍‌) ଜୁନିୟର ଆଥ୍‌ଲେଟିକ ଚାମ୍ପିଅନସିପ୍‌ ଆରମ୍ଭ ହେବାକୁ ଯାଉଛି । ୫୫ଜଣିଆ  ଭାରତୀୟ ଦଳ ଏଥିରେ ଭାଗ ନେବ । ଏଥିରେ  ଓଡିଶାରୁ ୪ଜଣ କ୍ରୀଡ଼ାବିତ ରହିଛନ୍ତି। କଳାହାଣ୍ଡିର  ଦଣ୍ଡପତି ଏମ୍‌. ଜୟରାମ ୧୦୦ମିଟର, ୨୦୦ମିଟର  ଏବଂ ୪୦୦ମିଟର ରିଲେ ଦୌଡ଼ିବେ । ନବରଙ୍ଗପୁରର ମହେନ୍ଦ୍ର ସାନ୍ତାଙ୍କୁ ୪୦୦ମିଟର ରିଲେ ସୁଯୋଗ ମିଳିଛି ।  ସେହିପରି ସୁନ୍ଦରଗଡର ସବିତା ଟପ୍ପୋ ୧୦୦ମିଟର  ବାଧାଦୌଡ(ହର୍ଡଲ୍ସ)ରେ ଅଂଶଗ୍ରହଣ କରିବେ । ବରଗଡ଼ର  ପ୍ରତୀକ ମହାରଣା ୨୦୦ ମିଟର  ଦୌଡ଼ରେ ପ୍ରତିନିଧିତ୍ୱ କରିବେ ବୋଲି ଓଡ଼ିଶା  ଆଥଲେଟିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।  

ଅନ୍ତର୍ଜାତୀୟ ବୈଷୟିକ ଅଧିକାରୀ ପ୍ରବୋଧ  କୁମାର ମହାନ୍ତି ପ୍ରତିଯୋଗିତା ପରିଚାଳନା ଦାୟିତ୍ୱରେ  ରହିବେ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମସ୍ଥିତ  ରିଲାଏନ୍ସ ଫାଉଣ୍ଡେସନ ଉଚ୍ଚ ପ୍ରଦର୍ଶନ କେନ୍ଦ୍ରରେ  ଆଥ୍‌ଲେଟ୍‌ ଜୟରାମ, ମହେନ୍ଦ୍ର ଏବଂ ସବିତା  ପ୍ରଶିକ୍ଷଣ ନେଉଛନ୍ତି । ପ୍ରଶିକ୍ଷକ ରୋହିତ ମାନେଙ୍କ  ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ଜାରି ରଖିଛନ୍ତି । ରାଉରକେଲାରେ ପ୍ରଶିକ୍ଷକ ଶିବ ପ୍ରସାଦ ମିଶ୍ରଙ୍କ  ଠାରୁ ପ୍ରତୀକ ପ୍ରଶିକ୍ଷଣ ନେଉଛନ୍ତି । ଓଡି଼ଶା  ଆଥଲେଟିକ ସଂଘ ସଭାପତି ଜିଏସ୍‌ ପଟ୍ଟନାୟକ,  ସମ୍ପାଦକ ଆଶୀର୍ବାଦ ବେହେରା ଏବଂ ଅନ୍ୟ କାର୍ଯ୍ୟକର୍ତ୍ତମାନେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.