ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ହାଇପନିକ୍‌ ଜର୍କ କ’ଣ? ଜାଣନ୍ତୁ ଶୋଇବା ସମୟରେ କାହିଁକି ହୋଇଥାଏ ଏହି ସମସ୍ୟା

Published By : Prameya | February 11, 2024 2:14 PM

ନୂଆଦିଲ୍ଲୀ ୧୧/୦୨: ଆପଣ ଗଭୀର ନିଦରେ ଶୋଇଥିବା ସମୟରେ କେବେ ଏପରି ଅନୁଭବ ହୋଇଛି, ଆପଣ ତଳକୁ ଖସିପଡୁଥିବେ ଏବଂ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥିବେ। ଏହାପରେ ହଠାତ୍‌ ଏକ ଝଟ୍‌କା ଅନୁଭବ କରିବେ। ଏହା ବହୁତ ଲୋକଙ୍କ ସହିତ ହୋଇଥାଏ। କିନ୍ତୁ କେବେ ଭାବିଛନ୍ତି  ଏହା କାହିଁକି ହୋଇଥାଏ? ନିଦରେ ଏପରି ଅନୁଭବ କରିବା ସ୍ଥିତିକୁ କୁହାଯାଇଥାଏ ହାଇପନିକ୍‌ ଜର୍କ। ଏହା ଶୋଇବା ଏବଂ ଜାଗ୍ରତ ମଧ୍ୟରେ ଥିବା ଅବସ୍ଥା। ଏଥିରେ ଜଣେ ବ୍ୟକ୍ତି ନା ପୂରା ନିଦରେ ଥାଏ ଏବଂ ନା ପୂରା ଚେଇଁ ରହିଥାଏ।  ନିଦର ପ୍ରଥମ ସୋପାନରେ ଏହି ଝଟ୍‌କା ଅନୁଭବ ହୋଇଥାଏ, ଯେତେବେଳେ ହାର୍ଟର ଗତି ଏବଂ ଶ୍ୱାସକ୍ରିୟା ମନ୍ଥର ହୋଇଥାଏ। 

ହାଇପନିକ୍‌ ଜର୍କ କୌଣସି ରୋଗ କିମ୍ବା ନର୍ଭସ ସିଷ୍ଟମ୍‌ ଡିସଅର୍ଡର ନୁହେଁ। ରିସର୍ଚ୍ଚ ଅନୁସାରେ ଶୋଇବା ସମୟରେ ଝଟ୍‌କା ଅନୁଭବ ହେବା ସାଧାରଣ କଥା। ପ୍ରାୟ ୬୦ ରୁ ୭୦ ପ୍ରତିଶତ ଲୋକ ଏହା ଅନୁଭବ କରିଥାନ୍ତି। ଡକ୍ଟର୍‌ କୁହନ୍ତି ନିଦ ଆସିବାର କିଛି ଘଣ୍ଟାରେ ଏପରି ଝଟ୍‌କା ଆସିପାରେ। ବିଶେଷଜ୍ଞମାନେ କୁହନ୍ତି, ଶରୀରକୁ ଝଟ୍‌କା ସେତେବେଳେ ଲାଗିଥାଏ ଯେତେବେଳେ ନିଦରେ ବ୍ୟକ୍ତି ସ୍ୱପ୍ନ ଦେଖିଥାଏ କିମ୍ବା ମନରେ କୌଣସି ଦ୍ୱନ୍ଦ ଥାଇ ନିଦ ଆସିଥାଏ। ଏହାର ମୁଖ୍ୟ କାରଣ ଅଜିର ସମୟରେ ଚିନ୍ତା ଏବଂ ଅବସାଦ।

ଏହା ବ୍ୟତୀତ ପ୍ରର୍ଯ୍ୟପ୍ତ ନିଦର ଅଭାବ, ବିଳମ୍ବିତ ରାତି ଯାଏ କାମ କରିବା, ଟିଭି ଏବଂ ଫୋନ୍‌ ଦେଖିବା ମଧ୍ୟ ଏହି ସମସ୍ୟାକୁ ବଢାଇଥାଏ। ବେଳେ ବେଳ ସନ୍ଧ୍ୟାରେ ଅଧିକ ଶାରୀରିକ ପରିଶ୍ରମ କରିବା ମଧ୍ୟ ହାଇପନିକ୍‌ ଜର୍କର କାରଣ ହୋଇପାରେ। ଶରୀରରେ କ୍ୟାଲସିୟମ୍‌, ଆଇରନ୍‌ ଏବଂ ମ୍ୟାଗ୍ନେସିୟମ ଅଭାବରୁ ବି ଏହା ହୋଇଥାଏ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.