ପ୍ରମୂଖ ଖବର
  • ଫାଷ୍ଟ ପାସେଞ୍ଜର ଟ୍ରେନ୍‌ରେ ନିଆଁ
  • ||
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବରମୁଣ୍ଡାରେ ସ୍କର୍ପିଓକୁ ବୋମାମାଡ଼ ଘଟଣା: ପ୍ରେମିକାକୁ କମେଣ୍ଟ୍‌ ମାରିବାରୁ ବୋମା ଫିଙ୍ଗିଥିଲେ, ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

ଭୁବନେଶ୍ୱର,୦୯/୦୬: ବରମୁଣ୍ଡାରେ ସ୍କର୍ପିଓ ଉପରକୁ ବୋମା ମାଡ଼ ଘଟଣାର ପର୍ଦ୍ଦାଫାସ୍‌ କରିଛି ଖଣ୍ଡଗିରି ଥାନା ପୁଲିସ ।  ବୋମାମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ହେଲେ  ସୁନ୍ଦରପଦା ଆଜାଦ ନଗରରେ ରହୁଥିବା ଖୋର୍ଦ୍ଧା  ବୋଲଗଡ଼ର ମୁଫି ଓରଫ ସେହେନବାଜ୍‌ ମାଲିକ  (୨୪) ଓ ମଞ୍ଚେଶ୍ୱର ଚଣ୍ଡୀ ମାତା କଲୋନୀର  ଉଦିତ ନାରାୟଣ ପ୍ରଧାନ(୨୬) । ପୂର୍ବ ଶତ୍ରୁତା  ଓ ଗାର୍ଲଫ୍ରେଣ୍ଡ୍‌କୁ କମେଣ୍ଟ୍‌ ମରାକୁ କେନ୍ଦ୍ର କରି  ବରମୁଣ୍ଡା-ଆପିକଲ୍‌ ରାସ୍ତାରେ ନୂଆପଲ୍ଲୀର  ରାଜେଶ ସାମନ୍ତ ସିଂହାରଙ୍କ ସ୍କର୍ପିଓ ଉପରକୁ  ଏମାନେ ବୋମା ମାଡ଼ କରିଥିଲେ ବୋଲି  ଜଣାପଡ଼ିଛି ।  

ପୁଲିସ ସୂଚନା ଅନୁଯାୟୀ, ରାଜେଶ ଓ ତାଙ୍କ  ସହଯୋଗୀମାନେ ଗତ ମାସ ୨୬ ତାରିଖରେ ପୁରୀ  ବୁଲିବାକୁ ଯାଉଥିଲେ । ସେହିଦିନ ସେହେନବାଜ  ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ପୁରୀ ବୁଲି ଫେରୁଥିଲେ ।  ସେମାନେ ପିପିଲି ନିକଟରେ ଏକ ଦୋକାନ  ସମ୍ମୁଖରେ ଥଣ୍ଡା ପାନୀୟ ପିଉଥିଲେ । ସେହି  ସମୟରେ ରାଜେଶ ଓ ତାଙ୍କ ସହଯୋଗୀମାନେ  ସ୍କର୍ପିଓରେ ସେଠାରେ ପହଞ୍ଚିଥିଲେ । ରାଜେଶ  ସେଠାରେ ସେହେନବାଜଙ୍କ ଗାର୍ଲଫ୍ରେଣ୍ଡ୍‌କୁ  କମେଣ୍ଟ୍‌ ମାରି ପଳାଇଥିଲେ । ପୂର୍ବରୁ ମଧ୍ୟ  ସେହେନବାଜଙ୍କର ରାଜେଶଙ୍କ ଗୋଷ୍ଠୀ ସହ ବିବାଦ  ଥିଲା । ତେଣୁ ସେହେନବାଜ୍‌ ପ୍ରତିଶୋଧପରାୟଣ  ହୋଇ ପଡ଼ିଥିଲେ । ରାଜେଶଙ୍କୁ ସେ ହତ୍ୟା  କରିବା ପାଇଁ ଯୋଜନା କରିଥିଲେ । ତେଣୁ ସେହେନବାଜ ତାଙ୍କର ୫ ଜଣ ସହଯୋଗୀଙ୍କ  ସହ ପ୍ରସ୍ତୁତ ହୋଇ ରହିଥିଲେ । ରାଜେଶ ଓ  ତାଙ୍କ ସହଯୋଗୀମାନେ ୨୭ ତାରିଖ ସକାଳେ ପୁରୀରୁ ଫେରୁଥିଲେ । ସେହେନବାଜ ଓ ତାଙ୍କ  ୫ ଜଣ ସାଙ୍ଗ ମିଶି ୩ଟି ବାଇକ୍‌ରେ ସେମାନଙ୍କୁ  ପିଛା କରିଥିଲେ । ବରମୁଣ୍ଡା ନୀଳକଣ୍ଠେଶ୍ୱର  ମନ୍ଦିର ଛକରେ ରାଜେଶ ତାଙ୍କର ୨ ବନ୍ଧୁ ଅମନ  ଚମ୍ପତ୍ତି ଓ ଦୀପକ ପୃଷ୍ଟିଙ୍କୁ ଛାଡ଼ି ଏକୁଟିଆ  ଆପିକଲ୍‌ ରାସ୍ତା ଦେଇ ନୂଆପଲ୍ଲୀକୁ ଫେରୁଥିଲେ ।  

ତାଙ୍କୁ ପିଛା କରୁଥିବା ସେହେନବାଜଙ୍କ ଗୋଷ୍ଠୀ  ସ୍କର୍ପିଓକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ ।  ଏହା ଜାଣିପାରି ରାଜେଶ ଦ୍ରୁତଗତିରେ  ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସେମାନେ  ସ୍କର୍ପିଓକୁ ଲକ୍ଷ୍ୟ କରି ବୋମାମାଡ଼ କରିଥିଲେ ।  ବୋମା ସ୍କର୍ପିଓ ବାମପଟ ଆଗ ଗ୍ଲାସ୍‌ରେ ମାଡ଼  ହୋଇ ପ୍ରଚଣ୍ଡ ଶବ୍ଦ କରି ଫୁଟିଥିଲା । ସ୍କର୍ପିଓ  ବାମ ପଟ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା  ବେଳେ ରାଜେଶ ଆହତ ହୋଇଥିଲେ । ଏହି  ସମୟରେ ଆକ୍ରମଣକାରୀମାନେ ସେଠାରୁ ଖସି  ପଳାଇଥିଲେ । ଖବର ପାଇ ଖଣ୍ଡଗିରି ଥାନା ପୁଲିସ  ଘଟଣାସ୍ଥଳରେ ପହଞ୍ଚି ରାଜେଶଙ୍କୁ ଉଦ୍ଧାର କରି  ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।  

ତେବେ ବୋମା ଫିଙ୍ଗିଥିବା ସେହେନବାଜ  ଓ ଉଦିତଙ୍କୁ ରାଜେଶ ଚିହ୍ନି ପକାଇଥିଲେ । ତାଙ୍କ  ସୂଚନା ଆଧାରରେ ପୁଲିସ ବିଭିନ୍ନ ସ୍ଥାନରେ  ଚଢ଼ଉ ଜାରି ରଖିଥିଲା । ଆଜି ସକାଳେ ପୁଲିସ  ସେହେନବାଜ ଓ ଉଦିତଙ୍କୁ ଗିରଫ କରିବା ସହ  ସେମାନଙ୍କ ଠାରୁ ଏକ ବାଇକ୍‌ ଜବତ କରିଥିଲା ।  ତେବେ ସେହେନବାଜ ଜଣେ ପେସାଦାର  ଅପରାଧୀ ଓ ସେ ନିଜେ ବୋମା ଭିଡ଼ୁଥିବା ପୁଲିସ  ସୂଚନା ପାଇଛି । ଆଜି ୨ ଜଣଙ୍କୁ କୋର୍ଟ ଚାଲାଣ  କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ  ଉଭୟଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।  ବୋମା ମାଡ଼ ମାମଲାରେ ସଂପୃକ୍ତ ଥିବା ଅନ୍ୟ ୪  ଅଭିଯୁକ୍ତ ଏବେ ଫେରାର୍‌ ଅଛନ୍ତି । ସେମାନଙ୍କୁ  ଗିରଫ କରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ  ଚଢ଼ଉ ଜାରି ରଖିଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.