ପ୍ରମୂଖ ଖବର
  • ଭୁବନେଶ୍ୱର : ବିଦେଶୀ ମଦ ଦୋକାନ ଉପରେ ଅବକାରୀ ବିଭାଗର ରେଡ୍‌, ପାଣି ମିଶା ମଦ ଜବତ
  • ||
  • ତେଲକୋଇ : ବେଣା ଗାଁରେ ହାତୀପଲଙ୍କ ଉତ୍ପାତ; ଧାନ ସହ ଖାଇଗଲେ ଟଙ୍କା, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ପାଟଣା : ଚମ୍ପୁଆ ରେଞ୍ଜରେ ଦନ୍ତା ଆହତ, ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଛି ବିଶେଷଜ୍ଞ ଟିମ୍
  • ||
  • ମାର୍ଶାଘାଇ : ରେଳ ପୋଲ ଉପରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭଞ୍ଜନଗର : ବଚସାକୁ କେନ୍ଦ୍ର କରି ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ; ବଡ଼ ଭାଇ ମୃତ, ସାନ ଭାଇ ଗୁରୁତର
  • ||
  • ପୁରୁଷ ହକି ଏସିଆନ ଚାମ୍ପିଅନ୍ସ ଟ୍ରଫି: ଆଜି ଚୀନ-ପାକିସ୍ତାନ୍, ଭାରତ-କୋରିଆ ସେମି ଫାଇନାଲ୍‌ ଲଢ଼େଇ
  • ||
  • କରଞ୍ଜିଆ : ଶିମିଳିପାଳ ଅଭୟାରଣ୍ୟରେ ପ୍ରବଳ ବର୍ଷା, ୧୨ ଘଣ୍ଟାରେ ୧୮୩.୮୯୬ ମିମି ବର୍ଷା ରେକର୍ଡ
  • ||
  • ଜଳେଶ୍ବର : ବିପଦ ସଙ୍କେତ ପାର୍‌ କଲା ଜଳକା ନଦୀ, ତଳିଆ ଅଞ୍ଚଳବାସୀ ଭୟଭୀତ
  • ||
  • ଶ୍ରୀମନ୍ଦିରରେ ବଳିବାମନ ବେଶ ନୀତି, ବାମନରୂପି ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଉଭା ହେବେ
  • ||
  • ପାଟଣା : ତେଲ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ, କେନ୍ଦୁଝର ଓ ମୟୁରଭଞ୍ଜ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ଆଜି ବି ପ୍ରବଳ ଢାଳିବ ବର୍ଷା: ଦୁଇ ଜିଲ୍ଲାକୁ ଆଲର୍ଟ, ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଆରସି
  • ||
  • ବୌଦ୍ଧ : ବାଟୋଇଙ୍କୁ ଧକ୍କା ଦେଇ ଗଛକୁ ପିଟିଲା ପିକ୍ଅ‌ପ୍ ଭ୍ୟାନ୍‌, ୯ ଗୁରୁତର
  • ||

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ବିପଦ ! ବିଶାଳ ଆଷ୍ଟ୍ରଏଡକୁ ଦେଖି ସତର୍କ କରାଇଲା ନାସା

ୱାଶିଂଟନ : ପୃଥିବୀ ସହ ହେବ କି ଆଷ୍ଟ୍ରଏଡର ଧକ୍କା ? ମହାକାଶରୁ ହଠାତ୍ ଏକ ବିଶାଳ ଆଷ୍ଟ୍ରଏଡ୍‌କୁ ଦେଖିଲା ନାସା । ବଡ଼ ବିଲ୍ଡିଂ ଆକାରର ଏହି ୨୦୨୪ ଓଏନ୍‌ ନାମକ ଆଷ୍ଟ୍ରଏଡ୍‌ ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି। ନାସାର ମନିଟରିଂ ଟିମ୍‌ ଆଷ୍ଟ୍ରଏଡ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। 

ଆଷ୍ଟ୍ରଏଡ୍‌ ୨୦୨୪ ଓଏନ୍‌କୁ ପ୍ରଥମେ ନାସାର ନିୟର –ଆର୍ଥ ଓବଜେକ୍ଟ ଅବଜର୍ଭେସନ ପ୍ରୋଗ୍ରାମ ଦ୍ୱାରା ଡିକ୍ଟେଟ୍‌ କରାଯାଇ ଥିଲା। ଯାହାକି ପୃଥିବୀ ନିକଟତର ହେଉଛି ବୋଲି ଜଣାପଡ଼ି ଥିଲା। ଏହି ଆଷ୍ଟ୍ରଏଡ୍‌ଟି ୧୫ ସେପ୍ଟେମ୍ୱର , ୨୦୨୪ରେ ପୃଥିବୀର ସବୁଠୁ ନିକଟରେ ପହଞ୍ଚିବାର ଆଶା କରାଯାଉଛି। ଏହି ସମୟରେ ଏହା ୬୨୦,୦୦୦ ମାଇଲ୍‌ ଦୂରତାରେ ପୃଥିବୀକୁ ଅତିକ୍ରମ କରିବ , ଯାହାକି ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତାର ପାଖାପାଖି ୨.୬ ଗୁଣ।

୭୨୦ ଫୁଟ୍‌ (୨୧୯ ମିଟର)ର ଏହି ୨୦୨୪ ଓଏନ୍‌ ଅନ୍ୟ ଆଷ୍ଟ୍ରଏଟ୍‌ ଗୁଡ଼ିକ ଠାରୁ ବହୁତ ଅଧିକ, ଯାହାକି ତୁଳନାତ୍ମକ ଭାବେ ୬୦ ମହଲା ବିଶିଷ୍ଟ ବିଲ୍ଡିଂ ଆକାରର। ଏହାର ଗତି ଆନୁମାନିକ ଭାବେ ଘଣ୍ଟା ପ୍ରତି ୨୫,୦୦୦ ମାଇଲ୍‌ ରହିଛି। 

କାର୍ଣ୍ଣିଫନିଆର ପସଦେନା ସ୍ଥିତ ନାସାର ଜେଟ୍‌ ପ୍ରପଲସନ ଲାବୋରେଟୋରୀ (ଜେପିଏଲ) ଏହି ଆଷ୍ଟ୍ରଏଡର ଗତିକୁ ଟ୍ରାକିଂ ଓ ବିଶ୍ଳେଷଣ କରିବାରେ ସବୁଠୁ ଆଗରେ ରହିଛି। ଉନ୍ନତ ରାଡାର ଓ ଅପ୍ଟିକାଲ ଟେଲିସ୍କୋପ୍‌ ବ୍ୟବହାର କରି ଜେପିଏଲରେ ବୈଜ୍ଞାନିକମାନେ  ଏହି ୨୦୨୪ ଓଏନର ଆକାର , ଆକୃତି ଓ ସ୍ଥିତି ବିଷୟରେ ତଥ୍ୟ ସଂଗ୍ରହ କରୁଛନ୍ତି। 

ନାସା ଟିମ୍‌ ଏହା ଉପରେ ନଜର ରଖିଛି । ଏହା ବାସ୍ତବରେ ସୁନିଶ୍ଚିତ କରାଯାଇ ପାରିବ ଯେ, ଏହା ପୃଥିବୀକୁ କୌଣସି ପ୍ରକାରର ବିପଦ ଅଛି ନା ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.