ପ୍ରମୂଖ ଖବର
  • ଶ୍ରୀଲୋକନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପନ୍ନ, ରତ୍ନଭଣ୍ଡାର ଖୋଲିବାକୁ ଆସିଲା ଆଜ୍ଞାମାଳ
  • ||
  • ଚତୁର୍ଥ ଟି-ଟ୍ୱେଣ୍ଟ; ଜିମ୍ବାଓ୍ବେକୁ ୧୦ ୱିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ, ଆଜି ପଞ୍ଚମ ମୁକାବିଲା
  • ||
  • ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ଼, ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ସନ୍ଦିଗ୍ଧ ସୁଟର ମୃତ
  • ||
  • ପାଞ୍ଚ ଦଶନ୍ଧିର ଘଟିବ ଅନ୍ତ, ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଦିନ ୧ଟା ପରେ ଶୁଭ ମୁହୂର୍ତ୍ତରେ ଫିଟିବ ତାଲା
  • ||
  • ରାଜ୍ୟରେ ଆସନ୍ତା ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା, ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ
  • ||

ଭିଓନାରେ ମୋଦୀଙ୍କୁ ଭବ୍ୟ ସ୍ବାଗତ; ଶେଷଥର ୪୦ ବର୍ଷ ପୂର୍ବେ ଇନ୍ଦିରା ଗାନ୍ଧୀ କରିଥିଲେ ଗସ୍ତ, ରଣନୈତିକ ସମ୍ପର୍କକୁ ପୂରିଲା ୭୫ ବର୍ଷ

ନୂଆଦିଲ୍ଲୀ,୧୦/୦୭: ଦୁଇ ଦିନିଆ ଋଷ ଗସ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଅଷ୍ଟ୍ରିଆରେ ପହଞ୍ଚିଛନ୍ତି। ଭିଓନା ଗସ୍ତ ସମୟରେ ପିଏମ ମୋଦୀ ଅଷ୍ଟ୍ରିଆର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ୱାନ୍ ଡେର୍ ବେଲେନଙ୍କୁ ଭେଟିବେ। ୪୧ ବର୍ଷ ପରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତ କରିଛନ୍ତି। 

ଏହାପୂର୍ବରୁ, ୧୯୪୯ ରେ କୂଟନୈତିକ ସମ୍ପର୍କ ସ୍ଥାପନ ହେବା ପରେ ଜବାହରଲାଲ ନେହେରୁ ୧୯୫୫ ରେ ପ୍ରଧାନମନ୍ତ୍ରୀ ଭାବରେ ଅଷ୍ଟ୍ରିଆ ଗସ୍ତ କରିଥିଲେ। ୧୯୭୧ ଏବଂ ୧୯୮୩ ରେ ଇନ୍ଦିରା ଗାନ୍ଧୀ ମଧ୍ୟ ଅଷ୍ଟ୍ରିଆ ଗସ୍ତ କରିଥିଲେ। ଅଷ୍ଟ୍ରିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ବିମାନବନ୍ଦରରେ ଅଷ୍ଟ୍ରିଆର ବୈଦେଶିକ ମନ୍ତ୍ରୀ ଆଲେକ୍ସଜାଣ୍ଡାର୍ ଶାଲେନବର୍ଗ ମୋଦୀଙ୍କୁ ସ୍ୱାଗତ କରିଛନ୍ତି। ଅଷ୍ଟ୍ରିଆରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏ ସମ୍ପର୍କରେ ଟ୍ୱିଟ୍ କରିଛନ୍ତି। 

ଭାରତ ଏବଂ ଅଷ୍ଟ୍ରିଆ ୭୫ ବର୍ଷର ରଣନୈତିକ ସମ୍ପର୍କର ପୂର୍ତ୍ତି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବ। ନେତା, ମନ୍ତ୍ରୀ ଏବଂ ସଂସଦୀୟ ସ୍ତରରେ ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ନିୟମିତ ଗସ୍ତ ହୋଇଛି। ଅଷ୍ଟ୍ରିଆର କୁଳପତି ନେହେମର୍ କହିଥିଲେ, 'ଏହି ଗସ୍ତ ଏକ ବିଶେଷ ସମ୍ମାନ କାରଣ ଏହା ୪୦ ବର୍ଷରୁ ଅଧିକ ସମୟ ମଧ୍ୟରେ ମୋ ଦେଶକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଗସ୍ତ।' କହିରଖୁଛୁ ଯେ, ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ପୁରୁଣା ବ୍ୟବସାୟିକ ସମ୍ପର୍କ ରହିଛି। ୨୦୨୩ରେ ଭାରତ ଏବଂ ଅଷ୍ଟ୍ରିଆ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟର ମୂଲ୍ୟ ୨.୯୩ ବିଲିୟନ ଡ଼ଲାର ଥିଲା। ଅଷ୍ଟ୍ରିଆକୁ ଭାରତ ଇଲେକ୍ଟ୍ରୋନିକ୍ସ, ବସ୍ତ୍ର, ପୋଷାକ, ଚପଲ ଏବଂ ରାସାୟନିକ ପଦାର୍ଥ ରପ୍ତାନି କରେ। ଅନ୍ୟପକ୍ଷରେ ଭିଓନା ଭାରତକୁ ଯନ୍ତ୍ରପାତି, ଅଟୋମୋବାଇଲ୍ ପାର୍ଟସ୍ ଏବଂ ରାସାୟନିକ ପଦାର୍ଥ ପଠାଉଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.