ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି

ଭୁବନେଶ୍ୱର,୦୮/୦୯:  ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ  ଗଣପର୍ବ ନୂଆଁଖାଇ ଅବସରରେ ଆରମ୍ଭ ହେବାକୁ ଯାଉଛି  ବହୁ ପ୍ରତୀକ୍ଷିତ ସିଏମ୍‌ କିଷାନ ଯୋଜନା । ରବିବାର ସିଏମ୍‌  କିଷାନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ । ସମ୍ବଲପୁରରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ  ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଚାଷୀ ଭାଇଭଉଣୀମାନଙ୍କୁ  ସିଏମ୍‌ କିଷାନ୍‌ ଅର୍ଥରାଶି ପ୍ରଦାନ କରିବେ । ଏଥିପାଇଁ  କୃଷି ବିଭାଗ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । 

ପୂର୍ବତନ ରାଜ୍ୟ ସରକାରଙ୍କ କାଳିଆ ଯୋଜନାର ନାମ  ପରିବର୍ତ୍ତନ ହୋଇ ବର୍ତ୍ତମାନ ସିଏମ୍‌ କିଷାନ ଯୋଜନା  ହୋଇଛି । ଖରିଫ୍‌ ଓ ରବି ଫସଲ ପୂର୍ବରୁ ଯୋଗ୍ୟ ହିତାଧିକାରୀ  (କ୍ଷୁଦ୍ର ନାମମାତ୍ର ଚାଷୀ)ମାନେ ଡିବିଟି ମାଧ୍ୟମରେ ବର୍ଷକୁ  ଦୁଇଟି କିସ୍ତିରେ ମୋଟ ୪ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ । ପ୍ରଥମ ୨ହଜାର ନୂଆଁଖାଇ ଓ  ଅବଶିଷ୍ଟ ଅର୍ଥରାଶି ଅକ୍ଷୟ ତୃତୀୟାରେ ମିଳିବ । ଭୂମିହୀନ  କୃଷକ ପରିବାରଙ୍କ ପାଇଁ ବର୍ଷକୁ ୧୨୫୦୦ ଟଙ୍କାର ଆର୍ଥିକ  ସହାୟତା ବ୍ୟବସ୍ଥା ରହିଛି । ବର୍ଷକୁ ତିନୋଟି କିସ୍ତିରେ  ସେମାନେ ଏହି ଅର୍ଥରାଶି ପାଇବେ । 

ସେହିପରି ସିଏମ୍‌  କିଷାନ ପୋର୍ଟାଲରେ ଚାଷୀମାନେ ଏବିଷୟରେ ସମସ୍ତ  ତଥ୍ୟ ପାଇବା ସହ ପଞ୍ଜୀକରଣ ମଧ୍ୟ କରାଇପାରିବେ । ଏଥିସହ ସରକାରଙ୍କ ପକ୍ଷରୁ କୃଷି ସମୃଦ୍ଧି ହେଲ୍ପଲାଇନ୍‌  ନମ୍ବର ୧୫୫୩୩୩ ମଧ୍ୟ ଜାରି କରାଯାଇଛି । ସିଏମ୍‌  କିଷାନ ଯୋଜନା ନେଇ ଯେକୌଣସି ଦ୍ୱନ୍ଦ୍ୱ କିମ୍ବା ପ୍ରଶ୍ନ  ରହିଥିଲେ ଏହି ନମ୍ବରରେ ଯୋଗାଯୋଗ କରିହେବ ।  ଯେଉଁ ଚାଷୀମାନେ ପିଏମ୍‌ କିଷାନ ସମ୍ମାନ ନିଧି ସହାୟତା  ପାଉଛନ୍ତି ସେମାନେ ଯୋଜନାରୁ ବାଦ୍‌ ପଡ଼ିବେ ବୋଲି  ଜଣାପଡ଼ିଛି

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.