ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ଅଗଷ୍ଟରେ ୨୭୦୦୦ କର୍ମଚାରୀ ଚାକିରିରୁ ଆଉଟ୍‌ , ଏହି ସବୁ କମ୍ପାନୀରୁ ଛଟେଇ ହୋଇଛନ୍ତି ସବୁଠୁ ଅଧିକ ଲୋକ !

ନୂଆଦିଲ୍ଲୀ : ଟେକ୍ନୋଲଜି ସେକ୍ଟରରେ ଛଟେଇର ସୁନାମୀ ଆସି ସାରିଛି। ସାରା ବିଶ୍ୱରେ ଆଇଟି କମ୍ପାନୀମାନେ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇବାରେ ଲାଗିଛନ୍ତି। ଉଲ୍ଲେଖନୀୟ ଯେ, ନିଜର ଗ୍ଲୋବାଲ ଅପରେସନ୍ସର କିଛି ଡିଭିଜନକୁ ବନ୍ଦ କରି ଚାକିରିକୁ ହ୍ରାସ କରାଯାଉଛି। ଗତ ମାସରେ ଅର୍ଥାତ୍‌ ଅଗଷ୍ଟରେ ୨୭ ହଜାରରୁ ଅଧିକ କର୍ମଚାରୀଙ୍କୁ ନିଜର ଚାକିରିରୁ ହାତ ଧୋଇବାକୁ ପଡ଼ିଛି।

ବଡ଼ ବଡ଼ ନାମକରା ଇନଟେଲ୍‌, ଆଇବିଏମ ଓ ସିସ୍କୋ ସିଷ୍ଟମ ଭଳି କମ୍ପାନୀମାନେ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇଛନ୍ତି। ଆସନ୍ତୁ ଜାଣିବା କେଉଁ କେଉଁ କମ୍ପାନୀମାନେ ଗତ ମାସରେ କେତେ ଲୋକଙ୍କୁ ଛଟେଇ କରିଛନ୍ତି। ଅଗଷ୍ଟରେ ଟେକ୍ ସେକ୍ଟରର ୪୦ରୁ ଅଧିକ କମ୍ପାନୀ ଛଟେଇର ଘୋଷଣା କରିଛନ୍ତି।

କହି ରଖୁଛୁ କି, ୨୦୨୪ ମସିହାରେ ଏବେସୁଦ୍ଧା ୧.୩୬ ଲକ୍ଷରୁ ଅଧିକ ଟେକ୍‌ ପ୍ରଫେସନାଲ୍ସଙ୍କୁ ଚାକିରିରୁ ବାହାର କରାଯାଇ ସାରିଛି। ଅଗଷ୍ଟରେ ଦୁନିଆର ସବୁଠୁ ବଡ଼ ଚିପ୍‌ ନିର୍ମାତା କମ୍ପାନୀ ଗୁଡ଼ିକ ମଧ୍ୟରେ ଏକ ଇନଟେଲ ନିଜର ମୋଟ ୱାର୍କଫୋର୍ସର ୧୫ ପ୍ରତିଶତ ଅର୍ଥାତ୍‌୧୫ ହଜାର କର୍ମଚାରୀଙ୍କୁ ଛଟେଇ କରି ଦେଇଛି। କମ୍ପାନୀ ୨୦୨୫ ସୁଦ୍ଧା ୧୦ବିଲିୟନ ଡଲାର ମୂଲ୍ୟ ହ୍ରାସ କରିବାକୁ ଏହି ପଦକ୍ଷେପ ନେଇଛି। 

ମୂଲ୍ୟରେ ହ୍ରାସ ଓ ନିଜର ରଣନୀତିରେ ବଡ଼ ପରିବର୍ତ୍ତନ ପାଇଁ ଇନଟେଲ୍‌ ଏମିତି ମୁସ୍କିଲ ନିଷ୍ପତ୍ତି ନେବାରେ ବାଧ୍ୟ ହୋଇଛି। ଏହାପରେ ନେଟୱାର୍କିଂର ଦୁନିଆର ବଡ଼ ନାଁ ସିସ୍କୋ ସିଷ୍ଟମ ମଧ୍ୟ ୭ପ୍ରତିଶତ ୱାର୍କଫୋର୍ସ ଅର୍ଥାତ୍‌ ୬ହଜାର କର୍ମଚାରୀଙ୍କ ଛଟେଇର ଘୋଷଣା କରିଛି।

କମ୍ପାନୀର ଫୋକସ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ସାଇବର ସିକ୍ୟୁରିଟି ସେକ୍ଟର୍ସ ଉପରେ ଅଛି। ଏହା ବ୍ୟତୀତ ଯେଉଁ ସବୁ ବଡ଼ ବଡ଼ କମ୍ପାନୀମାନେ ଛଟେଇର ଘୋଷଣା କରିଛନ୍ତି, ଏଥିରେ ଆଇବିଏମ୍ ଚୀନ୍‌ରେ ନିଜର R & D ଅପରେସନ୍ସ ବନ୍ଦ କରି ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ହଟେଇ ଦେଇଛି। 

ଆଇଫୋନ୍ ମେକର ଆପଲ ନିଜର ସର୍ଭିସେଜ୍‌ ଗ୍ରୁପ୍‌ରୁ ୧୦୦କର୍ମଚାରୀଙ୍କ ଛଟେଇ କରିଛି। ଡେଲ୍‌ ମଧ୍ୟ ନିଜର ବୈଶ୍ୱିକ ୱାର୍କଫୋର୍ସରେ ୧୦ପ୍ରତିଶତର ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି, ଯେଉଁଥିରେ ୧୨,୫୦୦ କର୍ମଚାରୀଙ୍କ ଉପରେ ପ୍ରଭାବ ପଡ଼ିପାରେ।

ଗୋପ୍ରୋ ମଧ୍ୟ ୧୫ ପ୍ରତିଶତ ୱାର୍କଫୋର୍ସ ଅର୍ଥାତ୍‌ ୧୪୦ ଚାକିରିକୁ ବନ୍ଦ କରି ଦେଇଛି। ଟେକ୍ନୋଲଜି ସେକ୍ଟରରେ ଛଟେଇର ଏହି ସମୟ ଆଗକୁ ମଧ୍ୟ ଜାରି ରହିବାର ଆଶଙ୍କା ରହିଛି। ଏହି ସଂଖ୍ୟା ବଢି ପାରେ। ଏମିତିରେ ବେରୋଜଗାରର ସଂଖ୍ୟା ବୃଦ୍ଧି ସମସ୍ୟାର କାରଣ ହୋଇ ପାରେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.