ପ୍ରମୁଖ ଖବର
  • ପାଲଲହଡ଼ା: ୭ ଦଫା ଦାବି ନେଇ ରେଙ୍ଗାଳି ବୁଡ଼ି କ୍ଷତିଗ୍ରସ୍ତ ପ୍ରଜାଙ୍କ ଜଳ ସତ୍ୟାଗ୍ରହ ଆନ୍ଦୋଳନ
  • ||
  • ଘଟଗାଁ ଦୁର୍ଘଟଣାରେ ୮ ଜଣଙ୍କ ମୁତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଅନୁକମ୍ପା ସହାୟତା ଘୋଷଣା
  • ||
  • କୁଚିଣ୍ଡା: ଭାଙ୍ଗିବା ବେଳେ ମାଡ଼ି ବସିଲା ପୁରୁଣା କାନ୍ଥ, ଚାଲିଗଲା ମାଲିକଙ୍କ ସହ ଶ୍ରମିକଙ୍କ ଜୀବନ
  • ||
  • ରାୟପୁର: ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-ଟ୍ୱେଣ୍ଟି, ସିରିଜ୍ ଜିତିବା ଲକ୍ଷ୍ୟରେ ସୂର୍ଯ୍ୟ ବାହିନୀ
  • ||
  • ଘଟଗାଁ: ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା, ଟ୍ରକକୁ ପିଟିଲା ଭ୍ୟାନ ୮ ମୃତ, ୭ ଆହତ
  • ||
  • ଜେରୁଜେଲମ୍: ଯୁଦ୍ଧ ବିରତି ଶେଷ, ଗାଜାରେ ପୁଣି ଥରେ ଗ୍ରାଉଣ୍ଡ ଅପରେସନ୍ ଆରମ୍ଭ କଲା ଇସ୍ରାଏଲ୍ ଡିଫେନ୍ସ ଫୋର୍ସ
  • ||

ଏସିଆ କପ୍‌: କଲମ୍ବୋ ଗ୍ରାଉଣ୍ଡ ଷ୍ଟାଫଙ୍କୁ ‘ପ୍ରାଇଜ୍‌ ମନି’ ଦାନ କଲେ ମହମ୍ମଦ ସିରାଜ

କଲମ୍ବୋ, ୧୭/୦୯: କଲମ୍ବୋରେ ଲଙ୍କା ଉପରେ ବିଜୟ ହାସଲ କରିଛି ଭାରତ ।  ଏସିଆ କପ୍ ଫାଇନାଲ ଟାଇଟଲ ନିଜ ନାଁରେ କରିନେଇଛି ଭାରତୀୟ କ୍ରିକେଟ ଟିମ୍‌ । ଶ୍ରୀଲଙ୍କା ଟିମ୍‌କୁ ହରାଇ ଅଷ୍ଟମ ଥର ପାଇଁ ଏସିଆ କପ୍‌ ଟ୍ରଫି ହାସଲ କରିଛି ଟିମ୍‌ ଇଣ୍ଡିଆ । ଏହି ମ୍ୟାଚ୍‌ରେ ମହମ୍ମଦ ସିରାଜ ୨୧ ରନରେ ୬ଟା ଓ୍ବିକେଟ୍‌ ନେଇ ବିଭିନ୍ନ ରେକର୍ଡର ଅଧିକାରୀ ହୋଇଛନ୍ତି । ଏପରିକି ମ୍ୟାନ ଅଫ ଦି ମ୍ୟାଚ୍‌ ହୋଇଛନ୍ତି ସିରାଜ । 

ଖେଳରେ ଭାରତୀୟଙ୍କ ହୃଦୟ ଜିତିଗଲେ ସିରାଜ । ବଦାନ୍ୟତା ପାଇଁ ପ୍ରତିଟି ଶ୍ରୀଲଙ୍କାବାସୀଙ୍କ ମନକୁ ଛୁଇଁଗଲେ ମହମ୍ମଦ ସିରାଜ । ଆଜି କଲମ୍ବୋରେ ଭାରତୀୟ ବୋଲର ସିରାଜଙ୍କ ମହନୀୟତା ଦେଖିଲା ସାରା ବିଶ୍ବ । ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ହୋଇଥିବା ସିରାଜ ନିଜର ପ୍ରାଇଜ୍‌ ମନି (ଉପହାର ଟଙ୍କା) କଲମ୍ବୋ ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦାନ ଦେଇଛନ୍ତି । ଦମଦାର ପ୍ରଦର୍ଶନ ପରେ ସିରାଜ ହିଁ ମ୍ୟାନ ଅଫ ଦି ମ୍ୟାଚ୍‌ ହେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି କାରଣ ନାହିଁ । ହେଲେ ସେ ଏହି ଉପହାର ଟଙ୍କା କଲମ୍ବୋର ଗ୍ରାଉଣ୍ଡ ଷ୍ଟାଫଙ୍କୁ ଦେବା ପାଇଁ ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । 

ଏଥର ଏସିଆ କପ୍‌ରେ ବର୍ଷା ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ହେଲେ ଗ୍ରାଉଣ୍ଡ ଷ୍ଟାଫଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସୁରୁଖୁରୁରେ ହୋଇପାରିଥିଲା ଖେଳ । ଆଜିର ଫାଇନାଲ୍‌ ମୁକାବିଲାରେ ମଧ୍ୟ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଥିଲା।  ହେଲେ ଥକିନପଡ଼ି କଲମ୍ବୋର ଗ୍ରାଉଣ୍ଡ ଷ୍ଟାଫ ପିଚ୍‌କୁ ବର୍ଷା ଦାଉରୁ ରକ୍ଷା କରିବାକୁ ଲାଗିପଡ଼ିଥିଲେ।  କେବଳ ଆଜି ନୁହେଁ ବରଂ ପ୍ରତ୍ୟେକଟି ମ୍ୟାଚରେ ସେମାନେ ଉତ୍ସାହର ସହ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଥିଲା । 

ଏପରିକି ଶ୍ରୀଲଙ୍କା ଗ୍ରାଉଣ୍ଡ ଷ୍ଟାଫଙ୍କ କାର୍ଯ୍ୟଙ୍କୁ ଖେଳପ୍ରେମୀ ବେଶ ପ୍ରଶଂସା ମଧ୍ୟ କରୁଛନ୍ତି । ସେପଟେ ପାକିସ୍ତାନ ସହ ଥିବା ମ୍ୟାଚ୍‌  ଦିନ  ଗ୍ରାଉଣ୍ଡ ଷ୍ଟାଫଙ୍କୁ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ପ୍ରଶଂସା କରିଥିଲେ । ନିଜ ପ୍ରାଇଜ୍‌ ମନି ଦାନ   ଦେବା ପୂର୍ବରୁ ସିରାଜ କହିଥିଲ, ଗ୍ରାଉଣ୍ଡ ଷ୍ଟାଫ୍‌ ସମସ୍ତ କ୍ରେଡିଟ୍‌ (ଶ୍ରେୟ) ପାଇବାକୁ ହକଦାର । ସେମାନେ ନଥିଲେ ଟୁର୍ଣ୍ଣାମେଣ୍ଟ ହୋଇପାରିନଥାନ୍ତା । ତେଣୁ ଏ ଉପହାର ଟଙ୍କା ସେମାନଙ୍କ ପାଇଁ ବୋଲି ସିରାଜ ଘୋଷଣା କରିଥିଲେ । ତବେ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ହେବା ପରେ କ୍ୟାସ ପ୍ରାଇଜ ବାବଦକୁ ସିରାଜଙ୍କୁ ୪ ଳକ୍ଷ ୧୫ ହଜାର ଭାରତୀୟ ଟଙ୍କା ମିଳିଥିଲା ।

  • Asia cup 2023
  • Copyright © 2022 - Summa Real Media Private Limited. All Rights Reserved.