ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରଥ ଖଳା ହାଲ୍‌ଚାଲ୍ : ପନ୍ଦାରି ବଳା ତିଆରି ଆରମ୍ଭ, ୨୪ ତୁମ୍ବ ଗୋଲେଇ ଶେଷ

ପୁରୀ,୧୫/୦୫ : ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ଅନୁକୂଳ ହୋଇଥିଲା । ମଙ୍ଗଳବାର ରଥ ଚାଳିରେ ନିର୍ମାଣର ଚତୁର୍ଥ ଦିନ ହୋଇଥିଲା । ଇତିମଧ୍ୟରେ କରତି ସେବକମାନେ ରଥତ୍ରୟ ପାଇଁ ଆବଶ୍ୟକ ମୋଟ ୪୨ ତୁମ୍ବ ଗଡ଼ କାଟି ବିଶ୍ୱକର୍ମାଙ୍କୁ ଯୋଗାଇଛନ୍ତି । ରାତି ପର୍ଯ୍ୟନ୍ତ ଚାଳିରେ ଠାକୁରଙ୍କ କାର୍ଯ୍ୟ କରୁଛନ୍ତି ନିର୍ମାଣକାରୀ । ବିଶ୍ୱକର୍ମାମାନେ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ୨୪ଟି ତୁମ୍ବ ଗୋଲେଇ କାର୍ଯ୍ୟ ସାରିଛନ୍ତି । ସେପଟେ ଓଝା ସେବକ ପନ୍ଦାରି କାମ ଆରମ୍ଭ କରିଛନ୍ତି । ନନ୍ଦିଘୋଷ ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର କୁହନ୍ତି, ବର୍ତ୍ତମାନ ତୁମ୍ବ କାର୍ଯ୍ୟ ସାରୁଛନ୍ତି ନିର୍ମାଣକାରୀ । ନାହାକା, ପଡ଼ି ନାହାକା, ବଡ଼ ଉଛୁଳା ଓ ସାନ ଉଛୁଳା ଚକ ରହିଛି । 

ରଥ ଚକର ବିଭିନ୍ନ ନାମାନୁସାରେ ତୁମ୍ବର ନାମ । ଏବେ ନାହାକା ଓ ପଡ଼ି ନାହାକା ଆଦି ତୁମ୍ବ ତିଆରି ଶେଷ ପର୍ଯ୍ୟାୟରେ । ନାହାକା ଚକ ରଥ ମଝିରେ ରହିବ । ଚାରି ନାହାକା ଚକ ଉପରେ ରଥ ଅଧିକ ଭାରା ରହିବ । ରଥ ନିର୍ମାଣର ଚତୁର୍ଥ ଦିନରେ ତିନି ରଥର ମହାରଣାମାନେ ମୋଟ ୨୪ଟି ତୁମ୍ବର ଗୋଲେଇ କାର୍ଯ୍ୟ ସାରିଛନ୍ତି । ନନ୍ଦିଘୋଷ ରଥ, ଦର୍ପଦଳନ ରଥ ଓ ନନ୍ଦିଘୋଷ ରଥର ୮ଟି ଲେଖାଏଁ ତୁମ୍ବ ଗୋଲେଇ କାର୍ଯ୍ୟ ଶେଷ ହୋଇଛି । ମଙ୍ଗଳବାର ରଥ ନିର୍ମାଣରେ ୭୪ଜଣ ନିର୍ମାଣକାରୀ ନିୟୋଜିତ ହୋଇଥିବା କହିଛନ୍ତି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତି । ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ପନ୍ଦାରି ବଳା ନିର୍ମାଣ ଆରମ୍ଭ କରିଛନ୍ତି । ଅର କଣ୍ଟା ଶେଷ ପର୍ଯ୍ୟାୟରେ ପହଞ୍ଚିବାରେ ଶାଳରେ ପନ୍ଦାରି ଓ ବଳା ପଡ଼ିଲା । ଆଜି ପନ୍ଦାରି ତିଆରି ଆରମ୍ଭ ହୋଇଛି । ଏହାକୁ ପୋଡ଼ିଲା ପରେ ମଳି ଛଡ଼ା ଯାଇ ମଠା(ସାଇଜ୍‌) ହେବ ।

ତୁମ୍ବରେ ଲାଗିବ ପନ୍ଦାରି...

ବଳା ତୁମ୍ବର ଭିତର ପାଶ୍ୱର୍ରେ ଲାଗିବ ପନ୍ଦାରି । ତାହାକୁ ମଜଭୁତ୍‌ କରିବାକୁ ଚାବି ତିଆରି ହୋଇ ପନ୍ଦାରିରେ ପଡ଼ିବ । ଗୋଟିଏ ତୁମ୍ବରେ ଲାଗିବ ୨ଟି ଲେଖାଏଁ ପନ୍ଦାରି ଓ ବଳା । ତିନି ରଥର ୪୨ ଚକ ପାଇଁ ଆବଶ୍ୟକ ୮୪ଟି ପନ୍ଦାରି, ୮୪ଟି ବଳା । ସେଗୁଡ଼ିକର ଆକାର ଭିନ୍ନ ଭିନ୍ନ । ତୁମ୍ବର ବାହାର ପାଶ୍ୱର୍ରେ ଲାଗିବ ବଳା । ତୁମ୍ବରେ ଅଖ ଭୁଞ୍ଜାଯିବ । ଠାକୁରଙ୍କ ରଥ ଅଖର ଆକାର ବଡ଼ରୁ ସାନ ହୁଏ । ସେହି ଅନୁସାରେ ବଡ଼ସାନ ହୋଇ ତିଆରି ହୁଏ ପନ୍ଦାରି ଓ ବଳା । ସେଥିରେ ୪ଟି ଚାବି ଲାଗି ତୁମ୍ବକୁ ମଜଭୁତ କରାଯିବ । ଯେପରି ରଥ ଗଡ଼ିଲାବେଳେ ତୁମ୍ବରୁ ଅଖ ଖସି ନଯାଏ ।

ମଜୁରି ଥିଲା ୨ ଟଙ୍କା ୨୫ ପଇସା 

ଭାଇପୁଅ ଲକ୍ଷ୍ମଣ ମହାରଣା ଏନେଇ କହିଛନ୍ତି ଯେ, ୧୯୪୭ ମସିହାରେ ମୋର ଜନ୍ମ । ଚଳିତ ବର୍ଷକୁ ମିଶାଇଲେ ୫୭ ବର୍ଷ ହେଲା ରଥ ନିର୍ମାଣ । ଭାଇପୁଅ ମହାରଣା ଭାବେ ରଥ ନିର୍ମାଣ କରୁଛି । ୭୭ ବର୍ଷରେ ରଥଖଳାକୁ ଆସିବା କ'ଣ ମଣିଷ ହାତରେ ଅଛି! ଏସବୁ ଶ୍ରୀଜଗନ୍ନାଥଙ୍କ କୃପା । ସେତେବେଳେ ଦିନକୁ ୨ ଟଙ୍କା ୨୫ ପଇସା ପାରିଶ୍ରମିକ ମିଳୁଥିଲା । ଏବେ ୧୫ଶହ ଟଙ୍କା । ପୁରୀଠାରୁ ୮ କିଲୋମିଟର ଦୂର ଜଗନ୍ନାଥବଲ୍ଲଭରେ ଘର । ପୂର୍ବ ପୁରୁଷରୁ ଆମେ ରଥ କାମକୁ ଆସୁ । ବାବା ବାଞ୍ଛାନିଧି ମହାରଣା ରଥ କାମକୁ ଆସୁଥିଲେ । ବାବା ଥିଲା ବେଳୁ ଠାକୁରଙ୍କ କାମରେ ଯୋଗ ଦେଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.