ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ବିଗ୍‌ ବସ୍‌ ୧୭ ର ପ୍ରତିଯୋଗୀଙ୍କ ଲିଷ୍ଟ ଲିକ୍‌, ଏହି ବ୍ୟକ୍ତିଙ୍କ ସହ ଏଣ୍ଟ୍ରି କରିବେ ସୀମା ହାଇଦର

ନୂଆଦିଲ୍ଲୀ ୩୧/୦୮: ବିଗ୍ ବସ୍ ଓଟିଟି ୨ ପରେ ସଲମାନ ଏବେ ଟିଭିରେ ବିଗ୍ ବସ୍ ସହିତ ନଜର ଆସିବେ। ବସ୍ ସିଜନ୍ ୧୭ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ଧୀରେ ଧୀରେ ଏହାର ପ୍ରତିଯୋଗୀମାନଙ୍କ ଠାରୁ ନେଇ ଥିମ୍ ପର୍ଯ୍ୟନ୍ତ ସମସ୍ତ ବିବରଣୀ ସାମ୍ନାକୁ ଆସୁଛି। ଏଥର ଅନେକ ଟିଭି ସେଲିବ୍ରେଟଙ୍କ ମଧ୍ୟରେ ଶୋ’ରେ ଏପରି ଜଣେ ପ୍ରତିଯୋଗୀ ଆସିବାର ଖବର ଆସିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ପ୍ରତିଯୋଗୀ ଜଣଙ୍କ ସୀମା ହାଇଦରଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି। ଯିଏ ପ୍ରେମ ପାଇଁ ପାକିସ୍ତାନ ଛାଡି ଭାରତ ଆସିଛନ୍ତି। 


ବିଗ୍ ବସ୍ ସିଜନ୍ ୧୭ ପାଇଁ ମେକର୍ସ ପ୍ରତିଯୋଗୀଙ୍କ ଲିଷ୍ଟ ପ୍ରସ୍ତୁତ କରୁଛନ୍ତି। ଏହି ଶୋର ଫର୍ମାଟ୍ ଅନୁଯାୟୀ ବିବାଦର ସମ୍ମୁଖୀନ ହୋଇଥିବା ପ୍ରତିଯୋଗୀମାନେ ଏଥିରେ ଆସନ୍ତି। ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଏଥର ସୀମା ହାଇଦର ଶୋ’କୁ ଆସିବାକୁ ଯାଉଛନ୍ତି । କିନ୍ତୁ ସେ ଏକୁଟିଆ ଆସିବେ ନାହିଁ ବରଂ ସେହି ବ୍ୟକ୍ତିଙ୍କୁ ସାଥିରେ ଆଣିବେ ଯାହାଙ୍କ ପାଇଁ ସେ ପାକିସ୍ତାନ ଛାଡିଛନ୍ତି। ଅର୍ଥାତ୍ ସୀମାଙ୍କ ସହ ତାଙ୍କ ସ୍ୱାମୀ ସଚିନ୍ ମଧ୍ୟ ଏହି ଶୋର ଏକ ଅଂଶ ହେବେ ତେବେ ଏ ସମ୍ପର୍କରେ କୌଣସି ଅଫିସିଆଲ୍‌ ଘୋଷଣା କରାଯାଇ ନାହିଁ କିମ୍ବା ସେମାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ


ବିଗ୍ ବସ୍ ର ସିଜନ୍ ୧୭ ର ସମ୍ଭାବ୍ୟ ପ୍ରତିଯୋଗୀମାନଙ୍କ ତାଲିକାରେ ହର୍ଷ ବେନିୱାଲ୍କନୱର୍ ଢିଲନ୍, ଏଲିସ୍ କୌଶିକ୍ଇଶା ମାଲଭିଆଟ୍ୱିଙ୍କଲ୍ ଆରୋରାମଲ୍ଲିକା ସିଂହ ସୁମେଦ୍ ମୁଦଗଲକର, ସୌରଭ ଯୋଶୀସମର୍ଥ ଜୁରେଲଅନୁରାଗ ଡୋଭାଲ ଏବଂ ଶ୍ୱର୍ଯ୍ୟା ଶର୍ମାଙ୍କ ନାମ ଅନ୍ତର୍ଭୁକ୍ତ । ତଥାପିଏହି ନାମଗୁଡିକ ଏପର୍ଯ୍ୟନ୍ତ ଫାଇନାଲ୍‌ ହୋଇନାହିଁ। 

Copyright © 2022 - Summa Real Media Private Limited. All Rights Reserved.