ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

କଟକ ଜିଲ୍ଲାରେ ସକାଳୁଆ ସ୍କୁଲ, ସକାଳ ୬ଟା୩୦ ରୁ ୧୦ଟା୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା

କଟକ,୧୭।୬ : କଟକ ଜିଲ୍ଲାରେ ହେବ ସକାଳୁଆ ସ୍କୁଲ।  ଜୁନ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ କଟକ ଜିଲ୍ଲାର ସମସ୍ତ ସ୍କୁଲରେ ସକାଳୁଆ ପାଠପଢ଼ା ହେବ। ସକାଳ ୬ଟା୩୦ ରୁ ୧୦ଟା୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା।  ଏ ନେଇ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। 

ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା କାରଣରୁ ସ୍କୁଲର  ଛୁଟି ବଢିବା କିମ୍ବା ସମୟ ବଦଳିବା  ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଙ୍କ ହାତରେ ନିଷ୍ପତ୍ତିର ଦାୟିତ୍ଵ ଦେଇଥିଲେ ମୁଖ୍ୟମନ୍ତ୍ରୀ। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ କଟକ ଜିଲ୍ଲାର ସମସ୍ତ ସ୍କୁଲ ସକାଳ ୬.୩୦ ରୁ ୧୦.୩୦ ପର୍ଯ୍ୟନ୍ତ ଚାଲୁ ରଖିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିୟମ ପାଳନ କରିବା ପାଇଁ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ମାନଙ୍କୁ ଅବଗତ କରାଇଛନ୍ତି କଟକ ଜିଲ୍ଲା ଶିକ୍ଷା ଅଧିକାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.