ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଆଇଗିଣିଆ ରାସ୍ତା ଦବିବାକୁ ନେଇ ରାଜନୀତି ଜୋର, ଠିକାସଂସ୍ଥାକୁ ଘଣ୍ଟ ଘୋଡ଼ାଉଛି ଏନ୍‌ଏଚ୍‌ଏଆଇ, ବର୍ଷା ମୁଣ୍ଡରେ ସବୁ ଦୋଷ

ଭୁବନେଶ୍ୱର, ୧୦/୦୭ : ଜାତୀୟ ରାଜପଥ ଆଇଗିଣିଆ ନିକଟରେ ରାସ୍ତା ଦବିବାକୁ ନେଇ ରାଜନୀତି ଜୋର ଧରିଛି । ଭୁବନେଶ୍ୱର ମେୟର ଆଜି ଘଟଣାସ୍ଥଳ ବୁଲିବା ସହ ଘଟଣାର ତଦନ୍ତ ଦାବି କରିଛନ୍ତି । ଛାତ୍ର କଂଗ୍ରେସ ଏନ୍‌ଏଚ୍‌ଏଆଇ ଓ ଠିକାସଂସ୍ଥା ବିରୋଧରେ ଥାନାରେ ଏତଲା ଦେଇଛି । ସେପଟେ ଘଟଣାକୁ ଅତ୍ୟନ୍ତ ହାଲୁକାର ସହ ନେଇଛି ଏନ୍‌ଏଚ୍‌ଏଆଇ । ଠିକାସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ ବର୍ଷା ମୁଣ୍ଡରେ ଦୋଷ ଥୋଇ ଖସିଯିବାକୁ ଉଦ୍ୟମ ଚାଲିଛି । ଗତକାଲି ଓଭରବ୍ରିଜ ରାସ୍ତା ୩ଫୁଟ ତଳକୁ ଦବିଯାଇଥିଲା । ଠିକାସଂସ୍ଥାର ମନମୁଖୀ କାର୍ଯ୍ୟ ଯୋଗୁଁ ରାସ୍ତା ହଠାତ୍‌ ଦବିଗଲା । ଗତକାଲି ଏନ୍‌ଏଚ୍‌ଏଆଇର ଆଞ୍ଚଳିକ ନିର୍ଦ୍ଦେଶକ ଘଟଣାସ୍ଥଳ ବୁଲି ଦେଖିଲେ । ହେଲେ ଆଜି କାର୍ଯ୍ୟାନୁଷ୍ଠାନ ବଦଳରେ ଠିକା ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ଦେଖାଇଲେ। 

ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ବଦଳରେ ଏନ୍‌ଏଚ୍‌ଏଆଇର ବ୍ରହ୍ମପୁର ପ୍ରୋଜେକ୍ଟ ଡାଇରେକ୍ଟର ବର୍ଷା ଉପରେ ଦୋଷ ଲଦିଛନ୍ତି । ସେ କହିଛନ୍ତି ଯେ, ବର୍ଷା ଯୋଗୁଁ ରାସ୍ତା ଦବିଗଲା । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠିଛି । ଜଣେ ଅବସରପ୍ରାପ୍ତ ଅଧିକାରୀ କହିଛନ୍ତି ଓଭରବ୍ରିଜ୍‌ ରାସ୍ତାରେ ବାଲି ଭର୍ତ୍ତି କରାଯାଏ । ଏହା ସହ ସିମେଣ୍ଟ ଗୁଣ୍ଡ ଓ ବଜୁରୀ ମିଶାଯାଏ । ଏହାକୁ ୱେଟ୍‌ ମିକ୍ସ ମ୍ୟାକଡାମ(ଡବ୍ଲୁଏମ୍‌ଏମ୍‌)କୁହାଯାଏ । ଏହା ସହ ୩ ପରସ୍ତ ମେଟାଲ ଦେବା ପରେ ଏହାକୁ ରୋଲରରେ ଚପା ଯାଇଥାଏ । ଏହା ପରେ ପିଚୁ ଢଳାଇ ହୋଇଥାଏ । ହେଲେ ଏନ୍‌ଏଚ୍‌ଏଆଇ ଦୁର୍ବଳ ପଏଣ୍ଟକୁ ଧରିପାରିଲା ନାହିଁ । ଫଳରେ ମାଟି ଧସି ରାସ୍ତା ଦବିଗଲା । କିନ୍ତୁ କାହିଁକି ସେଠାରେ ମାଟି ଭର୍ତ୍ତି ହୋଇଥିଲା । ଏହାକୁ ନେଇ ତର୍ଜମା କରିବା ଆବଶ୍ୟକତା ରହିଛି । ରାସ୍ତା ଦବିବା ଫଳରେ ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତଯାଇଛନ୍ତି ଲୋକେ । କାରଣ ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଟ୍ରକ ଯାଉଛି । ସେହିପରି କାର ବାଇକ ଚଳାଚଳ କରୁଛି । କିନ୍ତୁ ଏନ୍‌ଏଚ୍‌ଏଆଇ ଘଟଣାକୁ ହାଲୁକା ଭାବରେ ନେଉଛି । 

ସେପଟେ ଏହାକୁ ନେଇ ଆଜି ରାଜନୀତି ସରଗରମ ହେଉଛି । ଆଜି ମେୟର ସୁଲୋଚନା ଦାସ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି । ସେ କହିଛନ୍ତି, କାମ ନିମ୍ନମାନର ହୋଇଥିବା ଆଶଙ୍କା କରାଯାଉଛି । ବିହାରରେ ପୋଲ ଧସି ପଡ଼ିଲା ଭଳି ଏଠାରେ ମଧ୍ୟ ସମାନ ପରିସ୍ଥିତି ଆଶଙ୍କା କରାଯାଉଛି । ଲୋକେ ଭୟରେ ଅଛନ୍ତି । ତେଣୁ ୩ ଓଭରବ୍ରିଜ୍‌ର ତଦନ୍ତ ହେବା ଆବଶ୍ୟକ । ନିର୍ବାଚନ ପୂବରୁ ତରବରିଆ ଭାବେ ଉଦ୍‌ଘାଟନ କରାଯାଇଥିଲା । ହୁଏତ ତରବରିଆ କାମ ଯୋଗୁଁ ତ୍ରୁଟି ହୋଇଥାଇପାରେ । ସେହିଭଳି ଏକାମ୍ର ବିଧାୟକ ବାବୁ ସିଂ ମଧ୍ୟ ଘଟଣାସ୍ଥଳ ବୁଲି ଦେଖିଛନ୍ତି । ସେ ମେୟରଙ୍କ ପ୍ରଶ୍ନରେ ଉତ୍ତର ରଖିକହିଛନ୍ତି, କୌଣସି ତରବରିଆ କାମ ହୋଇନାହିଁ । କିନ୍ତୁ ରାସ୍ତା ଦବିବା ଦୁର୍ଭାଗ୍ୟଜନକ । ସେ ଏନ୍‌ଏଚ୍‌ଏଆଇର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ତଦନ୍ତରେ ଯିଏ ଦୋଷୀ ମିଳିବ, ତାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ଏନେଇ ଛାତ୍ର କଂଗ୍ରେସ ଖଣ୍ଡଗିରି ଥାନାରେ ଏତଲା ଦେଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.