ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ପ୍ୟାରିସ ଅଲିମ୍ପିକ୍ସ ପୂର୍ବରୁ ଇତିହାସ ରଚିଲେ ନୀରଜ ଚୋପ୍ରା,ପାଭୋ ନୁରମି ଗେମ୍ସରେ ଜିତିଲେ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧୯,୬: ପୁଣି ଥର ସ୍ବର୍ଣ୍ଣପଦକ ହାତେଇଲେ  ସୁନା ପୁଅ ନୀରଜ ଚୋପ୍ରା । ସେ ଫିନଲ୍ୟାଣ୍ଡରେ ଚାଲିଥିବା ପାଭୋ ନୁରମି ଗେମ୍ସରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପାଭୋ ନୁରମି ଅଲିମ୍ପିକ୍ସରେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ । ଏହା ପୂର୍ବରୁ ସେ ୨୦୨୨ରେ ଏହି କ୍ରୀଡ଼ାରେ ଅଂଶଗ୍ରହଣ କରି ଦ୍ବିତୀୟ ସ୍ଥାନରେ ରହିଥିଲେ । ତେବେ ପାଭୋ ନୁରମି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ନୀରଜ ଚୋପ୍ରାଙ୍କ ପାଇଁ ସହଜ ନଥିଲା । ନୀରଜଙ୍କ ଦେହରେ ଆଘାତ ହୋଇଥିବାରୁ କିଛି ଦିନ ହେବ ସେ ସଂଘର୍ଷ କରୁଥିଲେ । ଆଘାତରୁ ସୁସ୍ଥ ହେବା ପରେ ଏହା ତାଙ୍କର ପ୍ରଥମ ଇଭେଣ୍ଟ ଥିଲା ଏବଂ ଏହି ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । 

ନୀରଜ ଚୋପ୍ରାଙ୍କ ଆଗରେ ଆଣ୍ଡରସନ୍ ପିଟର୍ସ,ମ୍ୟାକ୍ସ ଡାଇହିଙ୍ଗ୍ ଓ ଅଲିଭର ହ୍ୟାଣ୍ଡଲରଙ୍କ ଭଳି ଖେଳାଳି ଥିଲେ । ଏଥିସହ ଫିନଲାଣ୍ଡର ଟୋନି କେରାନନ୍ ମଧ୍ୟ ତାଙ୍କୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ଯାଉଥିଲେ । କିନ୍ତୁ ନୀରଜ ଚୋପ୍ରା ତୃତୀୟ ଥ୍ରୋରେ ୮୫.୯୭ ମିଟର ଫିଙ୍ଗି ସମସ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଦେଇଥିଲେ । ଫିନଲ୍ୟାଣ୍ଡର ଜାଭେଲିନ୍ ଥ୍ରୋଅର୍ ଟୋନି କିରାନାନ୍ ୮୪.୧୯ ମିଟର ଥ୍ରୋ କରି ଦ୍ବିତୀୟ ସ୍ଥାନରେ ରହିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.