ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଜାଣନ୍ତୁ କେଉ ଜିଲ୍ଲାରେ ସକାଳୁଆ ସ୍କୁଲ ଓ କେଉଁଠି ସ୍କୁଲ ବନ୍ଦ

ଭୁବନେଶ୍ବର,୧୭।୬ : ଆସନ୍ତାକାଲି ସ୍କୁଲ ଖୋଲିବାର ଥିଲା। ତେବେ ତାତି ବଢୁଥିବାରୁ ସ୍କୁଲ ଛୁଟି ବଢାଇବାକୁ ଦାବି ହେଉଥିଲା। ତେବେ ପାଗ ଦେଖି ସ୍କୁଲ ଛୁଟି କିମ୍ବା  ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରି ସକାଳୁଆ ସ୍କୁଲ ଖୋଲିବାକୁ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ପାଣିପାଗ ବିଭାଗ ସୂଚନାକୁ ଭିତ୍ତି କରି ଜିଲାପାଳ  ନିଷ୍ପତ୍ତି ନେବେ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। 

ସେମାନେ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ  ବୋଲି ନିର୍ଦେଶ ଦିଆଯାଇଛି। ଅନୁକୂଳ ପାଣିପାଗ ଥିବା ଜିଲ୍ଲାରେ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ସମୟ ରଖିବେ । ଏହି ନିର୍ଦେଶ ଆଗାମୀ ୨୦.୬.୨୦୨୪ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦେଶ ଦିଆଯାଇଛି। 

ଏହି ନିର୍ଦେଶ ଅନୁଯାୟୀ ବିଭିନ୍ନ ଜିଲ୍ଲାର ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। କେଉଁଠି ସକାଳୁଆ ଓ କେଉଁଠି ସ୍କୁଲ ବନ୍ଦ ରହିବ ଜିଲାପାଳମାନେ ନିଷ୍ପତ୍ତି ନେଇଛନ୍ତି।   ଯାଜପୁର, ଖୋର୍ଦ୍ଦା, କଟକ, ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼, ଜଗତସିଂହପୁର, ଅନୁଗୁଳ, ନବରଙ୍ଗପୁର, କୋରାପୁଟ ଜିଲ୍ଲାରେ ସକାଳୁଆ ସ୍କୁଲ ହେବ। ସେହିପରି ଭଦ୍ରକ, ଗଞ୍ଜାମ, ନୂଆପଡା,ବଲାଙ୍ଗୀର, ସୁନ୍ଦରଗଡ, ସୋନପୁର, ମୟୂରଭଞ୍ଜରେ ସ୍କୁଲ ବନ୍ଦ ରହିବ ବୋଲି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସୂଚନା ଦେଇଛନ୍ତି। କେନ୍ଦ୍ରାପଡା, ଝାରସୁଗୁଡା  ଓ ବାଲେଶ୍ବର ଜିଲାର ସମସ୍ତ ସ୍କୁଲ ଆସନ୍ତାକାଲି ଛୁଟି ରହିବ।

ଆହୁରି ପଢନ୍ତୁ : କଟକ ଜିଲ୍ଲାରେ ସକାଳୁଆ ସ୍କୁଲ, ସକାଳ ୬ଟା୩୦ ରୁ ୧୦ଟା୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.