ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବଲାଙ୍ଗୀରରେ ରାହୁଲଙ୍କ ପ୍ରଚାର , କଂଗ୍ରେସ ଆସିଲେ କୋଟିଏ ଲୋକଙ୍କୁ ଲକ୍ଷ ପତି ବନାଇବୁ

ବଲାଙ୍ଗୀର,୧୫।୫ : କଂଗ୍ରେସ  ଆସିଲେ ମହିଳା, ଯୁବତୀ, ଯୁବକଙ୍କୁ ମାସିକ ଭତ୍ତା ସହ ଏକ ବର୍ଷ ପାଇଁ ରୋଜଗାର ଦେବ  ବୋଲି ବଲାଙ୍ଗୀର କୋଶଳ କଳାମଣ୍ଡପରେ ଆୟୋଜିତ କଂଗ୍ରେସର ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀ କହିଛନ୍ତି। ଏଥି ସହ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷି ଥିଲେ ରାହୁଲ। ଯୋଜନା କରୁନି କେନ୍ଦ୍ର, ଲୋକଙ୍କ ହକ ଛଡାଉଛି ବୋଲି କହି ରାହୁଲ ବର୍ଷିଥିଲେ। 

ଭାଷଣ ଆରମ୍ଭରୁ କେନ୍ଦ୍ର ସରକାର ଉପରେ ବର୍ଷିଥିଲେ ରାହୁଲ ।  ହାତରେ ସମ୍ବିଧାନ ଧରି କହିଥିଲେ ସମ୍ବିଧାନକୁ କେନ୍ଦ୍ର   ସରକାର  ଖତମ କରିଦେବା କଥା କହୁଛନ୍ତି। କିନ୍ତୁ କଂଗ୍ରେସ ସରକାର ଆସିଲେ ବିଜେପି କିମ୍ବା  ପ୍ରଧାନମନ୍ତ୍ରୀ ମୋଦି  କେହି ମଧ୍ୟ ଏହି ସମ୍ବିଧାନକୁ ହାତ ଲଗାଇ ପାରିବେ ନାହିଁ। ଆଦିବାସୀ , ଦଳିତ , ଗରିବ ଶ୍ରେଣୀ ଲୋକଙ୍କ ପାଇଁ କେହି ନାହାନ୍ତି ଏହି ସରକାରରେ ଵୋଲି କହିବା ସହ  କଂଗ୍ରେସ ଆସିଲେ ଦଳିତ, ଆଦିବାସୀ , ପଛୁଆ ବର୍ଗ ସହ ଗରିବ ମାନଙ୍କ ପାଇଁ କଂଗ୍ରେସ ସରକାର ମାଷ୍ଟର ପ୍ଲାନ କରିଛି ବୋଲି କହିଛନ୍ତି । ଚାଷୀ, ମହିଳା , ଛାତ୍ରଛାତ୍ରୀ, ବେକାର ଯୁବ ବର୍ଗ ଙ୍କୁ କଣ ଦେଇଛି ଏହି ସରକାର ବୋଲି ପ୍ରଶ୍ନ କରିଥିଲେ ରାହୁଲ ଗାନ୍ଧୀ। ଚାଷୀ, ମହିଳା , ଯୁବ ପିଢ଼ି,   ଛୋଟ ବ୍ୟବସାୟୀ   ସମସ୍ତେ ଋଣ ବୋଝ ରେ ଚାଲିଛନ୍ତି। କେନ୍ଦ୍ର ସରକାର ଆପଣଙ୍କୁ ରକ୍ଷା କରୁନି।  

କୌଣସି ସରକାର ଯେଉଁ  କାମ କରିନି ସେହି କାମ କରିବ କଂଗ୍ରେସ ବୋଲି କହିଥିଲେ ରାହୁଲ। ଆମେ କୋଟିଏ ଲୋକଙ୍କୁ ଲକ୍ଷ ପତି ବନାଇବୁ। ୪ଜୁନ ରେ ଇଣ୍ଡିଆ ମେଣ୍ଟର ସରକାର ବନିବ ଓ ଦଳିତ , ଆଦିବାସୀ, ପଛୁଆ ଲୋକ ଗରିବ ଶ୍ରେଣୀ ଲୋକ ତାଙ୍କ ହକ ପାଇବେ ବୋଲି କହିଥିଲେ ରାହୁଲ। ସମସ୍ତଙ୍କ ଖାତାକୁ ୮୫୦୦ ଟଙ୍କା ଦିଆଯିବ ବୋଲି କହିଥିଲେ । ସେହିପରି କଂଗ୍ରେସ ଗ୍ୟାରେଣ୍ଟି ରେ କିଭଳି ମହିଳା ଠାରୁ ପୁରୁଷ , ଛାତ୍ରଛାତ୍ରୀଙ୍କ ପାଇଁ ଚାଷୀ ଙ୍କ ପାଇଁ ବେକାର ଯୁବକଙ୍କ ପାଇଁ ଯୋଜନା ରହିଛି ତାହା ଜଣାଇଥିଲେ। 

 ସ୍ବତନ୍ତ୍ର ହେଲିକେପ୍ଟରେ ବଲାଙ୍ଗୀର ରିଜର୍ଭ ପଡିଆରେ ରାହୁଲ ଓହ୍ଲାଇବା ପରେ ଏକ ହଜାରରୁ ଅଧିକ ବାଇକରେ ରାଲି କରି ତାଙ୍କୁ ସ୍ବାଗତ କରିଥିଲେ । ରାହୁଲଙ୍କ କାରକେଟ କୋଶଳ କଳାମଣ୍ଡପ କୁ ଆସିଥିଲା । ସେଠାରେ ୪୦ ହଜାରରୁ ଅଧିକ ଲୋକଙ୍କୁ ସମ୍ବୋଧିତ କରିଥିଲେ ରାହୁଲ ଗାନ୍ଧି। ସେହି ପରି ବରିଷ୍ଠ ନେତା ବିଧାୟକ ନରସିଂହ ମିଶ୍ର, ତାରାପ୍ରସାହ ବାହିନି ପତି , କୋରାପୁଟ ଏମପି ସହ ୭ ବିଧାନ ସଭା ନିର୍ବାଚନ ମଣ୍ଡଳି ବିଧାୟକ ପ୍ରାର୍ଥିଙ୍କ ସହ ଲୋକ ସଭା ପ୍ରାର୍ଥୀ ଯୋଗ ଦେଇ  ଭୋଟ ଭିକ୍ଷା କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.