ନୂଆଦିଲ୍ଲୀ – କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପ୍ରବର୍ତ୍ତନ ଏଜେନ୍ସିଙ୍କ ନାମରେ ଲୋକଙ୍କୁ ଧମକ, ବ୍ଲାକମେଲ୍ , ଜୋରଜବରଦସ୍ତି ଅର୍ଥ ଆଦାୟ ଓ ଡିଜିଟାଲ ଆରେଷ୍ଟ ଭଳି ଘଟଣାର ସୂତ୍ରପାତ କରୁଥିବା ,ସାଇବର ଅପରାଧୀଙ୍କ ଠକେଇରେ ସାବଧାନ ରହିବାକୁ ପରାମର୍ଶ ଦେଇଛି। ଏହାସହ ତାଙ୍କ ବିଷୟରେ ସଚେତନତା ପ୍ରସାର କରିବା ତଥା ଏହାର ଅଭିଯୋଗ ତତ୍କାଳ ସାଇବର ଅପରାଧୀ ହେଲ୍ପଲାଇନରେ କରିବାକୁ ପରାମର୍ଶ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ମଙ୍ଗଳବାର କହିଛି କି, ସାଇବର ଅପରାଧୀ ନିଜକୁ ପୁଲିସ , କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) , ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି), ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଭଳି କେନ୍ଦ୍ରୀୟ ଏଜେନ୍ସିଙ୍କ ଅଧିକାରୀ କହି ଠକେଇ କରୁଛନ୍ତି।
ଏହି ସାଇବର ଅପରାଧି ଏକ ସଙ୍ଗଠିତ ଅନଲାଇନ୍ ଆର୍ଥିକ ଅପରାଧର ଅଂଶ , ଯାହାକୁ ଦେଶର ସୀମା ସେପଟୁ ସିଣ୍ଡିକେଟ୍ ଦ୍ୱାରା ଅପରେଟ୍ କରାଯାଏ।
ଏଥିରେ କୁହାଯାଇଛି କି, ମାଇକ୍ରୋସଫ୍ଟର ସହଯୋଗରେ ୧୪ ସି (ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର) ପୂର୍ବରୁ ମଧ୍ୟ ଏମିତି କାର୍ଯ୍ୟକଳାପରେ ସାମିଲ ୧,୦୦୦ରୁ ଅଧିକ ସ୍କାଇପ୍ ଆଇଡିକୁ ବ୍ଲକ୍ କରି ଦେଇଛି। ଏହା ବ୍ୟତୀତ ଏହି ଠକଙ୍କ ଦ୍ୱାରା ବ୍ୟବହାର କରାଯାଉ ଥିବା ସିମ୍ କାର୍ଡ , ମୋବାଇଲ ଡିଭାଇସ ଓ ଠକଙ୍କ ଆକାଉଣ୍ଟକୁ ମଧ୍ୟ ବ୍ଲକ୍ କରାଯାଉଛି। ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି। ୧୪ସି ନିଜର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ସାଇବରଦୋସ୍ତ (ଏକ୍ସ, ଫେସବୁକ୍ , ଇନଷ୍ଟାଗ୍ରାମଆଦି) ରେ ଇନ୍ଫୋଗ୍ରାଫିକ୍ସ ଓ ଭିଡ଼ିଓ ମାଧ୍ୟମରେ ବିଭିନ୍ନ ଆଲର୍ଟ ମଧ୍ୟ ଜାରି କରିଛି।