ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

୩ ଦଳରେ ବିଚିତ୍ର ସ୍ଥିତି : ଶାସନରୁ ହଟିବା ପରେ ବିଜେଡି ନେତା ଭାଗ ଭାଗ, କଂଗ୍ରେସର ୧୪ ବିଧାୟକରେ ତିନି ଗୋଷ୍ଠୀ

ଭୁବନେଶ୍ୱର, ୦୭/୦୮ : ବିଜେପିକୁ ଘାରିଲାଣି ବୟାନବାଜି ଚିନ୍ତା । ଯିଏ ଯାହା ପାଉଛନ୍ତି, କହୁଛନ୍ତି। ମନଇଚ୍ଛା ବୟାନବାଜି ଦଳ ପାଇଁ ଅଡ଼ୁଆ ଛିଡ଼ା କରୁଛି। ମାତ୍ର ଏସବୁ ପ୍ରସଙ୍ଗକୁ ଭିଡ଼ି ପାରୁନାହାନ୍ତି ବିରୋଧୀ ଦଳ। ପ୍ରସଙ୍ଗ ମାଳମାଳ ଥିବାବେଳେ ବିରୋଧୀଙ୍କ ଅବସ୍ଥା ଦୁର୍ବଳ । ମୁଖ୍ୟ ବିରୋଧୀ ଦଳ ବିଜେଡିକୁ ବାଟ ଦେଖାଇବାକୁ କେହି ନାହାନ୍ତି । ଦଳ ଭିତରେ ନେତାଏ ଏବେ ଭାଗ ଭାଗ ଅବସ୍ଥାରେ । ହାତଗଣତି ୩/୪ଜଣଙ୍କୁ ଛାଡ଼ିଦେଲେ କିଛି ବରିଷ୍ଠ ସ୍ୱୟଂଶାସିତ ମୁଦ୍ରାରେ ଅଛନ୍ତି । ଇଚ୍ଛା ହେଲେ ମୁହଁ ଖୋଲୁଛନ୍ତି, ନଚେତ୍‌ ତୁଣ୍ଡି । କଂଗ୍ରେସ ଦଳକୁ ପୁରୁଣା ରୋଗ ଛାଡ଼ିପାରିନି ଏଯାଏଁ । ବିଧାନସଭା ଭିତରେ ଓ ବାହାରେ ଦଳ ଭାଗ ଭାଗ । ବିଧାନସଭା ଭିତରେ ୧୪ ବିଧାୟକ ୩ ଭାଗ । ସେହିପରି ରାଜ୍ୟସ୍ତରରେ ପିସିସି ସଭାପତି ରେସ୍‌ ନେଇ ଦଳରେ ୨/୩ ସମାନ୍ତରାଳ ଗୋଷ୍ଠୀ । ଜୟଦେବ, ଭକ୍ତ, ନିରଞ୍ଜନ, ମୋକିମ, ସପ୍ତଗିରି, ତାରା... ନେତା ମାଳମାଳ, ମାତ୍ର କାହାରି ଭିତରେ ନାହିଁ ତାଳମେଳ । ଏମିତି ବିଚିତ୍ର ସ୍ଥିତି ଦେଇ ଗତି କରୁଛନ୍ତି ତିନି ଦଳ । 

ଦୁର୍ବଳ ବିରୋଧୀଙ୍କ ଆଖି ଆଗରୁ ରାଜ୍ୟପାଳଙ୍କ ପୁଅ, ରଥଯାତ୍ରା ବିଭ୍ରାଟ, ଆଳୁ ସଙ୍କଟ, ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗ ଛାଏଁ ଛାଏଁ ଉଡ଼ିଗଲାଣି । ୨୪ ବର୍ଷର କ୍ଷମତାସୀନ ଦଳକୁ ହରାଇ ବିଜେପି ସରକାରକୁ ଆସିଛି । ମାତ୍ର ଏବେ ବି ବିଜେପିର ଅନେକ ନେତା ଓ ମନ୍ତ୍ରୀଙ୍କ ଆଚରଣ ବିରୋଧୀ ଦଳ ଭଳି । କଥା କଥାକେ ପୂର୍ବ ସରକାରଙ୍କୁ ଦୋଷ ଲଦୁଛନ୍ତି । ଆକ୍ରମଣାତ୍ମକ ବୟାନବାଜି ଭିତରେ ବେଳେବେଳେ କିଛି ନେତା ଓ ମନ୍ତ୍ରୀ ନିଜ ଲକ୍ଷ୍ମଣରେଖା ଡେଇଁ ପଡ଼ୁଛନ୍ତି । କେତେବେଳେ ଏ ମନ୍ତ୍ରୀ ସେ ବିଭାଗ କଥା କହିଲେଣି, ଆଉ କେତେବେଳେ ସେ ମନ୍ତ୍ରୀ ଏ ବିଭାଗ ନିଷ୍ପତ୍ତି ଶୁଣାଇଲେଣି । ବିଧାୟକ ବି ମନଇଚ୍ଛା ବୟାନବାଜି କଲେଣି । ଗଣମାଧ୍ୟମ ଆଗରେ ନ କହିବା କଥା ବି କହି ଦେଉଛନ୍ତି । ଗଣମାଧ୍ୟମର ଅଡ଼ୁଆ ପ୍ରଶ୍ନକୁ ସାମ୍ନା କରିବାର କଳା ଏଯାଏଁ ଅଧିକାଂଶ ନେତା ଶିଖି ପାରିନାହାନ୍ତି । ଏମିତି ମନଇଚ୍ଛା ବୟାନବାଜି ସରକାରଙ୍କ ପାଇଁ ଅନେକ ସମୟରେ ଅଡ଼ୁଆ ସ୍ଥିତି ସୃଷ୍ଟି କରୁଛି । ମାତ୍ର ସରକାରଙ୍କୁ ଅଡ଼ୁଆରେ ପକାଇବା ଭଳି ଦମ୍‌ ଯେମିତି ବିରୋଧୀ ଦଳ ପାଖରେ ନାହିଁ । ମୁଖ୍ୟ ବିରୋଧୀ ଦଳ ବିଜେଡି ପରାଜୟ ଝଟ୍‌କାରୁ ବାହାରି ପାରୁନି । 

ବିଜେଡିର ଅଧିକାଂଶ ବିଧାୟକ, ପୂର୍ବତନ ମନ୍ତ୍ରୀ ମୁହଁ ଖୋଲୁନାହାନ୍ତି ନୂଆ ସରକାରଙ୍କ କାର୍ଯ୍ୟ ଓ କାର୍ଯ୍ୟକ୍ରମ ନେଇ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଧାନସଭାରେ ବେଶି ସମୟ ଉପସ୍ଥିତ ରହୁନାହାନ୍ତି । ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବି ଦିଶୁନାହାନ୍ତି । ବିଧାନସଭାର କାର୍ଯ୍ୟକଳାପ ଦେଖିଲେ ଜଣାପଡ଼ୁଛି, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ ଓ ବ୍ୟୋମକେଶ ରାୟ ଏକାଠି ହୋଇ କାମ କରୁଛନ୍ତି । ମାତ୍ର ବାକି ନେତା ଏମାନଙ୍କ କଥାରେ ଥିବା ଭଳି ମନେ ହେଉନି । ଏକାଧିକ ବାର ଜିତି ଆସୁଥିବା ବରିଷ୍ଠ ନେତା ଏହି ଗୋଷ୍ଠୀ ସହ ସ୍ୱର ମିଶାଉ ନାହାନ୍ତି । ଗୃହ ଭିତରେ ହେଉ କି ବାହାରେ କିଛି ବରିଷ୍ଠ ଓଜନଦାର୍‌ ନେତା ନିଜ ଇଚ୍ଛା ହେଲେ ବୟାନ ଦେଉଛନ୍ତି, ଇଚ୍ଛା ନ ଥିଲେ ଚୁପ୍‌ । ଏହି ବରିଷ୍ଠ ନେତାଙ୍କୁ ନିର୍ଦ୍ଦେଶ ଦେବାକୁ କାହାରି ଦମ୍‌ ପାଉନାହିଁ । ଦଳ ଭିତରେ କେହି କାହା କଥା ଶୁଣିବା ସ୍ଥିତିରେ ନାହାନ୍ତି । ପରିଣାମ-ବଡ଼ ବଡ଼ ପ୍ରସଙ୍ଗରେ ବିଜେଡି ସ୍ୱର ଟାଣ କରିପାରୁନି । ବ୍ୟୋମକେଶ ରାୟଙ୍କ ଭଳି ନେତାଙ୍କୁ ଦଳ ଅଧିକ ସୁଯୋଗ ଦେଉଥିବାବେଳେ ସେଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖିବାକୁ ମିଳୁନି ତାଙ୍କ କଥାରେ । 

ଅଧିକାଂଶ ବିଧାୟକ ଚୁପଚାପ ରହୁଛନ୍ତି । ସରକାର ବିରୋଧରେ ମୁହଁ ଖୋଲିବାକୁ ଯେମିତି ଡରୁଛନ୍ତି । ଦଳ ସେମାନଙ୍କୁ ବଳ ଦେଇପାରୁନି । ବିଜେଡିର ସାମ୍ବାଦିକ ସମ୍ମିଳନୀରେ ବି କାଁ ଭାଁ ବଡ଼ ନେତା ବସୁଛନ୍ତି । ଅନେକ ବଡ଼ ପ୍ରସଙ୍ଗ ଥାଇ ବି ସରକାରଙ୍କୁ ବିଜେଡି ଯେମିତି ତୀବ୍ର ଆକ୍ରମଣ କରିବା କଥା, କରିପାରୁନି । ରାଜ୍ୟପାଳଙ୍କ ପୁଅ ପ୍ରସଙ୍ଗ, ରଥଯାତ୍ରା ବିଭ୍ରାଟ, ଦରଦାମ ବୃଦ୍ଧି ଓ ଆଳୁ ସଙ୍କଟ ଭଳି ବଡ଼ ବଡ଼ ପ୍ରସଙ୍ଗ ଥିବା ସତ୍ତେ୍ୱ ବିଜେଡି ସରକାରଙ୍କୁ ଘେରିପାରୁନି । କଂଗ୍ରେସ ସ୍ଥିତି ପୂରା ଦ୍ୱନ୍ଦ୍ୱରେ । ପିସିସି ଭଙ୍ଗା ହେବା ପରେ ନେତା ନାହାନ୍ତି କି ଟିମ୍‌ ନାହିଁ । ବିଧାନସଭାରେ ବିଧାୟକ ଦଳ ନେତାଙ୍କ ସହ ବି ସବୁ ବିଧାୟକ ଥିବା ଭଳି ଲାଗୁନାହିଁ । ବିଧାନସଭାରେ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ମୁଖ୍ୟ ସଚେତକ ରାଜନ ଏକ୍କା, ଉପନେତା ଅଶୋକ ଦାସ ଓ କୋରାପୁଟର ନୂଆ ବିଧାୟକମାନେ ଗୋଟିଏ ଗୋଷ୍ଠୀରେ ଥିବା କୁହାଯାଉଛି । ସେପଟେ ଜୟପୁରର ବରିଷ୍ଠ ବିଧାୟକ ତାରା ବାହିନୀପତି ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ଭିନ୍ନ ଗୋଷ୍ଠୀ ବୋଲି ଚର୍ଚ୍ଚା ହେଉଛି । ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଝିଅ ତଥା ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ କୌଣସି ଗୋଷ୍ଠୀରେ ନ ରହି ଦଳରେ ନିଜ ଦବ୍‌ଦବା ବଢ଼ାଇବାକୁ ଲାଗିଛନ୍ତି । ସେହିପରି ବରିଷ୍ଠ ନେତା ଭକ୍ତ ଦାସଙ୍କ ପୁଅ ତଥା ଭବାନୀପାଟଣା ବିଧାୟକ ସାଗର ଦାସ ବି ଭିନ୍ନ ଗୋଷ୍ଠୀ ଗଢ଼ିବା ଲକ୍ଷ୍ୟରେ ଥିବା ଚର୍ଚ୍ଚା ହେଉଛି । ବିଧାନସଭାରେ କଂଗ୍ରେସ ଏକାଠି ସ୍ୱର ଉଠାଇଲେ ବି ମନ ଏକାଠି ହୋଇପାରୁନି । ସେଥିପାଇଁ କଂଗ୍ରେସ ବି ବଡ଼ ବଡ଼ ପ୍ରସଙ୍ଗକୁ ଟାଣିପାରୁନି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.