ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ମୀରାବାଈଙ୍କ ପଦକ ସ୍ୱପ୍ନ ଧୂଳିସାତ୍‌,୧ କିଲୋ ପଛରେ ରହି ବ୍ରୋଞ୍ଜରୁ ବଞ୍ଚିତ

ପ୍ୟାରିସ୍‌, ୦୮/୦୮: ଭାରୋତ୍ତୋଳନରେ ପ୍ରମୁଖ ପଦକ  ଦାବିଦାର ରହିଥିବା ଭାରତର ମୀରାବାଈ ଚାନୁ ନିରାଶ କରିଛନ୍ତି । ମହିଳା ୪୯କିଲୋ ବର୍ଗରେ ସେ ୧୯୯ କିଲୋ  (ସ୍ନାଚ୍‌ରେ ୮୮, କ୍ଲିନ୍‌ ଏଣ୍ଡ୍‌ ଜର୍କରେ  ୧୧୧) ଭାର ଉଠାଇ ଚତୁର୍ଥ ସ୍ଥାନରେ  ସନ୍ତୁଷ୍ଟ ହୋଇଥିଲେ ଏବଂ ଅଳ୍ପକେ  ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ । କ୍ରମାନ୍ୱୟରେ ତାଙ୍କର ଦ୍ୱିତୀୟ ଅଲିମ୍ପିକ୍ସ  ପଦକ ସ୍ୱପ୍ନ ଧୂଳିସାତ୍‌ ହୋଇଯାଇଥିଲା । ଗତ ଟୋକିଓ ଅଲିମ୍ପିକ୍ସରେ ମୀରାବାଈ  ରୌପ୍ୟ ପଦକ ହାସଲ କରିଥିଲେ । 

ମୀରାବାଈ ପ୍ରଥମେ ସ୍ନାଚ୍‌ରେ  ୮୫କିଲୋରୁ ଅଭିଯାନ ଆରମ୍ଭ  କରିଥିଲେ । ଦ୍ୱିତୀୟ ପ୍ରୟାସରେ  ୮୮କିଲୋ ଉଠାଇବାରେ ବିଫଳ ହୋଇଥିଲେ । ମାତ୍ର ତୃତୀୟ ପ୍ରୟାସରେ  ୮୮କିଲୋ ଉଠାଇଥିଲେ । ଏହାପରେ  କ୍ଲିନ୍‌ ଏଣ୍ଡ୍‌ ଜର୍କରେ ସେ ପ୍ରଥମେ  ୧୧୧କିଲୋ ଓଜନ ଉଠାଇବାକୁ ନିଷ୍ପତ୍ତି  ନେଇଥିଲେ ଏବଂ ବିଫଳ ହୋଇଥିଲେ ।  ଦ୍ୱିତୀୟ ପ୍ରୟାସରେ ସଫଳତାର ସହ ୧୧୧କିଲୋ ଉଠାଇ ପଦକ ଦୌଡ଼ରେ  ରହିଥିଲେ । ମାତ୍ର ତୃତୀୟ ପ୍ରୟାସରେ  ସେ ଓଜନ ବଢ଼ାଇ ୧୧୪କିଲୋ  ରଖିଥିଲେ ଏବଂ ଏଥିରେ ବିଫଳ  ହେବା ସହ ତାଙ୍କ ପଦକ ସ୍ୱପ୍ନ ଧୂଳିସାତ୍‌  ହୋଇଯାଇଥିଲା । ବ୍ରୋଞ୍ଜ ପଦକ ହାସଲ  କରିଥିବା ଥାଇଲାଣ୍ଡର ସୁରୋଦଚନା  ଖମ୍ବାଓଙ୍କଠୁ ମାତ୍ର ୧କିଲୋ ପଛରେ  ରହିଯାଇଥିଲେ । ଚୀନର ଝିହୁଇ  ୨୦୬ କିଲୋ (୮୯ତ୍କ୧୧୭) ଉଠାଇ  ଅଲିମ୍ପିକ୍ସ ରେକର୍ଡ଼ ସହ ସ୍ୱର୍ଣ୍ଣ ପଦକ  ଜିତିଥିଲେ । ରୋମାନିଆର ମିହାଏଲା  ଭାଲେଣ୍ଟିନା କାମ୍ବେଇ ମୋଟ ୨୦୫ କିଲୋ  (୯୩ତ୍କ୧୧୨) କିଲୋ ସହ ରୌପ୍ୟ ଏବଂ  ଖମ୍ବାଓ ୨୦୦ କିଲୋ (୮୮ତ୍କ୧୧୨) ସହ  ବ୍ରୋଞ୍ଜ ଜିତିଥିଲେ ।

  • PrameyaOdia
  • prameya
  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.