ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

କେନ୍ଦୁଝର ଜେଲ୍‌ ଅଧୀକ୍ଷକ ସତ୍ୟ ପ୍ରକାଶ ସ୍ୱାଇଁଙ୍କୁ ଗିରଫ କଲା ଭିଜିଲାନ୍ସ,ଏବେ ଜେଲର୍‌ ହେବେ କଏଦୀ

ଭୁବନେଶ୍ୱର,୦୭/୦୯: ଆୟ ବହିର୍ଭୂତ  ସମ୍ପତ୍ତି ଠୁଳ ଅଭିଯୋଗରେ ଝାରପଡା ଜେଲ୍‌ର ପୂର୍ବତନ ତଥା  କେନ୍ଦୁଝର ଜେଲ ଅଧୀକ୍ଷକ ସତ୍ୟ ପ୍ରକାଶ ସ୍ୱାଇଁ ଗିରଫ କଲା ଭିଜିଲାନ୍ସ। ଶ୍ରୀସ୍ୱାଇଁଙ୍କୁ  କୋର୍ଟ ଚାଲାଣ କରାଯିବ ।  ତାଙ୍କୁ ଝାରପଡା ଜେଲ୍‌ରେ ରହିବାକୁ ହେବ ।  ଦୁଇ-ତିନିମାସ ତଳେ ସେ ଝାରପଡା ଜେଲ  ଅଧୀକ୍ଷକ ଥିଲେ । ଯେଉଁ ଜେଲରେ ସେ ଦିନେ  କଏଦୀମାନଙ୍କୁ ତାଗିଦ କରୁଥିଲେ । ଏବେ  ସେହି ଜେଲରେ କଏଦୀ ସାଜିବେ ।  

ଶୁକ୍ରବାର ଭିଜିଲାନ୍ସ ହାବୁଡ଼ ଧରାପଡି ଥିଲେ କେନ୍ଦୁଝର ଜେଲ ଅଧୀକ୍ଷକ ସତ୍ୟ ପ୍ରକାଶ ସ୍ୱାଇଁ।୨ଟି ସରକାରୀ କ୍ୱାର୍ଟର୍ସ,  ଭଦ୍ରକ ଜିଲ୍ଲା ଧୁଷୁରୀ ସ୍ଥିତ ନରସିଂହପୁର  ଗାଁର ପୈତୃକ ଘର, ଭୁବନେଶ୍ୱର ଲକ୍ଷ୍ମୀସାଗର  ସ୍ଥିତ ସମ୍ପର୍କୀୟଙ୍କ ଘର ସହ ୭ଟି ସ୍ଥାନରେ ଚଢ଼ଉ କରିିଥିଲା ଭିଜିଲାନ୍ସ । ଚଢ଼ଉ ସମୟରେ ୫  କୋଟି ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ ହୋଇଛି । 

ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ  ତାଙ୍କ ବିରୋଧରେ ଭିଜିଲାନ୍ସ ନିକଟରେ  ଏକାଧିକ ପିଟିସନ୍‌ ପଡ଼ିଥିଲା । ଖୋଳତାଡରୁ  ଆୟବହିର୍ଭୂତ ସମ୍ପତ୍ତି ଠୁଳ ବିଷୟରେ  ଜଣାପଡ଼ିବା ପରେ ଭିଜିଲାନ୍ସ ଚଢ଼ଉ  କରିଥିଲା । ଭୁବନେଶ୍ୱର ଭିଜିଲାନ୍ସ ଡିଜିଜନ  ଶୁକ୍ରବାର ସକାଳୁ ଆରମ୍ଭ କରିଥିଲା ଚଢ଼ଉ ।  ଶ୍ରୀ ସ୍ୱାଇଁଙ୍କ ଭୁବନେଶ୍ୱର ଝାରପଡ଼ା ଘର,  ଖଣ୍ଡଗିରି ସିଦ୍ଧିବିହାର ଘର, ଭଦ୍ରକ ପୈତୃକ  ଘର, ଭୁବନେଶ୍ୱର କ୍ୱାର୍ଟର୍ସ, କେନ୍ଦୁଝର ଜେଲ  ପରିସରରେ ଥିବା ସରକାରୀ କ୍ୱାର୍ଟର୍ସ, ଅଫିସ୍‌  ଓ ଝାରପଡାରେ ରହୁଥିବା ତାଙ୍କ ସମ୍ପର୍କୀୟଙ୍କ  ଘରେ ଏକକାଳୀନ ଚଢ଼ଉ ହୋଇଥିଲା ।  

ଶ୍ରୀ ସ୍ୱାଇଁଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି  ମଧ୍ୟରେ ରହିଛି, ଝାରପଡ଼ା ପ୍ଲଟ୍‌ ନମ୍ବର  ଏଲ୍‌ବି ୧୦୪ରେ ଥିବା ଏକ ୪ ମହଲା  ଘର । ଏହା ୩୩୦୦ ବର୍ଗଫୁଟ୍‌ରେ ରହିଛି ।  ଯାହାର ସରକାରୀ ମୂଲ୍ୟ ଦେଢ଼ କୋଟି ଟଙ୍କା ।  ଭୁବନେଶ୍ୱର, ବଲାଙ୍ଗୀର ଓ ଢେଙ୍କାନାଳର  ପ୍ରମୁଖ ଅଞ୍ଚଳରେ ୪ଟି ପ୍ଲଟ୍‌ । ବଲାଙ୍ଗୀର,  ଢେଙ୍କାନାଳ, ଓ ଭୁବନେଶ୍ୱରରେ ଜେଲର୍‌  ଏବଂ ଅଧୀକ୍ଷକ ଥିବା ସମୟରେ ଏସବୁ ପ୍ଲଟ୍‌  କିଣିଥିଲେ । ଝାରପଡା ଜେଲ୍‌ରେ ଅଧୀକ୍ଷକ  ଭାବେ ୨୦୨୨ ମସିହାରୁ ୨୦୨୪ ଏପ୍ରିଲ୍‌  ପର୍ଯ୍ୟନ୍ତ ଥିଲେ । ଏହି ସମୟରେ ସେ ଝାରପଡା  ଜେଲ୍‌ ଠାରୁ ମାତ୍ର ୫୦ ମିଟର ଦୂରରେ ଜମି  କିଣି ୪ ମହଲା ଘର ଠିଆ କରିଥିଲେ ବୋଲି  ଭିଜିଲାନ୍ସ ଜାଣିବାକୁ ପାଇଛି । ତା’ଛଡା ସେ  ଯେତେବେଳେ କେନ୍ଦୁଝର କାରାଗାରରେ  ଜେଲର୍‌ ଥିଲେ, ସେ ସମୟରେ ସେଠାରେ ଦେଢ଼ ଏକର ଜମି କିଣିଥିଲେ । ଯାହାକୁ ଏବେ ସେ ବିକ୍ରି  କରି ଦେଇଛନ୍ତି ।  

ଜମି ଓ ଘରକୁ ଛାଡିଲେ ତାଙ୍କ ଘରୁ ୧୦ ଲକ୍ଷ ଟଙ୍କାର ସୁନା  ଅଳଙ୍କାର, ସାଢ଼େ ୬ ଲକ୍ଷ ଟଙ୍କାର ବ୍ୟାଙ୍କ୍‌ ଓ ପୋଷ୍ଟାଲ୍‌ ଜମା,  ଗୋଟିଏ କାର୍‌, ଗୋଟିଏ ବାଇକ୍‌ ମିଳିଛି । ୧୪.୪୬ ଲକ୍ଷ ଟଙ୍କାର  ଦାମୀ ଗୃହ ଉପକଣ ଠାବ ହୋଇଛି । ସବୁଠାରୁ ବଡ଼ କଥା ହେଲା  ଶ୍ରୀ ସ୍ୱାଇଁଙ୍କ ଘରୁ ଏକ ୨୨ ହଜାର ଟଙ୍କିଆ ମଦ ବୋତଲ ମିଳିଛି ।  ଭିଜିଲାନ୍ସ ଚଢ଼ଉ ପରେ ଏବେ ଦୁଇ ଜଣ କଏଦୀଙ୍କ ଚିଠି ଭାଇରାଲ୍‌  ହେଉଛି । ଶ୍ରୀ ସ୍ୱାଇଁ ଯେତେବେଳେ ଝାରପଡା ଜେଲ ଅଧୀକ୍ଷକ  ଥିଲେ ଦୁଇ କଏଦୀଙ୍କୁ ଜେଲ୍‌ରେ ଉତ୍ତମ ସେବା ଦେବାକୁ ୩ ଲକ୍ଷ  ଟଙ୍କା ଲେଖାଏର୍ ମାଗିଥିଲେ । ହେଲେ ସେମାନେ ଟଙ୍କା ଦେବାକୁ ମନା  କରିଦେଇଥିଲେ । ଫଳରେ ଶ୍ରୀ ସ୍ୱାଇଁ ନିଜ କ୍ଷମତାର ଅବପ୍ୟବହାର  କରି ସେମାନଙ୍କୁ ନିର୍ଯାତନା ଦେଇଥିଲେ । ଏନେଇ ଦୁଇ କଏଦୀ  ପୂର୍ବତନ ଜେଲ୍‌ ଡିଜି ଓ ଆଇଜିଙ୍କୁ ଚିଠି ଲେଖିଥିଲେ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.