ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ବାଲେଶ୍ଵର ପୌରପାଳିକାରେ ୪୮ ଘଣ୍ଟା ବଢିଲା କର୍ଫ୍ୟୁ ଅବଧି, ଓଟି ରୋଡର ସମସ୍ତ ପ୍ରବେଶ ପଥ ସିଲ୍

ବାଲେଶ୍ଵର, ୧୮/୦୬ : ବାଲେଶ୍ଵର ପୌରପାଳିକାରେ ବଢିଲା କର୍ଫ୍ୟୁ ଅବଧି। ସହରକୁ ସଂଯୋଗ କରୁଥିବା ଉଭୟ ପାର୍ଶ୍ଵ ରାସ୍ତାରେ କର୍ଫ୍ୟୁ ବଳବତ୍ତର ରହିବ। ପୂର୍ବରୁ ୧୭ ତାରିଖ ରାତି ୧୨ଟାରୁ ୧୮ ତାରିଖ ରାତି ୧୨ଟା ଯାଏଁ କର୍ଫ୍ୟୁ ଜାରି କରାଯାଇଥିଲା। ପରେ ଏହାକୁ ଆଉ ୪୮ ଘଣ୍ଟା ବଢାଇ ଦିଆଯାଇଛି। ଓଟି ରୋଡର ସମସ୍ତ ପ୍ରବେଶ ପଥ ସିଲ୍ କରାଯାଇଛି। ଏହି ସମୟରେ କୌଣସି ଲୋକ ଘରୁ ବାହାରକୁ ବାହାରିବେ ନାହିଁ। ସେଦବସାଧାରଣ ସ୍ଥାନ କିମ୍ଵା ରାସ୍ତାରେ ଚାଲିଚାଲି ଯାଇପାରିବେ ନାହିଁ। କୌନସି ସ୍ଥାନରେ ଏକତ୍ରିତ ହୋଇ ଠିଆ ହେବେ ନାହିଁ। ଜରୁରୀକାଳୀନ ସେବା ବ୍ୟତୀତ କୌଣସି ବ୍ୟବସାୟିକ ପ୍ରତିଷ୍ଠାନ କିମ୍ଵା ଦୋକାନ ବଜାର ଖୋଲିବ ନାହିଁ। କେବଳ ପୌରପାଳିକା କର୍ମଚାରୀ ଏଗଜିକ୍ୟୁଟିଭ ମାଜିଷ୍ଟେଟ, ପୁଲିସ କର୍ମଚାରୀ, ସ୍ବାସ୍ଥ୍ୟ ବିଭାଗ, ବିଦ୍ୟୁତ୍, ପିଏଚଡି ଓ ସରକାରୀ ଯାନ୍ତ୍ରିକ ବିଭାଗ ଅଧିକାରୀଙ୍କ ପାଇଁ କୋହଳ କରାଯାଇଛି।

ବାଲେଶ୍ଵର ପୌରପାଳିକାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି। ୭ଟି ମାମଲା ରୁଜୁ ହୋଇଛି। ଏବେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ମୁତୟନ ହେବେ। ୩୪ ଜଣ ଅଟକ ଅଛନ୍ତି। ପଚରାଉଚୁରା ଜାରି ରହିଛି। ତଥ୍ୟ ପ୍ରମାଣ ଆଧାରରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶାନ୍ତି ରକ୍ଷା କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.