ନୂଆଦିଲ୍ଲୀ,୬।୧୨: ଉଧମପୁର ଆତଙ୍କବାଦର ଆକ୍ରମଣର ମାଷ୍ଟର ମାଇଣ୍ଡ ଆଦ୍ନାନା ଅହମ୍ମଦ ହଞ୍ଜଲା ନିହତ । ‘ଲସ୍କର୍-ଇ-ତୋଇବା'ର ଆତଙ୍କୀ ଆଦ୍ନାନା ଅହମ୍ମଦ ହଞ୍ଜଲାକୁ ପାକିସ୍ତାନର କରାଚୀରେ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ମାରି ହତ୍ୟା କରିଛନ୍ତି। ସେ ୨୦୧୫ରେ ଜମ୍ମୁ କଶ୍ମୀର ଉଧମପୁରରେ ସେନା ଗାଡ଼ି ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଥିଲା ହଞ୍ଜଲା। କେବଳ ସେତିକି ନୁହେଁ ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦର ଘନିଷ୍ଠ ଥିଲା।
ଡିସେମ୍ବର ୨ ତାରିଖରେ ହଞ୍ଜାଲାକୁ ତା' ଘର ବାହାରେ ଗୁଳି କରି ହତ୍ୟା କରାଯାଇଛି। ତା'ଉପରେ ୪ଟି ରାଉଣ୍ଡ ଗୁଳିମାଡ କରାଯାଇଛି। ହଞ୍ଜାଲର ମୃତଦେହରୁ ୪ଟି ଗୁଳି ବାହାରିଥିବାର ସୂଚନା ମିଳିଛି। ଗୁଳି ଚୋଟରେ ଆହତ ହୋଇଥିବା ହଞ୍ଜଲାକୁ ଗୁପ୍ତରେ କରାଚୀ ସ୍ଥିତ ପାକିସ୍ତାନୀ ସେନା ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସେଠରେ ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୫ ତାରିଖ ଦିନ ତାର ମୃତ୍ୟୁ ଘଟିଲା।
କୋଲକାତାର ସମୀରଙ୍କୁ ବାହା ହେବେ, ସୀମାରେ ଜୋର୍ଦାର ସ୍ୱାଗତ
ହଞ୍ଜଲାରେ ଭାରତରେ ବହୁ ବଡ ବଡ ଆକ୍ରମଣ ଘଟଣାରେ ହାତ ରହିଛି। ୨୦୧୫ରେ ଉଧମପୁରରେ ‘ବିଏସ୍ଏଫ୍’ କାଫିଲା ଉପରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଥିଲା। ଏହି ଆକ୍ରମଣରେ ୨ଜଣ ‘ବିଏସ୍ଏଫ୍’ ଯବାନ ସହିଦ ହୋଇଥିଲେ ଓ ଆଉ ୧୩ଜଣ ଯବାନ ଆହତ ହୋଇଥିଲେ। ‘ଏନ୍ଆଇଏ’ ଏହି ଆକ୍ରମଣ ଉପରେ ତଦନ୍ତ କରି ‘ଚାର୍ଜସିଟ୍’ ଫାଇଲ୍ କରିଥିଲା। ସେହିପରି, ୨୦୧୬ରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ପାମ୍ପୋର୍ ଅଞ୍ଚଳରେ ‘ସିଆର୍ପିଏଫ୍’ ଉପରେ କରାଯାଇଥିବା ଆକ୍ରମଣରେ ତା’ର ହାତ ଥିଲା। ଏହି ଆକ୍ରମଣରେ ୮ଜଣ ‘ସିଆର୍ପିଏଫ୍’ ଯବାନ ସହିଦ ହୋଇଥିଲେ ଓ ଆଉ ୨୨ଜଣ ଯବାନ ଆହତ ହୋଇଥିଲେ।