ପ୍ରମୂଖ ଖବର
  • ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି
  • ||
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

୪୮ ଘଣ୍ଟା ମଧ୍ୟରେ ହୋଇପାରେ ‘ମୁଖ୍ୟ କୋଚ୍‌’ ଘୋଷଣା ! ବିସିସିଆଇକୁ ସାକ୍ଷାତକାର ଦେଲେ ଗମ୍ଭୀର ଓ ରମଣ

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ ଟି-୨୦ ବିଶ୍ବକପରେ ସୁପର ୮ରେ ଖେଳିବା ଲାଗି ପ୍ରସ୍ତୁତି କରୁଛି । କିନ୍ତୁ ଭାରତୀୟ ଟିମ୍‌ର ପରବର୍ତ୍ତୀ ମୁଖ୍ୟ କୋଚ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଖୁବଶୀଘ୍ର ନୂଆ ମୁଖ୍ୟ କୋଚ୍‌ଙ୍କ ନାଁ ଘୋଷଣା କରିବ ବିସିସିଆଇ ।  ତେବେ ମୁଖ୍ୟ କୋଚ୍‌ ରେସ୍‌ରେ ସବୁଠୁ ଆଗରେ ଥିଲେ ଗୌତମ ଗମ୍ଭୀର । କିନ୍ତୁ ଏବେ ତାଙ୍କର ଆଉ ଜଣେ କମ୍ପିଟିଟ୍‌ର ସାମ୍ନାକୁ ଆସିଛନ୍ତି । ଡବ୍ଲୁଭି ରମଣ ବିସିସିଆଇକୁ ସାକ୍ଷାତକାର ଦେଇଥିବା ଜଣାପଡ଼ିଛି । ବିସିସିଆଇର କ୍ରିକେଟ ପରାମର୍ଶଦାତା ସମିତି (ସିଏସି) ଗୌତମ ଗମ୍ଭୀର ଏବଂ ଡବ୍ଲୁଭି ରମଣଙ୍କ ସାକ୍ଷାତକାର କରିଛି । 

 ଦୁଇ ପୂର୍ବତନ କ୍ରିକେଟର  ଭିଡିଓ କନଫରେନ୍ସିଂ ଜରିଆରେ ସାକ୍ଷାତକାର ଦେଇଛନ୍ତି । ନ୍ୟୁଜ ଏଜେନ୍ସି ପିଟିଆଇ ଅନୁସାରେ, ଗମ୍ଭୀର ସାକ୍ଷାତକାର ଦେଇଛନ୍ତି । ଆଜି ପ୍ରଥମ ପର୍ଯ୍ୟାୟ ଆଲୋଚନା ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଆସନ୍ତକାଲି ହେବ । ଗମ୍ଭୀରଙ୍କ ସମେତ ରମଣ ମଧ୍ୟ ଇଣ୍ଟରଭ୍ୟୁ ଦେଇଛନ୍ତି । ସେମାନେ ଭାରତୀୟ କ୍ରକେଟକୁ ନେଇ ନିଜ ନିଜର ବିଚାର ଏବଂ ରୋଡ ମ୍ୟାପକୁ ନେଇ ପ୍ରେଜେଣ୍ଟେସନ୍‌ ଦେଇଛନ୍ତି । ଏହି ସାକ୍ଷାତକାର ୪୦ ମିନିଟ୍‌ ଧରି ଚାଲିଥିଲା । ପ୍ରଜେଣ୍ଟେସନ୍‌ ଦେଖିବା ପୂର୍ବରୁ ସମିତି ପକ୍ଷରୁ ଗମ୍ଭୀର ଏବଂ ରମଣଙ୍କୁ କେତେକ ପ୍ରଶ୍ନ ପଚରା ଯାଇଥିଲା । 

ସେପଟେ ମୁଖ୍ୟ କୋଚ୍‌ ଲାଗି ବଡ଼ ଦାବିଦାର ଗମ୍ଭୀର ବୋଲି କୁହାଯାଉଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଗୌତମ ଗମ୍ଭୀର ନାଁରେ ମୋହର ମାରିପାରେ ବିସିସିଆଇ । ସିଏସି ଅଧ୍ୟକ୍ଷ ମଲହୋତ୍ରା ଏବଂ  ସହଯୋଗୀ ଗମ୍ଭୀରଙ୍କ ସହ କଣ ଆଲୋଚନା କରିଛନ୍ତି ତାହା ଜଣାପଡ଼ିନାହିଁ । କିନ୍ତୁ ଆଗାମୀ ୩ ବର୍ଷ ଯାଏଁ ଟିମ୍‌ ଇଣ୍ଡିଆକୁ ନେଇ ଗମ୍ଭୀରଙ୍କ ରଣନୀତି କଣ ହେବ ତା ଉପରେ ବିସ୍ତୃତ ଆଲୋଚନା ହୋଇଥାଇପାରେ ବୋଲି କୁହାଯାଉଛି । ଟି-୨୦ ବିଶ୍ବକପ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଗୌତମ ଗମ୍ଭୀର ତାଙ୍କ ଉତ୍ତରାଧିକାରୀ ହୋଇପାରନ୍ତି ବୋଲି ଲଗାତାର ଖବର ପ୍ରକାଶ ପାଉଛି । 

ଶେଷରେ ଗମ୍ଭୀରଙ୍କୁ ହିଁ ଏହି ଗୁରୁଦାୟିତ୍ବ ଦିଆଯାଇପାରେ ବୋଲି ଚର୍ଚ୍ଚା ଲାଗି ରହିଛି । କିନ୍ତୁ ଏଭଳି ସମୟରେ ଡବ୍ଲୁଭି ରମଣଙ୍କୁ ସାକ୍ଷାତକାରରେ ସାମିଲ କରି ବିସିସିଆଇ ମୁଖ୍ୟ କୋଚ୍‌ ଚୟନ ପ୍ରକ୍ରିୟାରେ ବଡ଼ ଟ୍ବିଷ୍ଟ ଆଣିଛି । ୪୨ ବର୍ଷୀୟ ଗମ୍ଭୀର ୨୦୨୪ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସର ମେଣ୍ଟର ଥିଲେ ଏବଂ ଦଳ ଟ୍ରଫି ହାସଲ କରିଛି । ଏହା ପରେ ଗମ୍ଭୀରଙ୍କୁ ନେଇ ବିସିସିଆଇ ବେଶ ଉତ୍ସାହିତ ହୋଇପଡ଼ିଛି । ଏହା ବ୍ୟତୀତ ଅନ୍ୟ ଟ୍ୟାଲେଣ୍ଟକୁ ବି ହାତଛଡ଼ା କରିବାକୁ ଚାହୁଁନାହିଁ ବିସିସିଆଇ । 

 

  • Indian cricket team
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.